Posted inଜାତୀୟ

ନିର୍ବାଚନ ଲଢୁଥିବା ରାମାୟଣର ‘ରାମ’ ନା ରୁପେଲି ପରଦାର ‘ଲକ୍ଷ୍ମୀବାଇ’ କିଏ ଅଧିକ ଧନୀ

ନୂଆଦିଲ୍ଲୀ,୨୬।୩: ଚଳିତ ବର୍ଷର ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବହୁ ସିଟିଂ ଏମପିଙ୍କ ଟିକେଟ କଟାଯାଇଥିଲା ଏବଂ କିଛି ନାମ ମଧ୍ୟ ଦେଖାଯାଇଥିଲା ଯାହା ଉପରେ ବହୁ ଆଲୋଚନା ହେଉଛି। ଏହିପରି ଦୁଇଟି ନାମ ହେଉଛି ଅରୁଣ ଗୋଭିଲ ଏବଂ କଙ୍ଗନା ରାନାୱତ।
ଭାରତୀୟ ଜନତା ପାର୍ଟି ଅରୁଣ ଗୋଭିଲଙ୍କୁ ୟୁପିର ମେରୁତ ଲୋକ ସଭା ଆସନରୁ ପ୍ରାର୍ଥୀ କରିଥିବାବେଳେ କଙ୍ଗନା ରାନାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ସୁଯୋଗ ଦିଆଯାଇଛି। ଉଭୟ ବଲିଉଡ ସହିତ ଜଡିତ ଏବଂ ସେମାନଙ୍କର ନିଜସ୍ବ ପ୍ରଶଂସକ ଅଛନ୍ତି । ଉଭୟଙ୍କର କୋଟି କୋଟି ଟଙ୍କା ସମ୍ପତ୍ତି ଅଛି । ଏଠାରେ ଆମେ ଜାଣିବା ସେମାନଙ୍କ ମଧ୍ୟରୁ କିଏ ସବୁଠାରୁ ଧନୀ ।

ରାମାନନ୍ଦ ସାଗରଙ୍କ ରାମାୟଣ ସିରିଏଲରେ ପ୍ରଭୁ ‘ରାମ’ଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ସିରିଏଲ ବ୍ୟତୀତ ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅରୁଣ ଗୋଭିଲଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୮ କୋଟି ଟଙ୍କା। କୋଇମୋଇ ୱେବସାଇଟ ଅନୁଯାୟୀ, ବର୍ତ୍ତମାନ ଅରୁଣ ଗୋଭିଲ ଏକ ଚଳଚ୍ଚିତ୍ର ପାଇଁ ୫୦-୬୦ଲକ୍ଷ ଟଙ୍କା ନେଉଛନ୍ତି। ସେ OMG-2 ରେ ମଧ୍ୟ ଦେଖାଦେଇଥିଲେ। ଓ ମାଇ ଗଡରେ ସ୍କୁଲ ଚେୟାରମ୍ୟାନ ଭାବରେ ତାଙ୍କୁ ୫୦ଲକ୍ଷ ଟଙ୍କା ଫି ମିଳିଥିବାବେଳେ ଚଳିତ ବର୍ଷ ରିଲିଜ ହୋଇଥିବା ଧାରା ୩୭୦ରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଗ୍ରହଣ କରିବା ପାଇଁ ଅରୁଣ ଗୋଭିଲ OMG 2 ଠାରୁ ୨୫ ପ୍ରତିଶତ ଅଧିକ ଅର୍ଥାତ୍‌ ପ୍ରାୟ ୬୩ଲକ୍ଷ ଟଙ୍କା ପାଇଛନ୍ତି।
ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ କଙ୍ଗନା ରାନାୱତ ଏକ ପ୍ରଡକ୍ସନ କମ୍ପାନୀ ମଧ୍ୟ ପରିଚାଳନା କରନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଙ୍ଗନା ରାନାୱତଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୨୫ କୋଟି ଟଙ୍କା ଅଟେ। କଙ୍ଗନା ରାନାୱତ ପ୍ରତି ମାସରେ ୧କୋଟିରୁ ଅଧିକ ରୋଜଗାର କରନ୍ତି। ତାଙ୍କର ବାର୍ଷିକ ଆୟ ପ୍ରାୟ ୧୫ କୋଟି ଟଙ୍କା । ସେ ଏକ ଫିଲ୍ମ ପାଇଁ ୧୫ରୁ ୧୭ କୋଟି ଟଙ୍କା ଆଦାୟ କରନ୍ତି। କଙ୍ଗନା ମଧ୍ୟ ବିଜ୍ଞାପନରୁ ଟଙ୍କା ରୋଜଗାର କରନ୍ତି। ସେ ଏକ ବିଜ୍ଞାପନ ପାଇଁ ୨ ରୁ ୪ କୋଟି ଟଙ୍କା ଆଦାୟ କରନ୍ତି। ଅନ୍ୟପକ୍ଷରେ, କଙ୍ଗନାଙ୍କର ମୁମ୍ବାଇରେ କୋଟି କୋଟି ଟଙ୍କା ମୂଲ୍ୟର ଘର ମଧ୍ୟ ରହିଛି। ତାଙ୍କର ମୁମ୍ବାଇର ବାନ୍ଦ୍ରା ଠାରେ ପ୍ରାୟ ୧୬ କୋଟି ଟଙ୍କା ମୂଲ୍ୟର ଏକ ଘର, ମୁମ୍ବାଇର ପାଲି ହିଲ୍ସରେ ୨୦ କୋଟି ଟଙ୍କା ମୂଲ୍ୟର ତିନି ମହଲା କୋଠା ଏବଂ ହିମାଚଳର ମନାଲିରେ ୩୦କୋଟି ଟଙ୍କା ମୂଲ୍ୟର ଏକ ଘର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri