Posted inଜାତୀୟ

କିଏ ଅସଲି ନିଏ ନକଲି ଶିବସେନା: ଶିବାଜୀ ପାର୍କରେ ଦଶହରା ରାଲି ଅନୁମତି ପାଇଁ ଶିନ୍ଦେ-ିଉଦ୍ଧବ ମୁହାଁମୁହିଁ…

ମୁମ୍ବାଇ,୩୦।୯ : ମହାରାଷ୍ଟ୍ରରେ ପୁଣି ଗତ ବର୍ଷ ଭଳି ରାଜନୈତିକ ବିବାଦର ପୁନରାବୃତ୍ତି ହୋଇଛି। ଶିବସେନାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଅକ୍ଟୋବର ୨୪ ରେ ମୁମ୍ବାଇର ଶିବାଜୀ ପାର୍କରେ ଦଳର ଦଶହରା ରାଲି ଆୟୋଜନ କରିବାକୁ ଅନୁମତି ମାଗିଛନ୍ତି। ୧୯୬୬ମସିହାରେ ଆରମ୍ଭ ହେବା ପରଠାରୁ ଶିବସେନା ଦ୍ୱାରା ଦାଦର ଠାରେ ଦଶହରା ରାଲି ଆୟୋଜନ କରିବା ଏକ ପରମ୍ପରା।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ଦୁଇ ଗୋଷ୍ଠୀ ଏନେଇ ଆବେଦନ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଜି ଉତ୍ତର ୱାର୍ଡ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ଏହାକୁ ଆଇନ ବିଭାଗକୁ ପଠାଯାଇଛି। ଶିନ୍ଦେ ଏବଂ ଉଦ୍ଧବଙ୍କ ମଧ୍ୟରେ ଅସଲି ନକଲି ଶିବସେନା ନେଇ ଏହା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି।

ଶିନ୍ଦେ ଗୋଷ୍ଠୀ ପାଇଁ ଆବେଦନ ପାର୍ଟିର ବିଧାୟକ ମହିମର ବିଧାୟକ ସଦା ସର୍ବକରଙ୍କ ଦ୍ୱାରା ଦାଖଲ ହୋଇଥିବାବେଳେ ଉଦ୍ଧବ ଦଳ ପାଇଁ ଆବେଦନ ଏହାର ସ୍ଥାନୀୟ ଜୋନାଲ ମୁଖ୍ୟ ମହେଶ ସାୱନ୍ତଙ୍କ ଦ୍ୱରା କରାଯାଇଛି। ଗତ ବର୍ଷ ଦଳ ଦୁଇ ଭାଗରେ ବିଭକ୍ତ ହେବା ପରେ ପ୍ରଥମ ଥର ପାଇଦଶହରା ରାଲି ଅନୁଷ୍ଠିତ ହେବାକୁ ଯାଉଥିବାରୁ ଉଭୟ ଦଳ ଚର୍ଚ୍ଚାରେ ଥିଲେ। ଶିବଜୀ ପାର୍କରେ ସେନାର ବାର୍ଷିକ ଦୁଷେରା ରାଲି ଆୟୋଜନ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ। ତେବେ ବିଏମସି ଉଭୟ ଗୋଷ୍ଠୀଙ୍କର ଅନୁମତି ଆବେଦନ ପ୍ରତ୍ୟାଖ୍ୟାନ କରିଥିଲା। ଶେଷରେ, ବମ୍ବେ ହାଇକୋର୍ଟ ନାଗରିକ ସଂସ୍ଥାର ଆଦେଶକୁ ଖାରଜ କରି ୫ ଅକ୍ଟୋବର ୨୦୨୨ରେ ଶିବଜୀ ପାର୍କରେ ଉଦ୍ଧବ ଗୋଷ୍ଠୀଙ୍କୁ ଦଶହରା ରାଲି କରିବାକୁ ଅନୁମତି ଦେଇଥିଲେ। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଏମଏମଆରଡିଏ ପଡିଆରେ ଶିନ୍ଦେ ଗୋଷ୍ଠୀ ଦଶହରା ରାଲି କରିଥିଲେ ।

ଉଦ୍ଧବ ଗୋଷ୍ଠୀର ମହେଶ ସାୱନ୍ତ କହିଛନ୍ତି, ଏହା ଆମର ପରମ୍ପରା। ଗତ ବର୍ଷ ବିଏମସିର କୌଶଳ କାମ କରି ନ ଥିଲା ଏବଂ ଆମକୁ ହାଇକୋର୍ଟ ଯିବାକୁ ପଡିଥିଲା । ଆମେ ପୂର୍ବରୁ ମଧ୍ୟ ଆବେଦନ କରିଛୁ। ଆମେ ଗତ ବର୍ଷର ଅନୁମତି ପତ୍ର ମଧ୍ୟ ସଂଲଗ୍ନ କରିଛୁ । ଆମେ ଆମର ଆବେଦନ ସ୍ଥିତି ବିଷୟରେ ପଚାରିବା ପାଇଁ ଆସିଷ୍ଟାଣ୍ଟ ମ୍ୟୁନିସିପାଲିଟି କମିଶନର ପ୍ରଶାନ୍ତ ସାକପାଲଙ୍କୁ ଭେଟିଥିଲୁ ଏବଂ ସେ କହିଥିଲେ ଫାଇଲଟି ଆଇନ ବିଭାଗକୁ ପଠାଯାଇଛି।

ଶିବାଜୀ ପାର୍କରେ ଦଶହରା ରାଲି ଆୟୋଜନ କରିବା ଉଭୟ ଦଳ ପାଇଁ ସମ୍ମାନର ବିଷୟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯେହେତୁ ଉଭୟ ଗୋଷ୍ଠୀ ଦଳର ଉତ୍ତରାଧିକାରୀ ନେଇ ଲଢ଼େଇ ଲଢୁ ତେଣୁ ଏହା ଅତ୍ୟନ୍ତ ଗଚରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଶିନ୍ଦେଙ୍କ ଗୋଷ୍ଠୀ ପାଇଁ, ନିର୍ବାଚନ ଆୟୋଗ ଶିବସେନା ନାମ ଏବଂ ଧନୁ ଓ ତୀରର ଚିହ୍ନ ବଣ୍ଟନ କରିବା ପରେ ଶିବାଜୀ ପାର୍କରେ ଉତ୍ସବ ପାଇଁ ନୁମତି ତାଙ୍କର ବୈଧତା ଦାବିକୁ ସୁଦୃଢ଼ କରିବ। ଉଦ୍ଧବ ଠାକୁରଙ୍କୁ ମଶାଲ ନିର୍ବାଚନ ଚିହ୍ନ ମିଳିଥିଲା ଏବଂ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଭାବେ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri