ପାଇକମାଳ,୨।୧୦(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା, ଡୁଙ୍ଗୁରିପାଲି ଗ୍ରାମର ଜନୈକ ବାଳିକା ଗୁରୁବାର ଭୋରରୁ ମର୍ନିଙ୍ଗ ୱାକରେ ବିଜୁ ଏକ୍ସପ୍ରେସ୍ ୱେରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବାଳିକା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ମୃତକ ହେଲେ ଡୁଙ୍ଗୁରିପାଲି ଗ୍ରାମର ରେଖା ଦଣ୍ଡସେନା (୧୭)। ତାଙ୍କ ପିତାଙ୍କ ନାମ ହେଉଛି କମଲେସ ଦଣ୍ଡସେନା। ଲୌଡ଼ମାଳ ଛକରେ ଏହି ଘଟଣାଟି ଘଟିଛି। ପାଇକମାଳ ପୋଲିସ ଖବର ପାଇଁ ମୃତ ରେଖାଙ୍କ ଶବକୁ ପଦ୍ମପୁର ବ୍ୟବଛେଦ ପାଇଁ ପଠାଇଛି।ରେଖା ସବୁଦିନ ମର୍ନିଙ୍ଗ ୱାକରେ ଯାଉଥିଲେ, ସେ ପାଇକମାଳ ବିନ୍ଧ୍ୟବାସିନୀ କଲେଜର ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାନ୍ପଡିଛି।


