
ନୂଆଦିଲ୍ଲୀ,୬।୬: ଆଇପିଏଲ୍ ୨୦୨୫ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିଲେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ ଆୟର। ଏବେ କିନ୍ତୁ ସେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେଇଟି ହେଲା ଅଭିନେତ୍ରୀ ଏଡିନ୍ ରୋଜ। ସେ ଏକ ସାକ୍ଷାତକାରରେ ଆୟରଙ୍କୁ ବହୁତ ପସନ୍ଦ କରୁଥିବା କହିବା ସହ ମନେ ମନେ ତାଙ୍କୁ ସ୍ବାମୀ ଭାବି ନେଇଥିବା କହିଛନ୍ତି।
ଏଡିନ୍ ଜଣେ ଅଭିନେତ୍ରୀ ଏବଂ ମଡେଲ। ୨୦୨୩ରେ ଏକ ତାମିଲ ଫିଲ୍ମ ‘ରାବଣାସୁର’ରେ ନିଜ ଚରିତ୍ରକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏହାଛଡ଼ା ସେ ‘LIK’ ଫିଲ୍ମରେ କାମ କରିଛନ୍ତି। ଦୁବାଇରେ ତାଙ୍କର ଜନ୍ମ। ସେଠାରେ ହିଁ ସେ ପାଠପଢ଼ା ଶେଷ କରିଥିଲେ। ୨୦୨୦ରେ ସେ ଭାରତ ଆସି ମଡେଲିଂ ଆରମ୍ଭ କରିଥିଲେ। ଇନଷ୍ଟାଗ୍ରାମରେ ସେ ବେଶ ଲୋକପ୍ରିୟ।
୨୦୨୩ରେ ଏଡିନ ବିଗ୍ବସ୍ରେ ନଜର ଆସିଥିଲେ। ଏବେ ତାଙ୍କୁ ୨୬ ବର୍ଷ। ସେ ଏରୋନେଟିକ୍ସରେ ଡିଗ୍ରୀ କରିଥିବା ବେଳେ ଇସଲାମ୍ ଧର୍ମକୁ ମାନି ଥାନ୍ତି। ତାଙ୍କ ବାପା ତାମିଲ ହୋଇଥିବା ବେଳେ ମା’ କର୍ନାଟକର ବୋଲି ଜଣାପଡ଼ିଛି।