ହାତରୁ କାହିଁକି ଶୀଘ୍ର ଲିଭେନି ନିର୍ବାଚନୀ ସ୍ୟାହି: ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ,୫।୨: ଆଜି ସକାଳ ୭ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଆରମ୍ଭ ହୋଇଛି। ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମୋଟ ୧.୫୬ କୋଟି ଭୋଟର ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ। କିନ୍ତୁ ଆପଣ ଜାଣନ୍ତି କି ମତଦାନ ପରେ ନିର୍ବାଚନ ଅଧିକାରୀମାନେ ଆଙ୍ଗୁଠିରେ ଲଗାଉଥିବା ସ୍ୟାହି ବା କାଳିରେ କେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ?
ନିର୍ବାଚନୀ ସ୍ୟାହି କାହିଁକି ପ୍ରୟୋଗ କରାଯାଏ?
ଦେଶରେ ବିଧାନସଭାଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀମାନେ ଭୋଟ ଦେବା ପରେ ବାମ ଆଙ୍ଗୁଠିରେ ସ୍ୟାହି ଲଗାଇଥାନ୍ତି। ସ୍ୟାହିର ଏହି ପ୍ରୟୋଗରୁ ଜଣାପଡେ ଯେ ବ୍ୟକ୍ତି ଜଣକ ଭୋଟ ଦେଇଛନ୍ତି । ଅନ୍ୟ ଏକ ଦିଗ ହେଉଛି ଯେ କୌଣସି ବ୍ୟକ୍ତି ଦୁଇ ଥର ନିଜର ମତଦାନ ଅଧିକାର ବ୍ୟବହାର କରିପାରିବେ ନାହିଁ। ନିର୍ବାଚନ ଆୟୋଗ ବ୍ୟବହାର କରୁଥିବା ସ୍ୟାହି ସହଜରେ ଧୋଇ ନ ଥାଏ, ସେଥିପାଇଁ ଏହାକୁ ଇଣ୍ଡେଲିବଲ୍‌ ସ୍ୟାହି ମଧ୍ୟ କୁହାଯାଏ। କିନ୍ତୁ ଆପଣ ମଧ୍ୟ ଭାବୁଛନ୍ତି କି ଏହି କାଳିରେ ଏମିତି କିଛି ରାସାୟନିକ ପଦାର୍ଥ ରହିଛି ଯାହା ପ୍ରୟୋଗ ପରେ ବାହାର କରିବା କଷ୍ଟକର ହୋଇଥାଏ ।
ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ସ୍ୟାହିିରେ କେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ । ନିର୍ବାଚନୀ କାଳି ତିଆରି କରିବା ପାଇଁ ସିଲଭର୍‌ ନାଇଟ୍ରେଟ ବ୍ୟବହାର କରାଯାଉଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସିଲଭର ନାଇଟ୍ରେଟକୁ ଚୟନ କରାଯାଇଥିଲା କାରଣ ଏହା ପାଣି ସଂସ୍ପର୍ଶରେ ଆସିବା ପରେ କଳା ହୋଇଯାଏ ଏବଂ ଧୋଇ ନ ଥାଏ ।

ସୂଚନାଯୋଗ୍ୟ, ନିର୍ବାଚନ ଅଧିକାରୀମାନେ ଭୋଟରଙ୍କ ଆଙ୍ଗୁଠିରେ ନୀଳ ସ୍ୟାହି ଲଗାଇଲେ ସିଲଭର ନାଇଟ୍ରେଟ ଆମ ଶରୀରରେ ଥିବା ଲବଣ ସହ ମିଶି ସିଲଭର କ୍ଲୋରାଇଡ ତିଆରି କରିଥାଏ, ଯାହାର ରଙ୍ଗ କଳା ହୋଇଥାଏ। ସିଲଭର କ୍ଲୋରାଇଡ ପାଣିରେ ଦ୍ରବୀଭୂତ ହୁଏ ନାହିଁ ଏବଂ ତ୍ୱଚା ସହିତ ଜଡିତ ରହିଥାଏ । କେବଳ ସେତିକି ନୁହେଁ, ଆଲୋକ ସଂସ୍ପର୍ଶରେ ଆସିଲେ ଏହି ଚିହ୍ନ ଆହୁରି ଗଭୀର ହୋଇଯାଏ। ଏହି ନିର୍ବାଚନୀ ସ୍ୟାହି ଏତେ ଶକ୍ତିଶାଳୀ ଯେ ଏହା ଆଙ୍ଗୁଠିରେ ପ୍ରୟୋଗ ହେବାର ଗୋଟିଏ ସେକେଣ୍ଡ ମଧ୍ୟରେ ନିଜର ଚିହ୍ନ ଛାଡି ଦେଇଥାଏ। ଏହାବ୍ୟତୀତ ଏଥିରେ ଆଲକୋହଲ ଥିବାରୁ ଏହା ୪୦ ସେକେଣ୍ଡରୁ କମ ସମୟ ମଧ୍ୟରେ ଶୁଖିଯାଏ ।
ନିର୍ବାଚନରେ ବ୍ୟବହୃତ ହେଉଥିବା ଏହି ସ୍ୟାହି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ୩୦ରୁ ଅଧିକ ଦେଶରେ ବ୍ୟବହୃତ ହୁଏ । ସରକାରୀ ତଥ୍ୟ ଅନୁଯାୟୀ, ମହୀଶୂର ପେଣ୍ଟସ ଆଣ୍ଡ ୱାର୍ନିଶ ଲିମିଟେଡ ପକ୍ଷରୁ ୨୫ରୁ ଅଧିକ ଦେଶକୁ ଏହି ସ୍ବତନ୍ତ୍ର ସ୍ୟାହି ଯୋଗାଇ ଦିଆଯାଉଛି। ଏଥିରେ କାନାଡ଼ା, ଘାନା, ନାଇଜେରିଆ, ମଙ୍ଗୋଲିଆ, ମାଲେସିଆ, ନେପାଳ, ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri