କେଉଁଠି ଲଗାଇବେ ପିତୃପୁରୁଷଙ୍କ ଫଟୋ

ପରିବାରରେ କୌଣସି ବୟୋଜ୍ୟେଷ୍ଠଙ୍କର ସ୍ବର୍ଗବାସ ହୋଇଗଲେ ତାଙ୍କ ସ୍ମୃତିରେ ଆମେ ଘରେ ତାଙ୍କର ଏକ ଫଟୋ ଲଗାଇ ତାହାକୁ ପୂଜା କରିଥାଉ। ଏହାଦ୍ୱାରା ଆମକୁ ତାଙ୍କର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜାଣନ୍ତି କି ବାସ୍ତୁଶାସ୍ତ୍ର ଅନୁଯାୟୀ, ପିତୃପୁରୁଷଙ୍କର ଫଟୋକୁ ଘରେ କେଉଁ ସ୍ଥାନରେ ଲଗାଇବା ଠିକ୍‌ ହେବ। ଜାଣନ୍ତୁ ସେ ସମ୍ପର୍କରେ..

* ଅନେକ ଥର ଦେଖିବାକୁ ମିଳେ, କିଛି ଲୋକ ପିତୃପୁରୁଷଙ୍କର ଫଟୋକୁ ନେଇ ଠାକୁର ଘରେ ରଖି ପୂଜା କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘରେ ପିତୃପୁରୁଷଙ୍କ ଫଟୋ ରଖି ପୂଜା କରିବା ଆଦୌ ଶୁଭଙ୍କର ନୁହେଁ। ଏହାଦ୍ୱାରା ଘରେ ଅନେକ ସମସ୍ୟା ଉପୁଜିଥାଏ ବୋଲି ବିଶ୍ୱାସ ରହିଛି।

* ଘରର ଉତ୍ତର ଏବଂ ପୂର୍ବ ଦିଗ ଯେହେତୁ ଦେବଦେବୀଙ୍କର ରହିବା ସ୍ଥାନ ହୋଇଥାଏ, ତେଣୁ ଏହି ଦୁଇ ଦିଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ମଧ୍ୟ ଉଚିତ ନୁହେଁ। ଅନ୍ୟପକ୍ଷେ ଆପଣ ଚାହିଁଲେ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ପିତୃପୁରୁଷଙ୍କର ଫଟୋ ଲଗାଇପାରିବେ।

* ସେହିପରି ଶୟନକକ୍ଷ ହେଉ ଅବା ରୋଷେଇ ଘର ଏପରି କି ଶିଡ଼ି ପାଖରେ ମଧ୍ୟ ପିତୃପୁରୁଷଙ୍କ ଫଟୋ ଲଗାଇବା ଠିକ୍‌ ନୁହେଁ। ଏହାଦ୍ୱାରା ଘରେ କଳହ ବଢ଼ିପାରେ ବୋଲି ବିଶ୍ୱାସ କରାଯାଏ। ଅନ୍ୟପକ୍ଷେ ଘରର ଠିକ୍‌ ମଧ୍ୟବର୍ତ୍ତୀ ସ୍ଥାନ, ଏପରି କି ବେଶି ଚଳପ୍ରଚଳ ହେଉଥିବା ସ୍ଥାନରେ ବି ଏହି ଫଟୋ ଲଗାଇବା ଉଚିତ ହେବ ନାହିଁ। ଏହାଦ୍ୱାରା ବାହାର ଲୋକଙ୍କ ନଜର ବାରମ୍ବାର ପିତୃପୁରୁଷଙ୍କ ଫଟୋ ଉପରେ ପଡିବ; ଯଦ୍ଦ୍ବାରା ଘରର ମାନ ସମ୍ମାନ ହାନି ହେବ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ରାତି ପାହୁପାହୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ବସିଥିବେ ହଠାତ୍‌ ପହଞ୍ଚିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଶରୀର ପାଇଁ ଉପକାରୀ ଗାଜର, ହାର୍ଟକୁ ସୁସ୍ଥ ରଖିବା ସହ…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri