Posted inଜାତୀୟ

କିଏ ସେହି ସୀମା ପାହୁଜା, ଯିଏ ଖୋଲିବେ କୋଲକାତା ଡାକ୍ତରଙ୍କ ହତ୍ୟା ମାମଲାର ବଡ଼ ରହସ୍ୟ, ପୂର୍ବରୁ କରିଥିଲେ…

ନୂଆଦିଲ୍ଲୀ,୧୯।୮: କୋଲକାତାର ଆର୍‌.ଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଭିଯୁକ୍ତ ସଞ୍ଜୟ ରୟ ଏବଂ ହସ୍ପିଟାଲର ଡାକ୍ତରଙ୍କ ବିବୃତ୍ତିରେ ତାଳମେଳ ରହୁନଥିବା ବେଳେ ଏହି ମାମଲା ଅତ୍ୟନ୍ତ ଗଭୀର ବୋଲି ଜଣାପଡୁଛି। ଲାଗୁଛି ଯେପରି ଏହି ମାମଲା ଭିତରେ କିଛି ଲୁଚି ରହିଛି। ତେଣୁ କୋଲକାତା ମାମଲାର ରହସ୍ୟ ଫିଟାଇବାକୁ ସିବିଆଇ ଏହାର ଜଣେ ମହିଳା ଆଇପିଏସ ସୀମା ପାହୁଜାଙ୍କୁ ନିଯୁକ୍ତ କରିଛି। ଇଏ ସେହି ସୀମା ପହୁଜା, ଯିଏ ହାଥରସ ଗ୍ୟାଙ୍ଗ୍‌ରେପ ମାମଲାର ସମାଧାନ କରିଥିଲେ।

ସିବିଆଇ ତାଙ୍କୁ ନିଯୁକ୍ତି ଦେବା ପାଇଁ ଜଣେ ମହିଳା ଆଇପିଏଫଙ୍କୁ ହଟାଇ ଦେଇଛି। ଏହି ଘଟଣାରେ ପୂର୍ବରୁ ତିନିଜଣ ଯାଞ୍ଚ ଅଧିକରୀ ନିଯୁକ୍ତ ହୋଇସାରିଛନ୍ତି। ସିବିଆଇ ଏହି ମାମଲାର ତଳ ଭାଗକୁ ଯିବାକୁ ଚାହୁଁଛି, ତେଣୁ ହାଥରସ ଘଟଣାରେ ଲାଇମ ଲାଇଟକୁ ଆସିଥିବା ସୀମା ପହୁଜାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ସୀମା ପାହୁଜା ଗାଜିଆବାଦର ସିବିଆଇ ୟୁନିଟ୍‌ରେ ଦୁର୍ନୀତି ନିବାରଣ ବ୍ୟୁରୋ ଅର୍ଥାତ୍‌ ଏସିବିରେ ଡିଏସ୍‌ପି ଭାବରେ ନିୟୋଜିତ ଅଛନ୍ତି। ସେ ଜଣେ ତୀକ୍ଷ୍ଣ ମହିଳା ଅଧିକାରୀ ଭାବରେ ଜଣାଶୁଣା। ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପୋଲିସ ପଦକ ସମେତ ଅନେକ ସମ୍ମାନ ମିଳିଛି । ସୀମା ପହୁଜା ଏହା ପୂର୍ବରୁ ସିବିଆଇର ସ୍ବତନ୍ତ୍ର କ୍ରାଇମ ୟୁନିଟ -୧ରେ କାର୍ଯ୍ୟ କରିସାରିଛନ୍ତି।

ଅନ୍ୟପଟେ କୋଲକାତାର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ଅଟୋପ୍‌ସି ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ପୀଡିତାଙ୍କ ସହ ଘଟିଥିବା ଘଟଣାର ସ୍ପଷ୍ଟ ତଥ୍ୟ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ମୃତଦେହ ନିବସ୍ତ୍ର ଅବସ୍ଥାରେ ମିଳିଥିଲା। ତାଙ୍କର ପ୍ରାଇଭେଟ ପାର୍ଟରୁ ରକ୍ତ ବାହାରୁଥିଲା। ଯାହା ବଳାତ୍କାରକୁ ନିଶ୍ଚିତ କରୁଛି। ପୀଡିତାଙ୍କ ବାମ ହାତ, କାନ୍ଧ, ଆଣ୍ଠୁ ଏବଂ ଗୋଡ କ୍ଷତ ଚିହ୍ନ ରହିଥିଲା। ଯୋନୀ ନିକଟରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ରିପୋର୍ଟରେ ଏହା କୁହାଯାଇଛି ଯେ ପୀଡ଼ିତାଙ୍କ ଆଖିରେ ରକ୍ତ ଦାଗ ଥିଲା । ଏହିପରି ଭାବେ ୧୪ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ରିପୋର୍ଟରେ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ତଦନ୍ତ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ନମୁନା ପଠାଯାଇଛି। ତେବେ ରିପୋର୍ଟରେ ମୃତ୍ୟୁର କାରଣକୁ ଅପ୍ରାକୃତିକ ମୃତ୍ୟୁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri