ମୋରଡ଼ା(ସ୍ମାରକ ମାଜୀ)/ରାସଗୋବିନ୍ଦପୁର(ସତ୍ୟବାଦୀ ପରିଡ଼ା),୧ା୧୧- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ପୋଲିସ ଶୁକ୍ରବାର ଏକ ନବଜାତ ଶିଶୁ କନ୍ୟା ମୃତଦେହ ଜବତ କରିଛି।
ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ସମୟରେ ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ଛକଠାରୁ ୨୦୦ ମିଟର ଦୂର ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଏକ ବ୍ୟାଗରେ ନବଜାତ ଶିଶୁ କନ୍ୟା ମୃତଦେହ ଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଉକ୍ତ ନବଜାତ ଶିଶୁ କନ୍ୟା କେବେ ଏବଂ କେଉଁଠି ଜନ୍ମ ହୋଇଥିଲା ତଥା ତା’ର ମା’ କେଉଁ ଅଙ୍ଗନଓ୍ବାଡି କ୍ଷେତ୍ରର ତାହାର ତଦନ୍ତ ପାଇଁ ଦାବି ହେଉଛି। ଏନେଇ ରାସଗୋବିନ୍ଦପୁର ସିଡିପିଓ ମାଳତୀ ମାର୍ଣ୍ଡିଙ୍କୁ ପଚାରିବାରୁ ଘଟଣା ବାବଦରେ ସେ ଅବଗତ ହୋଇଛନ୍ତି ଏବଂ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily