Posted inଜାତୀୟ

ଜଣେ ମହିଳା ହେବେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି। ତେବେ ତାଙ୍କ ଘୋଷଣା ପରେ ସିଏମ ପଦର ଦାୟିତ୍ୱ କିଏ ନେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ଦୌଡ଼ରେ କେଜରିଓ୍ବାଲ ଜଣେ ମହିଳାଙ୍କ ଏଥିପାଇଁ ଗୁରୁ ଦାୟିତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି।

ଏହି ଚର୍ଚ୍ଚା ମଧ୍ୟରେ ଆଗରେ ଅଛନ୍ତି ଆତିଶୀ ମାରଲେନା। ବର୍ତ୍ତମାନ ସେ ଆମ ଆଦମୀ ପାର୍ଟି ସରକାରରେ ମନ୍ତ୍ରୀ ଅଛନ୍ତି। ସେ ଶିକ୍ଷା ବିଭାଗର ଦାୟିତ୍ୱରେ ଅଛନ୍ତି। ଯେତେବେଳେ କେଜରିୱାଲ ଏବଂ ମନୀଷ ସିସୋଡିଆଙ୍କ ପରି ଭେଟେରାନ ନେତାମାନେ ଜେଲରେ ଥିଲେ, ଆତିଶୀ ଦଳର ମଙ୍ଗ ଧରିଥିଲେ। ସେ ପ୍ରତ୍ୟେକ ପ୍ଲାଟଫର୍ମରେ କେଜରିୱାଲଙ୍କ ସ୍ତ୍ରୀଙ୍କ ପାଖରେ ମଧ୍ୟ ଠିଆ ହୋଇଥିଲେ। ସେ ସେହି ନେତାମାନଙ୍କ ମଧ୍ୟରୁ ଜଣେ, ଯାହା ଉପରେ କେଜ୍ରିୱାଲ ଅଧିକ ବିଶ୍ୱାସ କରନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବାବେଳେ କେଜରିୱାଲ ଏହା ମଧ୍ୟ କହିଛନ୍ତି ଯେ, ମୋ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ତେବେ ଏଭଳି ପରିସ୍ଥିତିରେ ଆତିଶୀ ସିଏମ ପଦର ଦାୟିତ୍ୱ ଦେଇପାରନ୍ତି ବୋଲି ଅଧିକ ସମ୍ଭାବନା ରହିଛି। ଯଦି ଆତିଶୀଙ୍କୁ ନ କରି ସିସୋଡିଆଙ୍କୁ କରନ୍ତି ତେବେ ଭାଜପା କେଜରିୱାଲଙ୍କୁ ଆକ୍ରମଣ କରିବାର ସୁଯୋଗ ପାଇବ।

କେଜରିୱାଲ ଜେଲରୁ ଆସି ହଠାତ୍‌ ଇସ୍ତଫା ଦେଇଥିଲେ, ଏହା କେବେ ସଙ୍ଗେସଙ୍ଗେ ହୋଇପାରିବ ନାହିଁ। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, କେଜରିୱାଲ ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛନ୍ତି। ଭାବପ୍ରବଣ ରାଜନୈତିକ ଆଭିମୁଖ୍ୟ ସୃଷ୍ଟି କରି ଜନତାଙ୍କ ମନ ଜିତିବାକୁ ଚାହୁଁଛନ୍ତି।

କେଜରିୱାଲ ସରକାରରେ ଆତିଶୀଙ୍କ ପାଖରେ ୧୪ଟି ବିଭାଗର ଦାୟିତ୍ୱ ଅଛି, ଯାହାକି ବର୍ତ୍ତମାନ ଦିଲ୍ଲୀ ସରକାରରେ କୌଣସି ମନ୍ତ୍ରୀଙ୍କ ପାଖରେ ନାହିଁ। ଆତିଶୀଙ୍କ ପାଖରେ ଅର୍ଥ, ଶିକ୍ଷା ଏବଂ ଜନସମ୍ପର୍କ ବିଭାଗ ଭଳି ପ୍ରମୁଖ ମନ୍ତ୍ରଣାଳୟ ରହିଛି। ଏହା ଦର୍ଶାଏ ଯେ କେଜରିୱାଲଙ୍କ ନେତୃତ୍ୱାଧୀନ ସରକାରରେ ସେ କେତେ ବଡ଼ ଭୂମିକାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ପ୍ରମିଳାଙ୍କ ଘରେ ବୈଠକ ପରେ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବିସ୍ଫୋରଣ, କହିଲେ ନିଜକୁ ବାଘ…

ଭୁବନେଶ୍ବର, ୨୦|୧ : ପ୍ରମିଳା ମଲ୍ଲିକଙ୍କ ଘରେ ପୁଣିଥରେ ଯାଜପୁର ବିଜେଡି ନେତାଙ୍କ ମେଳି ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri