ଦଶହରାରେ ଘରେ କେଉଁଠି ରଖିବେ ମା’ ଦୁର୍ଗାଙ୍କ ମୂର୍ତ୍ତି, ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ…

ଦଶହରା ସମୟରେ ମା’ ଦୁର୍ଗାଙ୍କର ଖୁବ୍‌ ସୁନ୍ଦର ସୁନ୍ଦର ମୂର୍ତ୍ତି ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳେ। ହେଲେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଘରେ ମା’ ଦୁର୍ଗାଙ୍କର ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଥାନ୍ତି। ତେବେ ଘରେ ମା’ଙ୍କର ମୂର୍ତ୍ତି ରଖିବାକୁ ନେଇ କିଛିଟା ବାସ୍ତୁ ନିୟମ ରହିଛି, ଯେମିତିକି…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ପାଇଁ ମାଟି କିମ୍ବା ମାର୍ବଲରେ ତିଆରି ଛୋଟ ସାଇଜ୍‌ର ଦୁର୍ଗା ମୂର୍ତ୍ତି ରଖିବା ଶୁଭ ହୋଇଥାଏ।

* ମା’ଙ୍କର ଏହି ମୂର୍ତ୍ତିକୁ ଘରର ଉତ୍ତର-ପୂର୍ବ ଦିଗରେ ରଖିବା ସବୁଠୁ ଉତ୍ତମ ହୋଇଥାଏ। ଯଦି ଏହି ଦିଗରେ ରଖିବା ସମ୍ଭବ ହେଉ ନାହିଁ, ତା’ହେଲେ ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ରଖିପାରିବେ। ହେଲେ ଭୁଲ୍‌ରେ ବି ମା’ଙ୍କର ପ୍ରତୀମାକୁ ଘରର ଦକ୍ଷିଣ ଦିଗରେ ରଖିବେ ନାହିଁ। ଏହାଦ୍ୱାରା ଘରକୁ ବିପଦ ମାଡି ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ଶୟନ କକ୍ଷ ଓ ରୋଷେଇ ଘରେ ମା’ଙ୍କର ମୂର୍ତ୍ତି ରଖିବା ଆଦୌ ଠିକ୍‌ ନୁହେଁ।

* ମା’ଙ୍କ ମୂର୍ତ୍ତିକୁ ଘରେ ଟିକେ ଉଚ୍ଚ ଆସନରେ କିମ୍ବା ଥାକରେ ରଖିବା ଦରକାର। କାରଣ ମା’ ସବୁ ସାଂସାରିକ ସମସ୍ୟାରୁ ଊର୍ଦ୍ଧ୍ୱରେ ରହି ନିଜ ଭକ୍ତଗଣଙ୍କୁ ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିଥାନ୍ତି।

* ମା’ଙ୍କ ଆସ୍ଥାନକୁ ସର୍ବଦା ପରିଷ୍କାର,ପରିଚ୍ଛନ୍ନ ରଖିବା ସହ ନିୟମିତ ମା’ଙ୍କ ପାଖରେ ଦୀପ ଜାଳିବା ଦରକାର। ତା’ସହିତ ମା’ଙ୍କୁ ପ୍ରତିଦିନ ନାଲି ରଙ୍ଗର ଫୁଲ, ସିନ୍ଦୁର ଓ ମିଠା ଅର୍ପଣ କଲେ ଆଶୀର୍ବାଦ ମିଳେ। କାରଣ ନାଲି ରଙ୍ଗକୁ ଶକ୍ତି ଓ ଊର୍ଜ୍ଜାର ପ୍ରତୀକ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri