ଝାରସୁଗୁଡ଼ା ଭାଜପା ଜିଲା ସଭାପତି ପଦ ପାଇଁ ଦୌଡ଼: ଧର୍ମେନ୍ଦ୍ର ନା ସୁରେଶ କାହା ଶିବିରକୁ ଯିବ

ଝାରସୁଗୁଡା,୧୦।୨(ଆଶିଷ ରଞ୍ଜନ ଦାଶ): ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟର ୨୩ଟି ସାଙ୍ଗଠନିକ ଜିଲା ପାଇଁ ସଭାପତି ପଦ ଘୋଷଣା କରିସାରିଛି। ଅଘୋଷିତ ମଧ୍ୟରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ଜିଲା ଝାରସୁଗୁଡ଼ାର ଭାଜପା ସଭାପତି ପଦ ରହିଛି। ଜାଣିବାକୁ ମିଳିଛି ଯେ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମର୍ଥକଙ୍କ ମଧ୍ୟରେ ଏ ନେଇ ଛକପଞ୍ଝା ଚାଲିଛି। ଝାରସୁଗୁଡ଼ା ଜିଲା ଭାଜପା କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି, ମନ୍ତ୍ରୀ ନା ବିଧାୟକ କାହା ଶିବିର ନେତା ସଭାପତି ପଦ ହାତେଇବେ। ଟଙ୍କଧର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘନିଷ୍ଠ ହୋଇଥିବା ବେଳେ ସୁରେଶ ପୂଜାରୀଙ୍କ ଦଳ ମଧ୍ୟରେ ପ୍ରଭାବ ରହିଛି। ସେଥିପାଇଁ ସାଧାରଣରେ କୁହାଯାଉଛି, ଝାରସୁଗୁଡ଼ା ଜିଲା ସଭାପତି ଭାଜପା ପଦ ପାଇଁ ଧର୍ମେନ୍ଦ୍ର-ସୁରେଶ ଶିବିର ରଣକୌଶଳରେ ବ୍ୟସ୍ତ।
ବିଧାନସଭା ଆସନ ଝାରସୁଗୁଡା ଓ ବ୍ରଜରାଜନଗର ବର୍ତ୍ତମାନ ଭାଜପା ଅକ୍ତିଆରରେ ରହିଛି। ବ୍ରଜରାଜନଗର ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଭାଜପାର ଜଣେ ଆଗଧାଡ଼ିର ନେତା। ତାଙ୍କର ଜାତୀୟ ସ୍ତରୀୟ ନେତାଙ୍କ ସହ ସମ୍ପର୍କ ରହିଥିବା ବେଳେ ଅତୀତରେ ଭାଜପା ପାଇଁ ଜାତୀୟସ୍ତରରେ କାମ କରିସାରିଛନ୍ତି। ଅନ୍ୟପକ୍ଷରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ରାଜ୍ୟ ଭାଜପାର ଜଣେ ଟାଣୁଆ ଯୁବ ନେତା। ଏଥିସହିତ ଟଙ୍କଧରଙ୍କ ମୁଣ୍ଡ ଉପରେ ସର୍ବଦା ଧର୍ମେନ୍ଦ୍ରଙ୍କ ହାତ ରହିଆସିଛି। ଯଦିଓ ଝାରସୁଗୁଡା ଜିଲାର ଦୁଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ବିଜୟଲାଭ କରିଛି, ତଥାପି ଏଠାରେ ମନ୍ତ୍ରୀ ଓ ବିଧାୟକଙ୍କ ଅନୁଗତଙ୍କ ମଧ୍ୟରେ ଟକରାଟକିରି ଚାଲିଛି। ସରକାରୀ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ଦଳୀୟ କାର୍ଯ୍ୟକ୍ରମ ଟଙ୍କଧର କରୁଥିଲେ ସେଠାକୁ ସୁରେଶଙ୍କ ଅନୁଗତ ଯାଉ ନ ଥିବାବେଳେ ଅନୁରୂପ ଭାବେ, ସୁରେଶଙ୍କ ଦଳୀୟ କାର୍ଯ୍ୟକ୍ରମକୁ ଟଙ୍କଧରଙ୍କ ସମର୍ଥକ ଯାଉନାହାନ୍ତି। କିନ୍ତୁ ଏପରି ନେତା ମଧ୍ୟ ଅଛନ୍ତି ଯେଉଁମାନେ ଉଭୟ ନେତାଙ୍କଠାରୁ ସମଦୂରତା ରକ୍ଷାକରି ପ୍ରିୟପାତ୍ର ରୂପେ ପରିଗଣିତ ହେଉଛନ୍ତି। ଭାଜପା ଜିଲା ସଭାପତି ପଦ ପାଇଁ ନୋମିନେଶନ ପକାଇଥିବା ନେତ୍ରୀନେତାଙ୍କ ମଧ୍ୟରେ ରଘୁନନ୍ଦନ ପଣ୍ଡା ଅନ୍ୟତମ; ଯାହାଙ୍କର ମନ୍ତ୍ରୀ, ଏମ୍‌ପି ଓ ବିଧାୟକଙ୍କଠାରେ ସମ୍ପର୍କ ଭଲ ଥିବାରୁ ସେ ସଭାପତି ପଦ ପାଇଁ ଆଶାରେ ଅଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଭଲ ସମ୍ପର୍କ ରଖିଥିବା ସଞ୍ଜୟ ସିଂ ମଧ୍ୟ ସଭାପତି ଦୌଡ଼ରେ। ଭାଜପାର ଜିଲା ମହିଳା ସଭାପତି ରୀନା ପଟେଲ, ଝାରସୁଗୁଡାର ବ୍ୟବସାୟୀ ନଭାଲ ଅଗ୍ରୱାଲ ଏହି ପଦ ହାସଲ କରିବା ଲାଗି ତତ୍ପର। ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ସଦସ୍ୟ ହେବା ସହିତ ନିଜକୁ ବିଭିନ୍ନ ଜଣକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଧାଂଶୁ ଦୋରା ମଧ୍ୟ ଆଶାବାଦୀ। ସଙ୍ଗଠନକୁ ଦେଖି ଦାୟିତ୍ୱ ଦେଉଥିବା ଭାଜପାର ବଡ଼ ନେତୃତ୍ୱ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ଜଣେ ସୁସଙ୍ଗଠନକାରୀ ତଥା ନିଷ୍ଠାପର କର୍ମୀଙ୍କୁ ସଭାପତି ପଦ ଦେଇପାରେ ବୋଲି ଦଳୀୟ କର୍ମୀମାନେ ଆକଳନ କରୁଛନ୍ତି। ଜିଲା ସଭାପତି କିଏ ହେବେ ତାହା ଯେତିକି ବଡ଼ କଥା ନୁହେଁ, କାହା ଶିବିରରୁ ହେବେ ତାହା ଝାରସୁଗୁଡ଼ା ଜିଲାବାସୀ ତଥା ଭାଜପା କର୍ମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି। କାରଣ ଏହା ମନ୍ତ୍ରୀ ଓ ବିଧାୟକଙ୍କ ସମ୍ମାନଠାରୁ ଊର୍ଦ୍ଧ୍ୱକୁ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ଯାଏ ଲମ୍ବିଛି ।
ପୂଜାରୀ ସବୁବେଳେ ଚୁପ୍‌ ରହି ଖେଳ କରୁଥିବା ନେତାଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ। ସେ ଜିଲାରେ ନିଜ ପ୍ରାଧାନ୍ୟ ବିସ୍ତାର ପାଇଁ କିପରି ନିଜ ଶିବିରରୁ ଜଣକୁ ସଭାପତି କରାଇବେ ସେଥିପାଇଁ ନିଶ୍ଚିତ ଭାବରେ ଚିନ୍ତା କରୁଥିବେ। ଧର୍ମେନ୍ଦ୍ରଙ୍କ ଅଭୟବର ପାଇ ଉଚିତ ସମୟରେ ଠିକ୍‌ ଅସ୍ତ୍ର ପ୍ରୟୋଗ କରିବା ଲକ୍ଷ୍ୟରେ ଥିବା ଟଙ୍କଧର ଜିଲା ସଭାପତି ପଦ ପାଇଁ କେଉଁ ରଣକୌଶଳ ଆପଣାଇବେ ତାହା ଉପରେ ସମସ୍ତଙ୍କ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri