କିଏ ସେହି ଜୁଲି ଭାଭିଲୋଭା, ଯାହାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ପ୍ୟାରିସ୍‌, ୨୮ା୮:ମେସେଜିଂ ଆପ୍‌ ଟେଲିଗ୍ରାମରେ ଆପରାଧିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଏହାର ସିଇଓ ପାଭେଲ ଡ୍ୟୁରେଭଙ୍କୁ ରବିବାର ପ୍ୟାରିସ୍‌ର ଲେ ବୋର୍ଗେଟ ଏୟାରପୋର୍ଟରୁ ଫ୍ରାନ୍ସ ପୋଲିସ ଗିରଫ କରିଛି। ପାଭେଲଙ୍କ ଗିରଫଦାରିକୁ ନେଇ ଏକ ନୂଆ ମୋଡ଼ ଆସିଛି। ପାଭେଲ ଗିରଫ ହେବାର ଠିକ୍‌ ପୂର୍ବରୁ ଆଜରବାଇଜାନ ଯାଇଥିଲେ। ସେଠାରେ ଜୁଲି ଭାଭିଲୋଭା(୨୪) ନାମ୍ନୀ ଜଣେ ମହିଳାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ଜୁଲିଙ୍କ ହନିଟ୍ରାପ୍‌ରେ ଫସି ପାଭେଲ ଧରାପଡ଼ିଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି।
ଜୁଲିଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଅନୁଯାୟୀ, ସେ ଦୁବାଇର ଜଣେ କ୍ରିପ୍ଟୋ କୋଚ୍‌ ଏବଂ ଭିଡିଓ ଗେମ୍‌ ଷ୍ଟ୍ରିମର ମଧ୍ୟ। ଟେଲିଗ୍ରାମ ସିଇଓ ପାଭେଲଙ୍କ ସହ ମିଶି ସେ ବହୁ ସ୍ଥାନକୁ ଯାତ୍ରା କରିଛନ୍ତି। ନିକଟରେ ପାଭେଲଙ୍କ ସହ ଜୁଲି କାଜାଖ୍‌ସ୍ତାନ, କିର୍ଗିଜସ୍ତାନ, ଆଜରବାଇଜାନ ଆଦି ଦେଶକୁ ଭ୍ରମଣ କରିଥିଲେ। ଜୁଲି ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଓ ଷ୍ଟୋରି ମାଧ୍ୟମରେ ପାଭେଲଙ୍କ ସହ କରିଥିବା ବିଭିନ୍ନ ଯାତ୍ରାର ବହୁ ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକେ ବିଶ୍ୱାସ କରୁଛନ୍ତି, ଏପରି କରି ଜୁଲି ଡ୍ୟୁରେଭଙ୍କ ଠିକଣା ନେଇ ତାଙ୍କୁ ଖୋଜୁଥିବା ଅଧିକାରୀଙ୍କୁ ସୂଚନା ଦେଉଥିଲେ। ସେହିପରି ପାଭେଲଙ୍କ ଗିରଫଦାରିର ମାତ୍ର ୩ ଦିନ ପୂର୍ବରୁ ଜୁଲି ଏକ ପ୍ରାଇଭେଟ୍‌ ଜେଟ୍‌ ମଧ୍ୟରେ ବସି ଇନ୍‌ଷ୍ଟାଗ୍ରାମରେ ଷ୍ଟୋରି ଦେଇଥିଲେ। ଏହି ପ୍ରାଇଭେଟ ଜେଟ୍‌ ଡ୍ୟୁରୋଭଙ୍କର ଥିଲା ଏବଂ ଉକ୍ତ ଜେଟ୍‌ ଯୋଗେ ହିଁ ସେ ଗିରଫଦାରିର ଠିକ୍‌ ପୂର୍ବରୁ ପ୍ୟାରିସରେ ପହଞ୍ଚିଥିବା ନେଇ ଅନେକେ ଅନୁମାନ କରୁଛନ୍ତି। ଅନ୍ୟପକ୍ଷରେ, ଜୁଲି ଇସ୍ରାଏଲର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ’ର ଏଜେଣ୍ଟ ହୋଇଥିବା ନେଇ ଆଉ କେତେଜଣ ୟୁଜର୍ସ ଅନୁମାନ କରିଛନ୍ତି। ତେବେ ଟେଲିଗ୍ରାମ ସିଇଓଙ୍କ ଗିରଫଦାରି ପରଠାରୁ ଜୁଲି ନିଖୋଜ ରହିଛନ୍ତି।
ଏହି ରହସ୍ୟମୟୀ ମହିଳାଙ୍କ ସୋସିଆଲ ମିଡିଆ ଆକ୍ଟିଭିଟିକୁ ଫରାସୀ ସୁରକ୍ଷା ଅନୁସନ୍ଧାନକାରୀ ବେପ୍‌ଟିଷ୍ଟ ରୋବର୍ଟ ରିସର୍ଚ୍ଚ କରି କହିଛନ୍ତି, ପ୍ୟାରିସ ଆସିବା ପୂର୍ବରୁ ପାଭେଲଙ୍କ ଆଜରବାଇଜାନ ଯାତ୍ରାରେ ଜୁଲି ତାଙ୍କ ସହ ରହିଥିଲେ। ଉକ୍ତ ଯାତ୍ରାରେ ଟେଲିଗ୍ରାମ ସିଇଓଙ୍କ ସହ ଫଟୋକୁ ଭାବିଲୋଭା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ସମ୍ଭବତଃ ଏହି କାରଣରୁ ପାଭେଲଙ୍କୁ ଗିରଫ କରିବା ସମ୍ଭବ ହୋଇପାରିଛି ବୋଲି ରୋବର୍ଟ କହିଛନ୍ତି। ଏକ ଆମେରିକୀୟ ଖବରକାଗଜକୁ ରୋବର୍ଟ କହିଛନ୍ତି, ପାଭେଲଙ୍କ ଗିରଫଦାରିରେ ଜୁଲିଙ୍କ ପୋଷ୍ଟର ପ୍ରତ୍ୟକ୍ଷ ଭୂମିକା ରହିଛି କି ନାହିଁ ତାହା କହିବା କଷ୍ଟସାଧ୍ୟ, କିନ୍ତୁ ଯଦି କେହି ଜୁଲିଙ୍କର ସୋସିଆଲ ମିଡିଆକୁ ନିୟମିତ ଭାବେ ଫଲୋ କରୁଥିବେ ସେ ଅତି ସହଜରେ ଟେଲିଗ୍ରାମ ସିଇଓଙ୍କ ଗତିବିଧିକୁ ଟ୍ରାକ୍‌ କରିପାରିବେ। ଜୁଲିଙ୍କ ପୋଷ୍ଟରୁ ଜଣାପଡ଼ିଛି, ସେ ପାଭେଲଙ୍କ ସହ ଆଜରବାଇଜାନର ରାଜଧାନୀ ବାକୁରେ ଥିବା ଏକ ଶୁଟିଂ ରେଞ୍ଜ ଓ ଏକ ହୋଟେଲକୁ ଯାଇଥିଲେ। ଜୁଲିଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଉଭୟ ପାଭେଲ ଓ ଜୁଲି ପରସ୍ପର ସହ ବେଶ ନିକଟତର ହୋଇଥିବା ଜଣାପଡ଼ୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରକୃତ ସମ୍ପର୍କ କ’ଣ ତାହା କହିବା କଷ୍ଟକର ବୋଲି ରୋବର୍ଟ କହିଛନ୍ତି। ଜୁଲି ଏବଂ ପାଭେଲଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌ କେବେ ଏବଂ କେଉଁଠାରେ ହୋଇଥିଲା, ସେନେଇ ଜଣାପଡ଼ିନାହିଁ। ତେବେ ଉଭୟ ଦୁବାଇରେ ରହୁଥିଲେ ବୋଲି ରୋବର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri