Posted inଜାତୀୟ

ସଂସଦ ଭିତରେ ଓ ବାହାରେ ଧୂଆଁ ସ୍ପ୍ରେ କରି ଆତଙ୍କ ସୃଷ୍ଟି କରିଥିବା ଯୁବତୀ ଓ ଯୁବକମାନେ କିଏ?

ନୂଆଦିଲ୍ଲୀ, ୧୩ା୧୨: ୨୨ ବର୍ଷ ପୂର୍ବେ ସଂସଦ ଗୃହ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ନୂତନ ସଂସଦ ଭବନରେ ଏକ ବଡ଼ ଉତ୍ତେଜନା ଦେଖିବାକୁ ମିଳିଛି। ଯେତେବେଳେ ପରିଦର୍ଶକ ଗ୍ୟାଲେରୀରେ ବସିଥିବା ଦୁଇଜଣ ଯୁବକ ସଂସଦରେ ଶୁନ୍ୟକାଳ ଚାଲିଥିବା ସମୟରେ ଲୋକସଭାକୁ ଡେଇଁଲେ ଏବଂ ଟେବୁଲଗୁଡ଼ିକ ଉପରେ ଡେଇଁବା ପରେ ଧୂଆଁ ଉଡ଼ାଇଥିଲେ। ଏହି ଘଟଣାର କିଛି ସମୟ ପୂର୍ବରୁ ସଂସଦ ଭବନ ବାହାରେ ପରିବହନ ଭବନ ସମ୍ମୁଖରେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା, ପ୍ରାୟ ସମାନ ପ୍ରକାରର ଗ୍ୟାସ ସ୍ପ୍ରେ କରି ସେମାନେ ସ୍ଲୋଗାନ ଦେଇଥିଲେ।

ସଂସଦ ଭିତରେ ଗିରଫ ହୋଇଥିବା ଯୁବକଙ୍କ ନାମ ହେଉଛି ସାଗର ଶର୍ମା ଏବଂ ମନୋରଂଜନ ଡି। ମନୋରଂଜନ ଡି କର୍ଣ୍ଣାଟକ ମହୀଶୁରର ବାସିନ୍ଦା। ଏହା ବ୍ୟତୀତ ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପରିବହନ ଭବନ ସମ୍ମୁଖରେ ଗିରଫ ହୋଇଥିବା ଦୁଇ ବିକ୍ଷୋଭକାରୀଙ୍କୁ ସଂସଦ ଛକ ପୋଲିସ ଷ୍ଟେସନକୁ ଅଣାଯାଇଛି ଏବଂ ବର୍ତ୍ତମାନ ପଚରାଉଚରା ଜାରି ରହିଛି। ସେମାନଙ୍କ ନାମ ନୀଲମ (୪୨) ଏବଂ ଅନମୋଲ ସିନ୍ଦେ (୨୫)ବୋଲି ଜଣାପଡିଛି। ନୀଲମ ହିସାର, ହରିୟାଣାର ବାସିନ୍ଦା ଏବଂ ଅନମୋଲ ସିନ୍ଦେ ମହାରାଷ୍ଟ୍ରର ଲାଟୁରରେ ରୁହନ୍ତି।

ସଂସଦ ଭିତରେ ଘଟିଥିବା ଘଟଣା ବିଷୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ପରିବହନ ଭବନ ସମ୍ମୁଖରେ ଗିରଫ ହୋଇଥିବା ଲୋକଙ୍କୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ପ୍ରାଥମିକ ତଦନ୍ତ କରାଯାଇଛି … ପରେ ବିସ୍ତୃତ ତଦନ୍ତର ରିପୋର୍ଟ ମଧ୍ୟ ଦିଆଯିବ।

ଏହି ସମୟରେ, ଆମ୍ରୋହା ସାଂସଦ କୁନୱାର ଡାନିଶ ଅଲିଙ୍କ ସୂଚନା ଅନୁଯାୟୀ ସଂସଦରେ ପ୍ରବେଶ କରିଥିବା ଦୁଇ ଯୁବକ ଅର୍ଥାତ୍ ସାଗର ଶର୍ମା ଏବଂ ମନୋରଂଜନ ଡି ଉଭୟଙ୍କୁ ଭାଜପା ନେତା ପ୍ରତାପ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ ପାସ୍ ପ୍ରଦାନ କରାଯାଇଥିଲା। କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଅନୁଯାୟୀ, ଲୋକସଭାକୁ ଡେଇଁପଡିଥିବା ଉଭୟ ଯୁବକ ଲୁହବୁହା ଗ୍ୟାସ ସେଲ ନେଇ ଯାଉଥିଲେ। ଶୁନ୍ୟକାଳ ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଟେବୁଲ ଉପରେ ଡେଇଁପଡିଥିବା ବେଳେ ଅନ୍ୟ ଯୁବକଙ୍କୁ ସର୍ବସାଧାରଣ ଗ୍ୟାଲେରୀରେ ବୁଲୁଥିବାର ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri