Posted inଜାତୀୟ

କିଏ ଅସଲି ନିଏ ନକଲି ଶିବସେନା: ଶିବାଜୀ ପାର୍କରେ ଦଶହରା ରାଲି ଅନୁମତି ପାଇଁ ଶିନ୍ଦେ-ିଉଦ୍ଧବ ମୁହାଁମୁହିଁ…

ମୁମ୍ବାଇ,୩୦।୯ : ମହାରାଷ୍ଟ୍ରରେ ପୁଣି ଗତ ବର୍ଷ ଭଳି ରାଜନୈତିକ ବିବାଦର ପୁନରାବୃତ୍ତି ହୋଇଛି। ଶିବସେନାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଅକ୍ଟୋବର ୨୪ ରେ ମୁମ୍ବାଇର ଶିବାଜୀ ପାର୍କରେ ଦଳର ଦଶହରା ରାଲି ଆୟୋଜନ କରିବାକୁ ଅନୁମତି ମାଗିଛନ୍ତି। ୧୯୬୬ମସିହାରେ ଆରମ୍ଭ ହେବା ପରଠାରୁ ଶିବସେନା ଦ୍ୱାରା ଦାଦର ଠାରେ ଦଶହରା ରାଲି ଆୟୋଜନ କରିବା ଏକ ପରମ୍ପରା।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ଦୁଇ ଗୋଷ୍ଠୀ ଏନେଇ ଆବେଦନ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଜି ଉତ୍ତର ୱାର୍ଡ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ଏହାକୁ ଆଇନ ବିଭାଗକୁ ପଠାଯାଇଛି। ଶିନ୍ଦେ ଏବଂ ଉଦ୍ଧବଙ୍କ ମଧ୍ୟରେ ଅସଲି ନକଲି ଶିବସେନା ନେଇ ଏହା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି।

ଶିନ୍ଦେ ଗୋଷ୍ଠୀ ପାଇଁ ଆବେଦନ ପାର୍ଟିର ବିଧାୟକ ମହିମର ବିଧାୟକ ସଦା ସର୍ବକରଙ୍କ ଦ୍ୱାରା ଦାଖଲ ହୋଇଥିବାବେଳେ ଉଦ୍ଧବ ଦଳ ପାଇଁ ଆବେଦନ ଏହାର ସ୍ଥାନୀୟ ଜୋନାଲ ମୁଖ୍ୟ ମହେଶ ସାୱନ୍ତଙ୍କ ଦ୍ୱରା କରାଯାଇଛି। ଗତ ବର୍ଷ ଦଳ ଦୁଇ ଭାଗରେ ବିଭକ୍ତ ହେବା ପରେ ପ୍ରଥମ ଥର ପାଇଦଶହରା ରାଲି ଅନୁଷ୍ଠିତ ହେବାକୁ ଯାଉଥିବାରୁ ଉଭୟ ଦଳ ଚର୍ଚ୍ଚାରେ ଥିଲେ। ଶିବଜୀ ପାର୍କରେ ସେନାର ବାର୍ଷିକ ଦୁଷେରା ରାଲି ଆୟୋଜନ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ। ତେବେ ବିଏମସି ଉଭୟ ଗୋଷ୍ଠୀଙ୍କର ଅନୁମତି ଆବେଦନ ପ୍ରତ୍ୟାଖ୍ୟାନ କରିଥିଲା। ଶେଷରେ, ବମ୍ବେ ହାଇକୋର୍ଟ ନାଗରିକ ସଂସ୍ଥାର ଆଦେଶକୁ ଖାରଜ କରି ୫ ଅକ୍ଟୋବର ୨୦୨୨ରେ ଶିବଜୀ ପାର୍କରେ ଉଦ୍ଧବ ଗୋଷ୍ଠୀଙ୍କୁ ଦଶହରା ରାଲି କରିବାକୁ ଅନୁମତି ଦେଇଥିଲେ। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଏମଏମଆରଡିଏ ପଡିଆରେ ଶିନ୍ଦେ ଗୋଷ୍ଠୀ ଦଶହରା ରାଲି କରିଥିଲେ ।

ଉଦ୍ଧବ ଗୋଷ୍ଠୀର ମହେଶ ସାୱନ୍ତ କହିଛନ୍ତି, ଏହା ଆମର ପରମ୍ପରା। ଗତ ବର୍ଷ ବିଏମସିର କୌଶଳ କାମ କରି ନ ଥିଲା ଏବଂ ଆମକୁ ହାଇକୋର୍ଟ ଯିବାକୁ ପଡିଥିଲା । ଆମେ ପୂର୍ବରୁ ମଧ୍ୟ ଆବେଦନ କରିଛୁ। ଆମେ ଗତ ବର୍ଷର ଅନୁମତି ପତ୍ର ମଧ୍ୟ ସଂଲଗ୍ନ କରିଛୁ । ଆମେ ଆମର ଆବେଦନ ସ୍ଥିତି ବିଷୟରେ ପଚାରିବା ପାଇଁ ଆସିଷ୍ଟାଣ୍ଟ ମ୍ୟୁନିସିପାଲିଟି କମିଶନର ପ୍ରଶାନ୍ତ ସାକପାଲଙ୍କୁ ଭେଟିଥିଲୁ ଏବଂ ସେ କହିଥିଲେ ଫାଇଲଟି ଆଇନ ବିଭାଗକୁ ପଠାଯାଇଛି।

ଶିବାଜୀ ପାର୍କରେ ଦଶହରା ରାଲି ଆୟୋଜନ କରିବା ଉଭୟ ଦଳ ପାଇଁ ସମ୍ମାନର ବିଷୟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯେହେତୁ ଉଭୟ ଗୋଷ୍ଠୀ ଦଳର ଉତ୍ତରାଧିକାରୀ ନେଇ ଲଢ଼େଇ ଲଢୁ ତେଣୁ ଏହା ଅତ୍ୟନ୍ତ ଗଚରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଶିନ୍ଦେଙ୍କ ଗୋଷ୍ଠୀ ପାଇଁ, ନିର୍ବାଚନ ଆୟୋଗ ଶିବସେନା ନାମ ଏବଂ ଧନୁ ଓ ତୀରର ଚିହ୍ନ ବଣ୍ଟନ କରିବା ପରେ ଶିବାଜୀ ପାର୍କରେ ଉତ୍ସବ ପାଇଁ ନୁମତି ତାଙ୍କର ବୈଧତା ଦାବିକୁ ସୁଦୃଢ଼ କରିବ। ଉଦ୍ଧବ ଠାକୁରଙ୍କୁ ମଶାଲ ନିର୍ବାଚନ ଚିହ୍ନ ମିଳିଥିଲା ଏବଂ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଭାବେ ନାମିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri