ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗୋରୁ ମାଫିଆମାନେ ଫେରାର ହୋଇ ଯାଇଛନ୍ତି।
ଅପରପକ୍ଷେ ଗୋରୁ ମାଫିଆଙ୍କୁ ଗୋଡାଇବା ସମୟରେ ସେହି ରାସ୍ତାରେ ସ୍କୁଟିରେ ଯାଉଥିବା ଦୁଇଜଣ ଗଞ୍ଜେଇ ବେପାରୀ ସେମାନଙ୍କୁ ଲୋକେ ଗୋଡାଉଛନ୍ତି ଭାବି ଭୟରେ ଦୃତ ଗତିରେ ସ୍କୁଟିରେ ଯାଉଥିଲେ। ଏହି ସମୟରେ ସେମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡିରେ ଥିବା ଜଣେ ମହିଳା ଓ ପୁରୁଷ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଖୋଜୁଛି।
ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍କୁଟିରେ ଥିବା ଏକ ଅଖା ସେଠାରେ ପଡ଼ିଛି। ସେଥିରେ ଗଞ୍ଜେଇ ଥିବା ଲୋକେ ଆଶଙ୍କା କରୁଛନ୍ତି। ପୋଲିସ ତଦନ୍ତ ପରେ ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିବ।
Dharitri – Odisha’s No.1 Odia Daily