Posted inଜାତୀୟ

ପ୍ରଥମ ଥର ପାଇଁ ବିଧାୟକ, ଏବେ ମୁଖ୍ୟମନ୍ତ୍ରୀ… ଜାଣନ୍ତୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କିଏ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ, ଭାଜପା ଜଣେ ମହିଳା ମୁହଁ ଉପରେ ବାଜି ଲଗାଇଛି ଏବଂ ବୈଶ୍ୟ ସମ୍ପ୍ରଦାୟରୁ ଆସିଥିବା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଗୁରୁବାର ସେ ରାମଲୀଳା ମଇଦାନରେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।

ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଛନ୍ତି ଏବଂ କଲେଜ ସମୟରୁ ଅଖିଳ ଭାରତୀୟ ଛାତ୍ର ପରିଷଦ (ABVP) ସହିତ ଜଡିତ ଅଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU)ର ସଭାପତି ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନରେ ​​ମଧ୍ୟ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ସେ ତିନିଥର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନରେ କାଉନସିଲର ରହିସାରିଛନ୍ତି। ସେ ଶାଲିମାର ବାଗ ଆସନରୁ ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ 30 ହଜାର ଭୋଟରେ ପରାସ୍ତ କରିଛନ୍ତି।

ରେଖାଙ୍କ ଜନ୍ମ ୧୯୭୪ ମସିହାରେ ହରିୟାଣାର ଜୁଲାନାରେ ହୋଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ତାଙ୍କ ବାପା ନିଯୁକ୍ତି ପାଇବା ପରେ ଦିଲ୍ଲୀକୁ ଚାଲିଆସିଥିଲେ। ଟ୍ୱେଥାପି ଏବେ ତାଙ୍କ ପରିବାର ଜୁଲାନାରେ ବ୍ୟବସାୟ କରୁଛନ୍ତି। ଦିଲ୍ଲୀ ସଂଲଗ୍ନ ହରିୟାଣାରୁ ହୋଇଥିବାରୁ, ରେଖା ଗୁପ୍ତା ତାଙ୍କ ନିଜ ରାଜ୍ୟକୁ ବାରମ୍ବାର ଯାଆନ୍ତି।

ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା, ଅଛି ଆରଏସଏସର ଲିଙ୍କ

ବିଧାୟକ ହେବା ପୂର୍ବରୁ ରେଖା ଗୁପ୍ତା ଭାଜପାର ସାଂଗଠନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦିଲ୍ଲୀ ବିଜେପିରେ ସାଧାରଣ ସମ୍ପାଦକ ପଦବୀରେ ଅଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ କଲେଜରୁ ପାଠପଢ଼ିଥିବା ରେଖା ଗୁପ୍ତାଙ୍କ ପାଖରେ ଏମ.ଏ ଏବଂ ଏମ.ବି.ଏ ଡିଗ୍ରୀ ଅଛି। ବିଶେଷ କଥା ହେଉଛି ସେ ଦୀର୍ଘ ସମୟ ଧରି ଆରଏସଏସର ସକ୍ରିୟ ସଦସ୍ୟ ଅଛନ୍ତି ଏବଂ ସଂଘର କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?