ଅଜୟଙ୍କ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ମୁଭି ‘ରନୱେ ୩୪’ ୨୯ ଏପ୍ରିଲରେ ରିଲିଜ୍ ହୋଇ ସାରିଛି । ଦର୍ଶକେ ଫିଲ୍ମଟିକୁ ପ୍ରଥମରୁ ନ ହେଲେ ବି ଏବେ ଖୁବ୍ ପସନ୍ଦ କରିଛନ୍ତି । ମୁଭିରେ ଅଜୟ ଦେବଗନ, ଅମିତାଭ ବଚ୍ଚନ, ରକୁଲ ପ୍ରିତ ସିଂ ଓ ଅଙ୍ଗିରା ଧରଙ୍କ କାମର ସମସ୍ତେ ପ୍ରଶଂସା କରୁଛନ୍ତି । ଅଜୟ ଏହି ମୁଭିର ନିର୍ଦ୍ଦେଶନା ବି ଦେଇଛନ୍ତି । ଅଜୟଙ୍କ କାମରେ ଖୁସି ହୋଇ ଅମିତାଭ ଏକ ଚିଠି ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ପ୍ରଶଂସା ବି କରିଛନ୍ତି । ଚିଠିରେ ଅମିତାଭ ଲେଖିଛନ୍ତି, ଅଜୟ, ଅଜୟ, ଅଜୟ । ‘ରନୱେ ୩୪’ର ଏକ ଅଂଶ ହେବା ଓ ତୁମଭଳି ଜଣେ ନିର୍ଦ୍ଦଶକଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ । ତୁମର କାମ ମହାନ । ଯେମିତି ଭାବେ ତୁବେ ସବୁ କାମ ଛାଡି ଏହି ଫିଲ୍ମକୁ ତିଆରି କରିଛ, ତାହା ସତରେ ଜବରଦସ୍ତ । ଲୋକେ କହୁଛନ୍ତି ଏହା ତୁମର ବେଷ୍ଟ କାମ ହେଲ ମୁଁ ଜାଣିଛି ଆହୁରି ବେଷ୍ଟ ଆସିବା ବାକି ରହିଛି । ଶୁଭେଚ୍ଛା । ପ୍ୟାର, ଅମିତାଭ ବଚ୍ଚନ ।
ଅଜୟ ଏହି ପୋଷ୍ଟର ଜବାବ ଦେବାକୁ ଯାଇ ଲେଖିଛନ୍ତି, ଯେତେବେଳେ ଅମିତାଭ ବଚ୍ଚନଙ୍କ ଭଳି ବଡ କଳାକାର ଆପଣଙ୍କ ଡାଇରେକ୍ଟଟୋରିଆଲ ବେଂଚରରେ କାମ କରନ୍ତି, ଏହା ଏମିତି ସୌଭାଗ୍ୟ ଯାହା ଭାଷାରେ ବର୍ଣ୍ଣନା କରିବା ମୁସ୍କିଲ । ଯେତେବେଳେ ସେ ତାଙ୍କ ହାତ ଲେଖା ନୋଟ୍‌ରେ ଆପଣଙ୍କ ପ୍ରଶଂସା କରୁଛନ୍ତି, ସେତେବେଳେ ଆପଣଙ୍କ ଭିତରର ଇମୋସନ୍ସ ବାହାରକୁ ଆସିଯାଇଥାଏ । ମୁଁ ଗର୍ବିତ ଆଉ ଖୁସିବି । ଥ୍ୟାଙ୍କ ୟୁ ଅମିତ ଜି । ଫ୍ୟାନ୍ସ ଏହି ପୋଷ୍ଟକୁ ଖୁବ୍ ପସନ୍ଦ କରୁଛନ୍ତି ।
ସୂଚନାଅନୁଯାୟୀ, ‘ରନୱେ ୩୪ ବିକ୍ରାନ୍ତ ଖାନ୍ନା ନାମକ ପାଇଲଟଙ୍କ କାହାଣୀ । ଏହା ୨୦୧୫ର ସତ୍ୟ ଘଟଣା ଉପରେ ଅଧାରିତ ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri