ଆନନ୍ଦପୁର,୧୧ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଲରା ଗଡ଼ିଆ ଗ୍ରାମର ସୁଜିତ ନାଏକ (୪୫)ବିଷଧର ସାପ ଚୋଟରେ ମୃତ୍ୟୁ ଘଟିଛି।
ସୂଚନାରୁ ଜଣାପଡ଼ିଛି, ସୁଜିତ ବୁଧବାର ସକାଳୁ ନିକଟସ୍ଥ ନଦୀରେ ଜାଲ ମାଛ ଧରିବା ପାଇଁ ଜାଲ ବସାଇଥିଲେ, ଜାଲରେ ଏକ ବିଷଧର ସାପ ଫସି ରହିଥିବା ବେଳେ ସାପଟିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ସାପ ଚୋଟ ମାରିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିବା ବେଳେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ ହେଲେ କଟକ ଯିବା ବାଟରେ ଚଣ୍ଡିଖୋଲ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।