Posted inଜାତୀୟ

କେଉଁଠି ନଇଁଲେ, କେଉଁଠି ସିଧା

ନୂଆଦିଲ୍ଲୀ,୨ା୭ (ପି.ଟି.):ଲୋକ ସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଘେରିବା ଦେଖିବାକୁ ମିଳିଛି। ରାହୁଲ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇଲା ବେଳେ ଆପଣ କାହିଁକି ମୁଣ୍ଡ ନୁଅଁାଉଛନ୍ତି। ଗତ ୨୬ ତାରିଖରେ ବାଚସ୍ପତି ଭାବେ ଓମ୍‌ ବିର୍ଲା ପୁନଃ ନିର୍ବାଚିତ ହେବା ପରେ ଗୃହର ପରମ୍ପରା ଅନୁଯାୟୀ ମୋଦି ଏବଂ ରାହୁଲ ତାଙ୍କୁ ତାଙ୍କ ପୋଡିୟମ୍‌କୁ ପାଛୋଟି ନେଇଥିଲେ। ହେଲେ ଏହି ସମୟରେ ଲକ୍ଷ୍ୟ କରିଥିବା ଗୋଟିଏ କଥା ସମ୍ପର୍କରେ ରାହୁଲ ଗୃହରେ କହିଛନ୍ତି ଯେ, ତାଙ୍କ ସହ ହାତ ମିଳାଇବାବେଳେ ବାଚସ୍ପତି ସିଧା ରହିଥିଲେ, କିନ୍ତୁ ମୋଦିଙ୍କ କ୍ଷେତ୍ରରେ ସେ ନତମସ୍ତକ ହୋଇଯାଇଥିଲେ।
ଏଭଳି ମନ୍ତବ୍ୟ ପରେ ବିରୋଧୀ ଦଳ ସଦସ୍ୟମାନେ ହସି ହସି କରତାଳି ଦେଇଥିବାବେଳେ ଭାଜପା ଏମ୍‌ପିମାନେ ପାଟିତୁଣ୍ଡ କରି ଆପତ୍ତି ଉଠାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ହସ୍ତକ୍ଷେପ କରି କହିଛନ୍ତି, ଏହା ଉକ୍ତ ପଦବୀ ବିରୋଧରେ ଅଭିଯୋଗ। ରାହୁଲଙ୍କ ମନ୍ତବ୍ୟ ସମ୍ପର୍କରେ ବାଚସ୍ପତି କହିଛନ୍ତି ଯେ, ‘ମୋଠାରୁ ବୟସ୍କଙ୍କ ଆଗରେ ନତମସ୍ତକ ହେବା ମୋ ସଂସ୍କୃତି। ଦରକାର ପଡ଼ିଲେ ସେମାନଙ୍କ ପାଦ ଛୁଇଁବି। ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ନେତା। ମୋ ସଂସ୍କୃତି ଏବଂ ପରମ୍ପରା ଏହା ଶିକ୍ଷା ଦେଉଛି ଯେ, ବୟସ୍କଙ୍କ ଆଗରେ ନଇଁକି ସମ୍ମାନ ଜଣାଇବା ଏବଂ ସମାସ୍କନ୍ଦ ଓ କମ୍‌ ବୟସ୍କଙ୍କୁ ସେହି ଅନୁଯାୟୀ ବ୍ୟବହାର କରିବା।’ ବାଚସ୍ପତିଙ୍କ ଏହି ଉତ୍ତରରେ ରାହୁଲ ଏକମତ ହୋଇ ନ ପାରି କହିଛନ୍ତି ଯେ, ଆପଣଙ୍କ ମତକୁ ସମ୍ମାନ ଜଣାଉଛି, କିନ୍ତୁ ଗୃହରେ ବାଚସ୍ପତିଙ୍କଠାରୁ କେହି ବଡ଼ ନୁହନ୍ତି। ଏଠାରେ ବୟସ ନୁହେଁ, ପଦବୀ ଗୁରୁତ୍ୱପୂର୍ଣ୍ଣ। ବାଚସ୍ପତିଙ୍କ ଆଗରେ ସମସ୍ତେ ନତମସ୍ତକ ହେବା ଉଚିତ୍‌, ଓଲଟା ସେ ନିଜେ ହେବା ଅନୁଚିତ। ବାଚସ୍ପତି ହେଉଛନ୍ତି ତତ୍ତ୍ୱାବଧାରକ, ସେ ଗୃହରେ ନିରପେକ୍ଷ ହେବା ଉଚିତ ବୋଲି ରାହୁଲ କହିଛନ୍ତି।
କି, ଗତ ୨୬ ତାରିଖରେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍‌ ବିର୍ଲା ପ୍ରଥମ ପଦକ୍ଷେପ ଭାବେ ୧୯୭୫ ମସିହା ଜୁନ୍‌ ୨୫ ତାରିଖ ମଧ୍ୟରାତ୍ରିରେ ଲାଗୁ ହୋଇଥିବା ଜରୁରିକାଳୀନ ପରିସ୍ଥିତି ସମ୍ପର୍କରେ ନିନ୍ଦା ପ୍ରସ୍ତାବ ଆଣିଥିଲେ। ଏହାକୁ ରାହୁଲ ରାଜନୈତିକ ପଦକ୍ଷେପ ବୋଲି କହିବା ସହ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟି ଆପତ୍ତି ଉଠାଇଥିଲେ। ଏହାପରେ ରାହୁଲ ସୋମବାର ଗୃହରେ ବାଚସ୍ପତିଙ୍କୁ ନତମସ୍ତକ ପ୍ରସଙ୍ଗରେ ଘେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri