‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା ଦ୍ୱିତୀୟ ଗସ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲାଇଭ୍‌ ସେଭର୍ସ ଗ୍ରୁପ୍‌ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗଦେଇ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଶାସନ ସମୟରେ କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ କରିବାକୁ ପ୍ରତିଶ୍ରୁତି ଦେବା ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଜିଲାର ବିକାଶ ପାଇଁ ସମସ୍ତେ ମିଶି କାର୍ଯ୍ୟ କରିବାକୁ କହିବା ସହ ଲାଇଭ୍‌ ସେଭର୍ସ ଗ୍ରୁପ୍‌ର ସଦସ୍ୟଙ୍କ ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟରରେ ଆସି ପୂର୍ବାହ୍ନ ୧୧ଟା୫ରେ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିଲେ। ସେଠାରୁ ବାଇକ୍‌ ଶୋଭାଯାତ୍ରାରେ ସହରସ୍ଥିତ ଅଡିଟୋରିୟମଠାରେ ଆୟୋଜିତ ଲାଇଭ ସେଭର୍ସ ଗ୍ରୁପ୍‌ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ସ୍ଥଳରେ ପହଞ୍ଚତ୍ଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲର ପ୍ରଫେସର ଅଭିମନ୍ୟୁ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜୟ କେନ୍ଦୁଝର, ଜୟ ଜଗନ୍ନାଥ କହିବା ସହ ଜିଲାର ଆରାଧ୍ୟ ଦେବୀ ମା’ ତାରିଣୀ ଓ ବଳଦେବଜୀଉଙ୍କୁ ସ୍ମରଣକରି ଅଭିଭାଷଣ ଆରମ୍ଭ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ନୁହନ୍ତି, ଆପଣଙ୍କ ସେହି ମୋହନ ଭାଇ ହୋଇ ରହିବାକୁ ଚାହାନ୍ତି ବୋଲି କହିଥିଲେ। ରନ୍ନଗର୍ଭା କେନ୍ଦୁଝରବାସୀ ଖୁସି ହେବା କଥା, କିନ୍ତୁ ପ୍ରାଚୁଯ୍ୟ ଭିତରେ ଦାରିଦ୍ର୍ୟ ଦେଖିବାକୁ ମିଳିଛି। ଆଜି ଯେଉଁ ମାନେ ନେତା ହୋଇଛନ୍ତି, ଏଠୁ ନେଇ ନେତା ହୋଇଛନ୍ତି ବୋଲି କହିଥିଲେ। ଆମ ଭିତରେ ସଚେତନତାର ଅଭାବ ହେଉ ବା ପ୍ରଶାସନରେ ଅବହେଳା ପାଇଁ ଆମେ ଏ ସବୁଥିରୁ ବଞ୍ଚତ୍ତ ଅଛନ୍ତି। କେନ୍ଦୁଝର ଜିଲାକୁ ପ୍ରଧାନମନ୍ତ୍ରୀ ଡିଏମ୍‌ଏଫ୍‌ ପାଣ୍ଠିରେ ଅନେକ ହଜାର କୋଟି ଟଙ୍କା ଦେଇଛନ୍ତି। ଜିଲାର ଓମ୍ବାଡସିର ଅନେକ କୋଟି ଟଙ୍କା ପୂର୍ବ ସରକାର ନେଇଗଲେ। ସେ ଏବେ ରିଭ୍ୟୁ ଆରମ୍ଭ କରିଛନ୍ତି। ଶିଳ୍ପପତିଙ୍କୁ ଜିଲାରେ ଷ୍ଟିଲ୍‌ ପ୍ଲାଣ୍ଟ କରିବାକୁ ପରାମର୍ଶ ଦିଆଯାଉଛି। ପୂର୍ବରୁ ବିଜୁ ପଟ୍ଟନାୟକ ମଧ୍ୟ କହୁଥିଲେ ଓଡ଼ିଶାରେ ଦ୍ୱିତୀୟ ଷ୍ଟିଲ୍‌ ପ୍ଲାଣ୍ଟ ଯଦି ହେବ କେନ୍ଦୁଝରରେ ହେବ। ବିଜେଡି ଶାସନ ସମୟରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା ତା’ ପାଇଁ ଧନ୍ୟବାଦ ସଭା ମଧ୍ୟ ହେଲା। ଆଜି ପର୍ଯ୍ୟନ୍ତ କାହିଁକି ସେ ଷ୍ଟିଲ୍‌ ପ୍ଲାଣ୍ଟ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତାହା ଚାଲିଲା। ଏଥିସହ ବଡ଼ବିଲରୁ ଚଣ୍ଡିଖୋଲ ୮ ଥାକିଆ ରାସ୍ତା ହେବ। ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି। ଏହାଦ୍ୱାରା ଜିଲାର ଅନେକ ଉନ୍ନୀତ ହେବ। କେନ୍ଦୁଝରିଆ ଏକାଠି ହୋଇ ଜିଲାର ବିକାଶ ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ। ଏଥିମଧ୍ୟରେ ବିଭିନ୍ନ ଜିଲାରୁ ଆସିଥିବା ସାମାଜିକ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଲାଇଫ୍‌ ସେଭର୍ସ ଗ୍ରୁପ୍‌ ସଦସ୍ୟଙ୍କୁ ରକ୍ତଦାନ କରିବା ସହ ଗଛ ମଧ୍ୟ ଲଗାଇବାକୁ ପରାମର୍ଶ ଦେଇଥିଲେ। ଆଜି ପର୍ଯ୍ୟନ୍ତ ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରକ୍ତଦାନ କରି ଜୀବନ ରକ୍ଷା କରିଥିବା, ୭୦୦ରୁ ଊର୍ଦ୍ଧ୍ୱ ଶବ ସଂସ୍କାର ଓ ଶୁଦ୍ଧିକ୍ରିୟା କରିଥିବାରୁ ଏହି ଗ୍ରୁପ୍‌କୁ ସାଧୁବାଦ ଜଣାଇଥିଲେ। ଗ୍ରୁପ୍‌ରେ ମୋତେ ସାମିଲ କରିବେ କି ବୋଲି ପଚାରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଏମ୍‌ପି ଅନନ୍ତ ନାଏକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ନାଏକ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନଭୋଜନ କରି ନିଜ ଗ୍ରାମ ରାଇକଳାକୁ ଯାଇ ସେଠାରେ ଫୁଟ୍‌ବଲ ଖେଳ କାର୍ଯ୍ୟକ୍ରମରେ ଅତିଥିଭାବେ ଭାଗନେଇ ଖେଳ ଦେଖିଥିଲେ। ସେଠାରେ ଗ୍ରାମର ଲୋକଙ୍କ ସହ ମିଶିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri