ବିଲରେ ହଳ କରୁକରୁ ମାଟିରୁ ମିଳିଲା ସୁନା, ରାତାରାତି ୩୬ହଜାର କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୨୯।୫: କିଏ ଜାଣେ ଭାଗ୍ୟ କେତେବେଳେ ଏବଂ କେଉଁଠି ବଦଳିପାରେ। ଜଣେ ଗରିବ ଚାଷୀଙ୍କ ସହିତ ମଧ୍ୟ ଏପରି କିଛି ଘଟିଛି। ଫ୍ରାନ୍ସର କେନ୍ଦ୍ରୀୟ ଅଞ୍ଚଳ ଆଉର୍ଗନେରେ ଜଣେ ସାଧାରଣ ଚାଷୀଙ୍କ ଭାଗ୍ୟ ହଠାତ ବଦଳିଯାଇଛି। ସେ ତାଙ୍କ କ୍ଷେତରେ ଏପରି କିଛି ପାଇଛନ୍ତି, ଯାହା ସେ କଳ୍ପନା କରିପାରିନଥିଲେ।

Image

52 ବର୍ଷୀୟ ଚାଷୀ ମିଶେଲ ଡୁପୋଣ୍ଟ ତାଙ୍କ କ୍ଷେତରେ କାମ କରୁଥିଲେ, ଏହି ସମୟରେ ତାଙ୍କ ଆଖି ମାଟିରେ ପଡ଼ିଥିବା ଏକ ଚକଚକିଆ ଜିନିଷ ଉପରେ ପଡ଼ିଲା। କାଦୁଅରେ କିଛି ଚମକୁଥିବା ଦେଖି ସେ ଖୋଳିବା ଆରମ୍ଭ କଲେ। ଏହାପରେ ସେ ନିଜେ ବିଶ୍ୱାସ କରିପାରିଲେ ନାହିଁ ଯେ ସେଠାରେ କ’ଣ ଅଛି। ସେ ତାଙ୍କ ସମଗ୍ର ଜୀବନରେ ଏତେ ସୁନା କେବେ ଦେଖି ନଥିଲେ, ଯେତିକି ସେଠାରେ ଥିଲା।

Michel Dupont: Farmer discovers gold worth €4 billion on his private land –  here's what happens next | - Times of India

ଚାଷୀ ମିଶେଲ ଡୁପୋଣ୍ଟ କହିଛନ୍ତି, ଜମିରେ ଚାଷ କରୁଥିବେଳେ ମାଟିପଙ୍କରେ କିଛି ଚମକୁଥିବା ଜିନିଷ ଦେଖିବାକୁ ପାଇଲି। ଏହା ପରେ, ଯେତେବେଳେ ଖୋଳିଲି ହାତକୁ ଯାହା ମିଳିଲା ତାହା ସୁନା ଖଣ୍ଡ ବ୍ୟତୀତ ଆଉ କିଛି ନୁହେଁ। ଧୀରେ ଧୀରେ, ତାଙ୍କୁ ଅଧିକ ସୁନା ପଥର ମିଳିବା ଆରମ୍ଭ ହେଲା। ଏକ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ଜମି ତଳେ 36,000 କୋଟି ଟଙ୍କାର ସୁନା ଥାଇପାରେ ବୋଲି କୁହାଯାଉଛି।

Ultimate Guide to Gold and Diamond Treasure Hunting | TikTok

ଏହି ଖବର ଫ୍ରାନ୍ସରେ ହଇଚଇ ସୃଷ୍ଟି କରିଛି। କିନ୍ତୁ, ଫ୍ରାନ୍ସ ସରକାର ତୁରନ୍ତ କୌଣସି ପ୍ରକାରର ଖନନ କିମ୍ବା କାର୍ଯ୍ୟକଳାପକୁ ନିଷିଦ୍ଧ କରିବା ପରେ ଚାଷୀଙ୍କ ଉତ୍ସାହ ଧୂଳିସାତ ହୋଇଗଲା। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଏତେ ବିଶାଳ ଖଣିଜ ସମ୍ପଦ ପାଇବା ପୂର୍ବରୁ ଏହାର ପରିବେଶଗତ ପ୍ରଭାବ, ଆଇନଗତ ଅଧିକାର ଏବଂ ସାର୍ବଜନୀନ ନୀତିର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ ଆବଶ୍ୟକ। ଏହି ମାମଲା ଏବେ ଫ୍ରାନ୍ସର ପରିବେଶ ଏବଂ ଖଣି ମନ୍ତ୍ରଣାଳୟର ମିଳିତ ସମୀକ୍ଷା ଅଧୀନରେ ଅଛି। ସ୍ଥାନୀୟ ପ୍ରଶାସନ ଜମିକୁ ଘେରାବନ୍ଦୀ କରିଛି ଏବଂ ଏକ ତଦନ୍ତ ଦଳ ପଠାଯାଇଛି।

फ्रांस के किसान मिशेल डुपोंट को खेत में मिला सोने का खजाना, 3600 करोड़ है  कीमत. - News18 हिंदी

ମିଶେଲଙ୍କ ଜମିରେ ମିଳିଥିବା ଏହି ଧନ ଆଉ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ବରଂ ଏକ ଜାତୀୟ ସମ୍ପଦ। ଫରାସୀ ଆଇନ ଅନୁଯାୟୀ, ଯଦି କୌଣସି ଜମି ତଳେ ଖଣିଜ ସମ୍ପଦ ମିଳେ, ତେବେ ସରକାର ଏହାକୁ ନିଜ ଅଧିକାରକୁ ନେଇ ପାରିବେ। ବିଶେଷକରି ଯେତେବେଳେ ଏହା ଏତେ ବଡ଼ ପରିମାଣରେ ଥାଏ। ତଥାପି, ମିଶେଲ କ୍ଷତିପୂରଣ ଭାବରେ ଏହାର ଏକ ଅଂଶ ପାଇବେ। ସେ କୁହନ୍ତି ଯେ ଜମି ତାଙ୍କ ଜୀବିକାର ମାଧ୍ୟମ ଏବଂ ସେ ଜଣେ ସାଧାରଣ ଚାଷୀ। ଏପରି ପରିସ୍ଥିତିରେ, ସେ ଆଗକୁ କ’ଣ ହେବ ସେ ବିଷୟରେ ଚିନ୍ତିତ।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?