ରାଜରାସ୍ତାକୁ ଓହ୍ଲାଇ ନେପାଳ ସରକାରଙ୍କୁ ଗାଦିଚ୍ୟୁତ କରିଥିବା Gen Z କିଏ? ଜାଣନ୍ତୁ ଏମାନକୁ ନେଇ ସବୁକିଛି…

କାଠମାଣ୍ଡୁ,୯।୯: ନେପାଳରେ ହିଂସାତ୍ମକ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଇସ୍ତଫା ଦେଇସାରିଛନ୍ତି। ଏହାକୁ ନେଇ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି ‘ଜେନ୍‌ Z’, ଯାହାଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଉଛି। ନେପାଳ ସରକାରଙ୍କ ଦ୍ୱାରା ହଠାତ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଲଗାଯିବା ପରେ ହଜାର ହଜାର ବିଦ୍ରୋହକାରୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନରେ ଅଧିକାଂଶ ଅଂଶଗ୍ରହଣକାରୀ ‘ଜେନ୍‌ Z’ ଜେନେରେସନର ଯୁବକ ଯୁବତୀ। ଆସନ୍ତୁ ଜାଣିବା ଏହି ‘ଜେନ୍‌ Z’ କିଏ ଏବଂ କାହିଁକି ଏମାନଙ୍କୁ ନେଇ ଚର୍ଚ୍ଚା ହେଉଛି?

‘ଜେନ୍‌ Z’ କିଏ?
ଜେନ Z ବା ଜେନେରେସନ ଜି ହେଉଛନ୍ତି ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବା ଯୁବପିଢ଼ି, ଅର୍ଥାତ ୧୩ ରୁ ୨୮ ବର୍ଷ ବୟସର ଯୁବକ-ଯୁବତୀ। ଏମାନେ ଟେକ୍ନୋଲୋଜି, ଇଣ୍ଟରନେଟ, ସୋସିଆଲ ମିଡିଆ ଏବଂ ଡିଜିଟାଲ ଯୁଗ ସହିତ ବଢ଼ିଛନ୍ତି। ଏମାନଙ୍କୁ ଡିଜିଟାଲ ନେଟିଭ୍ସ ମଧ୍ୟ କୁହାଯାଏ, କାରଣ ଏମାନେ ଟେକ୍ନୋଲୋଜିରେ ଘେରି ରହିଛନ୍ତି ଏବଂ ଏହା ମାଧ୍ୟମରେ ସାରା ବିଶ୍ୱ ସହ ଯୋଡ଼ି ହୋଇ ରହିଥାନ୍ତି।

କାହିଁକି ଚର୍ଚ୍ଚାରେ ଜେନ Z?
ଏହି ଯୁବପିଢ଼ି ସ୍ମାର୍ଟଫୋନ, ଲାପଟପ୍‌ ଏବଂ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରନ୍ତି। ଏମାନେ ନୂଆ ନୂଆ ଜିନିଷ ଶିଖିବା ଓ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଭଲ ପାଆନ୍ତି। ଏମାନେ କେବଳ ନିଜ ପାଇଁ ନୁହେଁ, ପରିବେଶ, ସମାନତା, ଲିଙ୍ଗ ଅଧିକାର ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ସଚେତନ ରହିଥାନ୍ତି। ଏମାନେ ନିଜର ମତାମତ ଖୋଲାଖୋଲି ପ୍ରକାଶ କରନ୍ତି ଏବଂ କାହାକୁ ଚ୍ୟାଲେଞ୍ଜ କରିବାକୁ ଡରନ୍ତି ନାହିଁ। ପରିବର୍ତ୍ତନକୁ ଏମାନେ ବେଶ ପସନ୍ଦ କରନ୍ତି ଏବଂ କୌଣସି ଭେଦଭାବ ନକରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି।

ନେପାଳରେ ଆନ୍ଦୋଳନର ଆରମ୍ଭ:
ନେପାଳ ସରକାରଙ୍କ ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ନିଷ୍ପତ୍ତି ‘ଜେନ୍‌ Z’ପାଇଁ ଏକ ବଡ଼ ଝଟକା ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ଏମାନେ ନିଜର ମତ ପ୍ରକାଶ କରନ୍ତି, ଅନ୍ୟମାନଙ୍କ ସହ ଯୋଡ଼ି ହୋଇ ରହନ୍ତି ଏବଂ ବିଶ୍ୱର ଖବର ଉପରେ ନଜର ରଖନ୍ତି। ଏଣୁ ସୋସିଆଲ ମିଡିଆ ଉପରେ କଟକଣା ଏମାନଙ୍କ ସ୍ବାଧୀନତା ଛଡ଼ାଇ ନେବା ସହ ସମାନ।

ରାସ୍ତାରେ ‘ଜେନ୍‌ Z’ର ହଙ୍ଗାମା:
ସୋସିଆଲ ମିଡିଆ ଉପରେ କଟକଣା ଖବର ଶୁଣି ‘ଜେନ୍‌ Z’ ଯୁବକ-ଯୁବତୀ ଏକତ୍ରିତ ହୋଇ ସରକାରଙ୍କ ଏହି ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେମାନେ ରାସ୍ତାକୁ ଓହ୍ଲାଇ ଏହାକୁ ଏକ ବଡ଼ ଆନ୍ଦୋଳନରେ ପରିଣତ କରିଛନ୍ତି। ଏହି ଆନ୍ଦୋଳନରେ ଦେଶର ବିଭିନ୍ନ ସ୍ଥାନରୁ ଯୁବପିଢ଼ି ସାମିଲ ହୋଇଛନ୍ତି। ଏମାନେ ଦୁର୍ନୀତି ବିରୁଦ୍ଧରେ, ସ୍ବାଧୀନତାର ସୁରକ୍ଷା ପାଇଁ ଏବଂ ସ୍ବଚ୍ଛତା ଦାବି କରୁଛନ୍ତି। ଏହି ସଂଘର୍ଷ ଦର୍ଶାଉଛି ଯେ ଜେନ ଜି କେବଳ ସୋସିଆଲ ମିଡିଆ ବ୍ୟବହାର କରିବାରେ ନୁହେଁ, ଆବଶ୍ୟକ ପଡ଼ିବାରେ ନିଜ ଅଧିକାର ପାଇଁ ଲଢ଼ିବାରେ ମଧ୍ୟ ସକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri