Posted inଜାତୀୟ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୋଦିଙ୍କ ବ୍ରତ ଖୋଲିଥିବା ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ କିଏ

ଅଯୋଧ୍ୟା,୨୩।୧: ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସୋମବାର ଅଯୋଧ୍ୟା ରାମ ମନ୍ଦିରରେ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରୀତିନୀତି ସମ୍ପନ୍ନ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିଲେ। ଏହି ସମୟରେ ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ମୋଦିଙ୍କ ଉପବାସ ଭାଙ୍ଗି ତାଙ୍କୁ ପାଣି ପିଆଇଥିଲେ। ସେବେଠାରୁ ଗୋବିନ୍ଦ ଗିରିଜି ମହାରାଜଙ୍କ ବିଷୟରେ ଅନେକ ଆଲୋଚନା ହେଉଛି।
ରାମ ମନ୍ଦିରର ଉଦଘାଟନ ଅବସରରେ ଗୋବିନ୍ଦ ଦେବ ଗିରିଜୀ ମହାରାଜ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କ ମା’ ହିରାବେନ ମୋଦିଙ୍କ ବିଷୟରେ ମଧ୍ୟ ଅନେକ କଥା କହିଥିଲେ। ଏବେ ମହନ୍ତ ଗୋବିନ୍ଦ ଦେବ ଗିରିଜୀ ମହାରାଜ ଅନେକ ଖବରରେ ଅଛନ୍ତି ଏବଂ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସେ କିଏ।
ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ଶ୍ରୀ ରାମ ଜନ୍ମଭୂମିି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ। ସେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅଟନ୍ତ। ସେ ୧୯୫୦ରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଜନ୍ମଗ୍ରହଣ କରିଥିଲେ। ସେ ଦେଶ ତଥା ବିଦେଶରେ ରାମାୟଣ ଏବଂ ଭଗବଦ ଗୀତା ପରି ପୁରାଣ ଗ୍ରନ୍ଥଗୁଡ଼ିକର ପ୍ରଚାର କରନ୍ତି। ତାଙ୍କର ଗୁରୁ ହେଉଛନ୍ତି ପାଣ୍ଡୁରାଙ୍ଗ ଶାସ୍ତ୍ରୀ। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ୧୫ ଜଣ ସଦସ୍ୟଙ୍କ ମଧ୍ୟରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଜ୍ୟୋତିଷ ପୀଠୀଶ୍ୱର ସ୍ବାମୀ ଭାସୁଦେବନନ୍ଦ ଜୀ ମହାରାଜ, ଜଗଦଗୁରୁ ମାଧର୍ବାଚାର୍ଯ୍ୟ ସ୍ବାମୀ ବିଶ୍ୱ ପ୍ରସନ୍ନତୀର୍ଥ ଜୀ ମହାରାଜ, ଯୁଗପୁରୁଷ ପରମାନନ୍ଦ ମହନ୍ତ ଧୀରେନ୍ଦ୍ର ଦାସ ଥିଲେ। ଚମ୍ପତ ରାୟ ଟ୍ରଷ୍ଟର ସାଧାରଣ ସମ୍ପାଦକ ଅଟନ୍ତି।
୨୦୧୯ରେ, ଯେତେବେଳେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଥିଲେ, ସେତେବେଳେ ଶ୍ରୀ ରାମ ଜନ୍ମଭୂମିି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ କରାଯାଇଥିଲା। ଏହି ଟ୍ରଷ୍ଟକୁ ମନ୍ଦିର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା। ଟ୍ରଷ୍ଟ ପାଇଁ ସରକାର ୧୫ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ ଯେଉଁଥିରେ ୯ ସ୍ଥାୟୀ ସଦସ୍ୟ ଏବଂ ୬ ଜଣ ମନୋନୀତ ସଦସ୍ୟ ରହିଥିଲେ। ଟ୍ରଷ୍ଟର ସଦସ୍ୟ ଭାବରେ ନିର୍ବାଚିତ ହେବାପରେ ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ନିଜ ଖୁସି ବ୍ୟକ୍ତ କରିଥିଲେ ଏବଂ ନିଜକୁ ଭାଗ୍ୟବାନ ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ଦୀର୍ଘ ବର୍ଷର ପରିଶ୍ରମ ଏବଂ ଭଗବାନ ରାମଚନ୍ଦ୍ରଙ୍କୁ ପୂଜା କରିବା ତାଙ୍କୁ ଭଗବାନ ରାମଙ୍କର ସେବା କରିବାର ସୁଯୋଗ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri