ନାବାଳିକାଙ୍କୁ ନେଇ କୁଆଡ଼େ ଗଲେ ଆକାଶ, ବଢୁଛି ସନ୍ଦେହ: ମନ୍ଦିର ପଛପଟୁ ମିଳିଲା…

ବଲାଙ୍ଗୀର, ୨୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ହଇଚଇ। ମିଳିଲା ନିଖୋଜ ଯୁବକଙ୍କୁ ଚପଲ। ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଲଷ୍ମୀଜୋର ଥାନା ଆରଆର କଲୋନୀରେ। ଗତ ଶନିବାର ସ୍ଥାନୀୟ ଆଇଟିଆଇ କଲୋନୀର ଆକାଶ ବାଗ ଆରଆର କଲୋନୀ ଜଗନ୍ନାଥ ମନ୍ଦିର ପଛପଟେ ଜଣେ ନାବାଳିକା ସହ କଥାବାର୍ତ୍ତା କରୁଥିଲେ। ନାବାଳିକାଙ୍କ ବାପା ରାସ୍ତାରେ ଆସୁଥିବା ସମୟରେ ଦୁଇ ଜଣଙ୍କୁ ଦେଖିବାକୁ ପାଇଥିଲେ l ପରେ ଯୁବକ ଓ ନାବାଳିକା ଦୌଡ଼ି ପଳେଇଥିବା ସଦର ଥାନା ଅଧିକାରୀ ରାଜ କୁମାର ବିଶ୍ବାଳ କହିଛନ୍ତି l ସେବେଠାରୁ ନାବାଳିକା ଓ ଆକାଶ ନିଖୋଜ ଅଛନ୍ତି। ଉଭୟ ପରିବାର ଥାନାରେ ରିପୋର୍ଟ କରିଛନ୍ତି। ନାବାଳିକାଙ୍କ ପରିବାର ପକ୍ଷରୁ ଅପହରଣ ଅଭିଯୋଗ ଥାନାରେ ଦାଖଲ କରିଛନ୍ତି l ଅନ୍ୟପଟେ ଯୁବକଙ୍କ ପରିବାର ଲୋକେ ଆକାଶଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି l କିନ୍ତୁ ସୋମବାର ରାତିରେ ଜଗନ୍ନାଥ ମନ୍ଦିର ପଛପଟୁ ଆକାଶଙ୍କ ଦୁଇଟି ଚପଲ ଠାବ ହୋଇଛି। ଏହା ସହିତ ଆକାଶଙ୍କ ମୋବାଇଲ ମଧ୍ୟ ମିଳିଥିବା ଜଣାପଡିଛି। ଯାହା ଫଳରେ ନାବାଳିକାଙ୍କ ଘର ଲୋକେ ଆକାଶକୁ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଯୁବକଙ୍କ ପରିବାର ଲୋକେ। ଏ ନେଇ ବଲାଙ୍ଗୀର ସଦରଥାନା ଓ ଲକ୍ଷ୍ମୀଜୋର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ବୋହୂଙ୍କୁ ନିଆଁ ଲଗାଇ ମାରିଦେଲେ ଶାଶୁଘର ଲୋକେ, ସୁନା ଚେନ୍ ଦେଇନଥିଲେ ବୋଲି..

ପାଟନା, ୨୭।୧: ବିହାରର ନାଳନ୍ଦା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଗର୍ଭବତୀ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି।…

ସରକାରୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ: ଆନ୍ଦୋଳନରେ ସାମିଲ ହେଲେ…

ଛତ୍ରପୁର, ୨୭।୧(ଦିଲ୍ଲୀପ ସାମଲ): ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ଆହ୍ବାନରେ ମଙ୍ଗଳବାର ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି…

ଗୋପାଳପୁର ବେଳାଭୂମି ମହୋତ୍ସବ:ମା’ ତାରାତାରିଣୀଙ୍କ ପୀଠରୁ ବାହାରିଲା ମଶାଲ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିିଦ୍ଧ  ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ  ମଶାଲ ଶୋଭାଯାତ୍ରା…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ…

ବ୍ୟାଙ୍କ ଧର୍ମଘଟ: ବଲାଙ୍ଗୀର SBI ବ୍ୟାଙ୍କ ସମ୍ମୁଖରେ ଧାରଣା

ବଲାଙ୍ଗୀର,୨୭।୧(ସୁନିଲ କୁମାର ମହାନ୍ତି): ମଙ୍ଗଳବାର ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଦିବସ ଧର୍ମଘଟ ଘୋଷଣା ପରେ, ସରକାର ଏବଂ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଏହାକୁ ନେଇ…

ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ: ଭାଜପା

ଭୁବନେଶ୍ୱର,୨୭।୧: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନକୁ ଭାଜପା ତାଚ୍ଛଲ୍ୟ କରି ନବନିର୍ମାଣ କୃଷକ ସଂଗଠନକୁ ଟାର୍ଗେଟ୍‌…

୫ ଦିନିଆ କାର୍ଯ୍ୟସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା, ଗୁଣୁପୁରରେ ସମର୍ଥନ…

ଗୁଣୁପୁର, ୨୭।୧ (ସଂକେତ ପାତ୍ର): ସପ୍ତାହକୁ ୫ ଦିନ କାର୍ଯ୍ୟସପ୍ତାହ ଓ ୨ ଦିନ ସାପ୍ତାହିକ ଛୁଟି ଦାବିରେ ଆଜି ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ…

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ ଅଧିକ ସାମ୍ବାଦିକ ବିଦା

ନୂଆଦିଲ୍ଲୀ,୨୭।୧: ICC T20 ବିଶ୍ୱକପ ୨୦୨୬କୁ ନେଇ ବିବାଦ ଥମିବାର ନାଁ ଧରୁନି। ପ୍ରଥମେ ବାଂଲାଦେଶକୁ ଟୁର୍ନାମେଣ୍ଟରୁ ବାଦ ଦେବା ଏବଂ ସ୍କଟଲାଣ୍ଡକୁ ସୁଯୋଗ ଦେବାର ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri