କାହା ପାଣ୍ଠିରେ ‘ଟ୍ରୁଥ୍‌ ସୋସିଆଲ’

ଓ୍ବାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରକୁ ଟକ୍କର ଦେବା ପାଇଁ ଏକ ନୂଆ ମିଡିଆ କମ୍ପାନୀ ଖୋଲିବା ପରଠୁ ଗୋଟିଏ ବିଷୟକୁ ନେଇ ପ୍ରଶ୍ନ ଉଠିଆସିଛି। ତାହା ହେଲା ତାଙ୍କ ଟ୍ରୁଥ୍‌ ସୋସିଆଲ୍‌କୁ ପାଣ୍ଠି ଯୋଗାଇଛି କିଏ?

ଉପରୋକ୍ତ ପ୍ରଶ୍ନର କେତେକ ଉତ୍ତର କିଛି ଦସ୍ତାବିଜ୍‌ରୁ ମିଳିପାରେ। ଟ୍ରୁଥ୍‌ ସୋସିଆଲ୍‌ ଏବଂ ଏହାକୁ ଲୋକଙ୍କ ସାମ୍ନାକୁ ଆଣିଥିବା ଡିଜିଟାଲ ଓ୍ବାଲର୍‌ଡ ଆକ୍ୟୁଜିଶନ୍‌ କର୍ପ ବିରୋଧରେ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ କମିଶନ୍‌ (ଏସିସି) ନିକଟରେ ନିଜକୁ ହ୍ୟୁସିଲ୍‌ ବ୍ଲୋୟର୍‌ ଦାବି କରୁଥିବା ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଓ୍ବିଲିଅମ୍‌ ଓ୍ବଲ୍‌କର୍ସନ୍‌ଙ୍କ ପକ୍ଷରୁ ଆଇନଜୀବୀମାନେ ଏହି ଦସ୍ତାବିଜ ଦାଖଲ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ଟ୍ରୁଥ୍‌ ସୋସିଆଲକୁ ପ୍ରଥମେ ସିଲିକନ୍‌ ଭ୍ୟାଲି ବାହାରର ୬ ଜଣ ବିଜ୍‌ନେସ୍‌ମ୍ୟାନ୍‌ ପାଣ୍ଠି ଯୋଗାଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଏକ ତୈଳ କମ୍ପାନୀ ଓ ଏକ ଜିମ୍‌ ଚେନ୍‌ର ୨ ଜଣ ଏକ୍‌ଜିକ୍ୟୁଟିଭ୍‌, ଅନେକ ରିପବ୍ଲିକାନ୍‌ ଡୋନର୍‌, ପର୍ତ୍ତୁଗାଲରେ ଅବସ୍ଥାପିତ ଜଣେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଏକ ମେଲ୍‌ ଅର୍ଡର ଫ୍ରୁଟ୍‌କେକ୍‌ କମ୍ପାନୀର ମୁଖ୍ୟ ଅଛନ୍ତି। ସୋସିଆଲ ମିଡିଆ ଆପ୍ଲିକେଶନ୍‌ ଟ୍ରୁଥ୍‌ ସୋସିଆଲ୍‌ର ପ୍ୟାରେଣ୍ଟ କମ୍ପାନୀ ଟ୍ରମ୍ପ୍‌ ମିଡିଆ ଆଣ୍ଡ୍‌ ଟେକ୍‌ନୋଲାଲୋଜି ଗ୍ରୁପ୍‌ (ଟିଏମ୍‌ଟିଜି)କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା କେତେଜଣ ବ୍ୟକ୍ତିଙ୍କ ଅନୁସାରେ ଗତ ରାଷ୍ଟ୍ରପତି ନିର୍ବାଚନରେ ସେ ପରାଜିତ ହେବାପରେ ୨୦୨୧ ଜାନୁୟାରୀ ୬ରେ କ୍ୟାପିଟୋଲ୍‌ ହିଲ୍‌ରେ କଂଗ୍ରେସ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଟୁଇଟର ଓ ଫେସ୍‌ବୁକ୍‌ ଟ୍ରମ୍ପ୍‌ଙ୍କ ଉପରେ କଟକଣା ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ୍‌ ନିଜ ସମର୍ଥକମାନଙ୍କ ସହଯୋଗରେ ଟ୍ରୁଥ୍‌ ସୋସିଆଲ ଖୋଲିଥିବା ଜଣାପଡ଼ିଛି। ଡିଜିଟାଲ ଓ୍ବାଲର୍‌ଡ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ପାଟ୍ରିକ୍‌ ଓର୍‌ଲାଣ୍ଡୋ ଏବଂ ଟିଏମ୍‌ଟିଜି ସହପ୍ରତିଷ୍ଠାତା ଆଣ୍ଡି ଲିଟିନ୍‌ସ୍କି ଓ ଓ୍ବେସ୍‌ ମୋସ୍‌ ଦସ୍ତାବଜରେ ସେମାନଙ୍କ ନାମ ଉଲ୍ଲେଖ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ୨୦୨୧ ମେ’ରୁ ୨୦୨୨ ମଧ୍ୟଭାଗର କେତେକ ପ୍ରମିଜରି ନୋଟ୍‌ରୁ ଟିଏମ୍‌ଟିଜିରେ ନିବେଶକଙ୍କ ସମ୍ପୃକ୍ତି ସମ୍ପର୍କିତ କେତେକ ନୂଆ ତଥ୍ୟ ମିଳିଛି। ଉକ୍ତ କମ୍ପାନୀ ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତି ଓ କର୍ପୋରେଟ୍‌ ପାର୍ଟନରମାନଙ୍କୁ ସାମିଲ୍‌ କରିବାରେ ଟ୍ରମ୍ପ୍‌ଙ୍କ କମ୍ପାନୀ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛି। ଦସ୍ତାବିଜ ଅନୁଯାୟୀ ଟେକ୍ସାସ୍‌ର ମିଡ୍‌ଲ୍ୟାଣ୍ଡସ୍ଥିତ ତୈଳ ଓ ଶକ୍ତି କମ୍ପାନୀ ଓରିକ୍ସ ମିଡ୍‌ଷ୍ଟ୍ରିମ୍‌ ସର୍ଭିସେସ୍‌ ଅଧ୍ୟକ୍ଷ କାର୍ଲ ଫ୍ଲୁଜର୍‌ ୨୦୨୧ ଡିସେମ୍ବରରେ ୫.୩ ନିୟୁତ ଡଲାର ଓ ଗତମାର୍ଚ୍ଚରେ ୪.୫ ନିୟୁତ ଡଲାର ଏଥିରେ ନିବେଶ କରିଥିଲେ। କାର୍ଲ ଫ୍ଲୁଜର୍‌ ହେଉଛନ୍ତି ଟେକ୍ସାସ୍‌ର ରିପବ୍ଲିକାନ୍‌ କଂଗ୍ରେସମ୍ୟାନ୍‌ ଅଗଷ୍ଟ ଫ୍ଲୁଜରଙ୍କ ଭାଇ, ଯିଏକି ଟ୍ରମ୍ପ୍‌ଙ୍କ ଜଣେ ବଡ଼ ପ୍ରଶଂସକଭାବେ ଜଣାଶୁଣା। ସେହିପରି ପାମ୍‌ ବିଚ୍‌ ସ୍ପୋଟର୍‌ସ କ୍ଲବ୍‌, ଟିଏମ୍‌ପିଏଲ୍‌ ଭଳି ଏଗ୍‌ଜରି ଜିମ୍‌ ବ୍ରାଣ୍ଡ୍‌ଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ହୋଲ୍ଡିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ପାଟ୍ରିକ୍‌ ଓ୍ବାର୍ଲଶ୍‌ ୨୦୨୧ ଡିସେମ୍ବରରୁ ଗତ ଫେବୃୟାରୀ ମଧ୍ୟରେ ୬.୨ ନିୟୁତ ଡଲାର ବିନିଯୋଗ କରିଥିଲେ।

ଟେଲିକମ୍‌ ବିଲିୟନେୟାର ତଥା ଟ୍ରମ୍ପ୍‌ଙ୍କ ଦୃଢ ସମର୍ଥକ କେନି ଟ୍ରଉଟ୍‌ ମଧ୍ୟ ନିଜ ମ୍ୟାନେଜରଙ୍କ ଜରିଆରେ ୨୦୨୧ ମେ’ରୁ ନଭେମ୍ବର ମଧ୍ୟରେ ୪ ନିୟୁତ ଡଲାର ଲଗାଇଥିଲେ। ସେ ଟ୍ରମ୍ପ୍‌ଙ୍କୁ ନିର୍ବାଚନବେଳେ ବିପୁଳ ଅର୍ଥ ଚାନ୍ଦା ଦେଇଥିଲେ। ଏହି ସମର୍ଥକମାନେ ଟ୍ରୁଥ୍‌ ସୋସିଆଲକୁ ମୋଟ ୨୨.୮ ନିୟୁତ ଡଲାର ପ୍ରଦାନ କରିଥିବା ହ୍ୟୁସିଲ୍‌ ବ୍ଲୋୟର୍‌ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଟିଏମ୍‌ଟିଜି ଗତବର୍ଷ ଫେବୃୟାରୀରେ ଆପଲ୍‌ ଆପ୍‌ ଷ୍ଟୋର୍‌ ଏବଂ ଅକ୍ଟୋବରରେ ଗୁଗଲ୍‌ ପ୍ଲେ ଷ୍ଟୋରରେ ଟ୍ରୁଥ୍‌ ସୋସିଆଲ ଲଞ୍ଚ କରିଥିଲା। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବାପାଇଁ ଅଣ୍ଟା ଭିଡ଼ିଥିବା ଟ୍ରମ୍ପ୍‌ଙ୍କ ବିରୋଧରେ ନ୍ୟାୟ ବିଭାଗ ଏବଂ ଏସ୍‌ଇସି ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ ଏହି ଡିଲ୍‌ ବିବାଦ ଘେରକୁ ଆସିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?