କିଏ ସେହି କମଲା ହାରିସ, ଯିଏ ହେବେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ,୨୨।୭: ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୂଳ ନେତା ଆମେରିକାର ଶକ୍ତିର ଶୀର୍ଷରେ ପହଞ୍ଚି ବାର ସମ୍ଭବନା ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ ନିଜ ନାମ ପ୍ରତ୍ୟାହାର କରିଛନ୍ତି। ସେ ଡେମୋକ୍ରାଟିକ୍‌ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ କମଲା ହାରିସଙ୍କ ନାଁ ସୁପାରିଶ କରିଛନ୍ତି। କମଲା ଏବେ ଉପରାଷ୍ଟ୍ରପତି ଅଛନ୍ତି।
ବାଇଡେନ୍‌ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ମୁଁ ଚଳିତ ବର୍ଷ ଆମ ଦଳର ପ୍ରାର୍ଥୀ ହେବା ପାଇଁ କମଲା ହାରିସଙ୍କୁ ମୋର ସମ୍ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ଦେବାକୁ ଚାହୁଁଛି। ଡେମୋକ୍ରାଟିକ ପାର୍ଟିର ଏକଜୁଟ ହୋଇ ଟ୍ରମ୍ପଙ୍କୁ ପରାସ୍ତ କରିବାର ସମୟ ଆସିଛି।
କମଲା ହାରିସ ହେଉଛନ୍ତି ପ୍ରଥମ ମହିଳା ଏବଂ ପ୍ରଥମ ଏସୀୟ ଆମେରିକୀୟ ଯିଏକି ଉପରାଷ୍ଟ୍ରପତି ପଦରେ ପହଞ୍ଚିଛନ୍ତି। ବାଇଡେନଙ୍କ ସମର୍ଥନ ତାଙ୍କୁ ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ପଥରେ ଆଣିପାରେ।
ହାରିସ ୧୯୬୪ରେ କାଲିଫର୍ନିଆର ଓକଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ଶ୍ୟାମଲା ଗୋପାଳ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ଜଣେ କର୍କଟ ଅନୁସନ୍ଧାନକାରୀ ଥିଲେ। ତାଙ୍କ ପିତା ଡୋନାଲ୍ଡ ହାରିସ ଜଣେ ଜାମାଇକା ଅର୍ଥନୀତିଜ୍ଞ ଥିଲେ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ହାସଲ କରିବା ସମୟରେ ହାରିସଙ୍କ ମାତାପିତା ସାକ୍ଷାତ ହୋଇଥିଲେ। ହାରିସର ଏକ ଭଉଣୀ ଅଛନ୍ତି ମାୟା। ହାରିସଙ୍କୁ ସାତ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଛାଡପତ୍ର ଦେଇଥିଲେ।
୨୦୧୬ରେ ହ୍ୟାରିସ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପରେ ଉପରାଷ୍ଟ୍ରପତି ଜୋ ବାଇଡେନଙ୍କ ସମର୍ଥନରେ ଆମେରିକାର ସିନେଟ ପାଇଁ ନିର୍ବାଚନ ଲଢିଥିଲେ। ସେ ସହଜରେ କାଲିଫର୍ନିଆର ଅନ୍ୟ ସିନେଟ ପ୍ରାର୍ଥୀ ପ୍ରତିନିଧୀ ଲୋରେଟା ସାଞ୍ଚେଜଙ୍କୁ (ଡି) ପରାସ୍ତ କରିଥିଲେ। ୨୦୨୦ରେ ସେ ଆମେରିକାର ଉପରାଷ୍ଟ୍ରପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?