Posted inଜାତୀୟ

ମହାକୁମ୍ଭରେ ୧୦ ଦିନରେ କୁଆଡେ ଏତେ ଟଙ୍କା ରୋଜଗାର କଲେଣି ଭାଇରାଲ ଗର୍ଲ ମୋନାଲିସା, ସତ ଜାଣିଲେ…

ପ୍ରୟାଗରାଜ,୨୭।୧: ମହାକୁମ୍ଭ ୨୦୨୫ ବର୍ତ୍ତମାନ ପ୍ରୟାଗରାଜରେ ଚାଲିଛି । ତେବେ ମହାକୁମ୍ଭକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେତିକି ଚର୍ଚ୍ଚା ହେଉଛି ସେଠାରେ ଇନ୍ଦୋରର ମାଳା ବିକୁଥିବା ଝିଅ ମୋନାଲିସାର। ମହାକୁମ୍ଭରେ ମାଳା ବିକୁଥିବା ଏହି ଝିଅଟିର ନ୍ୟାଚୁରାଲ ବିୟୁଟିକୁ ନେଇ ଏବେ ଅନେକେ ଚର୍ଚ୍ଚା ହେଉଛି। ଯିଏ ଥରେ ତା’ର ବାଦାମୀ ଆଖିକୁ ଦେଖେ, ସେ ତା’ର ନଜର ହଟାଇ ପାରିବ ନାହିଁ। ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ମୋନାଲିସା ୧୦ ଦିନରେ ବହୁ ଟଙ୍କା ଆୟ କଲେଣି। ଏମିତିକି ଯାହା ଆଶା ନ କରାଯାଏ ସେତିକି ଟଙ୍କା ସେ କୁଆଡେ ରୋଜଗାର କେଲଣି। ହେଲେ ଏହା କେତେ ସତ ତାହା କାହାରିକୁ ଜଣା ନାହିଁ। ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦାବି କରାଯାଉଛି ଯେ ମୋନାଲିସା ମହାକୁମ୍ଭରେ ୧୦ଦିନରେ ୧୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଯାହା ପରେ ମୋନାଲିସା ନିଜେ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ମୁଁ ଏତେ ଟଙ୍କା ରୋଜଗାର କରିଥିଲି, ତେବେ ମୁଁ ଏଠାରେ କାହିଁକି ରହିବି ଏବଂ କାହିଁକି ମାଳା ବିକିବି?’ ମୋନାଲିସା ଏହିସବୁ କଥାକୁ ମିଥ୍ୟା ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା। ସେ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ମହାକୁମ୍ଭରେ ରୁଦ୍ରାକ୍ଷ ଏବଂ ମୁକ୍ତା ହାର ବିକ୍ରି କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋନାଲିସାଙ୍କ ସମସ୍ୟା ବଢ଼ିଯାଇଛି। ଆୟ କରିବା ଅପେକ୍ଷା ସେ ଏବେ ଚର୍ଚ୍ଚାକୁ ଆସି ଅଡୁଆରେ ପଡିଯାଇଥିବା ବି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri