ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଯାହା ଫଳରେ ଯାତ୍ରୀଙ୍କୁ ନେଇ ଯାଉଥିବା ଲକ୍ଷ୍ମୀ ବସ୍‌ରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହରରେ । ସନ୍ଧ୍ୟାରେ ଯାତ୍ରୀଙ୍କୁ ନେଇ ଫେରୁଥିବାବେଳେ ବଡ଼ ବଜାର ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ମୀ ବସ୍‌ଟି ଅଟକି ରହିଛି । ଖବର ଲେଖା ହେବା ଶେଷ ସୁଦ୍ଧା ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ହେବ ଉକ୍ତ ବସ୍‌ଟି ଅଟକ ରହିବା ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ଆଗକୁ ଦୋଳ ପୁର୍ଣ୍ଣମୀ ଯାତ୍ରା ଯୋଗୁ ବଜାର ଚଳଚଞ୍ଚଳ। ବଜାର ମୁଖ୍ୟରାସ୍ତାରେ ବସ୍‌ଟି ଖରାପ ହୋଇଥିବା ଯୋଗୁ ଅନ୍ୟାନ୍ୟ ଚାରି ଚକିଆ ଯାନ ବସ୍‌, ଟ୍ରକ୍‌, କାର୍‌, ବାଇକ ଚଳାଚଳ ବିଶେଷ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

ପୂର୍ବଶତ୍ରୁତାରୁ ଛୁରା ମାଡ଼ ଘଟଣା: ଛୁରି ଜବତ, ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଆଇଆଇସି…

ମହିଳା ଆଥଲେଟ୍‌ଙ୍କ ହେବ ଏସ୍‌ଆରଓ୍ବାଇ ଜେନେ ଟେଷ୍ଟ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଚଳିତବର୍ଷ…

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

ନଦୀ ପାରିହୋଇ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ଜିଲାପାଳ

ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି…

Thalapathy Vijayଙ୍କୁ ଝଟ୍‌କା, ଅବୈଧ ସମ୍ପର୍କ ଅଭିଯୋଗରେ ସ୍ତ୍ରୀ ଦେବେ ଛାଡପତ୍ର!

ମୁମ୍ୱାଇ: ତାମିଲ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ଜୀବନରେ ବଡ଼ ବିପତ୍ତି ମାଡ଼ି ଆସିଛି। ପ୍ରଥମେ ତାଙ୍କ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିଲା, ଏବଂ ଏବେ…

ବାରମ୍ୱାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି? ସରକାର ଆଣିଲେ କଡ଼ା ନିୟମ…

ନୂଆଦିଲ୍ଲୀ,୨୭।୨: ଏହି ଖବର ଗାଡି ଚାଳନା ନିୟମକୁ ହାଲୁକା ଭାବରେ ନେଉଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ଗମ୍ଭୀର ଚେତାବନୀ। ଏବେ, ଗାଡି ଚାଳନା କେବଳ ଷ୍ଟିଅରିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri