Posted inଫୁରସତ

ମାଲିକ ଗାଈକୁ ବିକିବାକୁ ନେଇ ଷଣ୍ଢର ଉତ୍ପାତ: ଗାଡ଼ି ପଛରେ ୧ କିମି ଯାଏ ଦୌଡ଼ିଲା; ପରେ ଘଟିଲା ଏପରି କିଛି..

ମଦୁରାଇ: କଥାରେ ଅଛି ପ୍ରେମ ଶାଶ୍ୱତ, ସୁନ୍ଦର। ଆଜିର ଅତ୍ୟାଧୁନିକ ଯୁଗରେ ଯେଉଁଠି ମଣିଷମାନେ ସମ୍ପର୍କକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି ସେଠାରେ ପଶୁପକ୍ଷୀମାନେ ନିଆରା ଉଦାହରଣ ସୃଷ୍ଟି କରୁଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭାଇରାଲ ହେଉଛି। ତାମିଲନାଡ଼ୁର ମଦୁରାଇରେ ଷଣ୍ଢ-ଗାଈ ମଧ୍ୟରେ ଥିବା ଭଲପାଇବାକୁ ଯେକେହି ଦେଖିବା ପରେ ଘଡ଼ିଏ ଭାବିବାକୁ ବାଧ୍ୟ ହେଉଛି।

ଘଟଣାଟି ଏପରି। କରୋନା ସଂକଟକୁ ନେଇ ସାରା ଭାରତରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାକୁ ନେଇ ସାଧାରଣଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି। ଫଳରେ ମଦୁରାଇ ପାଲାମେଡୁ ଅଞ୍ଚଳର ଜଣେ ଚାଷୀ ପାଳିଥିବା ଗାଈକୁ ୨୦,୦୦୦ ଟଙ୍କାରେ ବିକ୍ରି କରିଦେଇଥିଲେ। ଗାଈକୁ ନେବା ପାଇଁ ନୂଆ ମାଲିକ ମିନି ଟ୍ରକ ଆଣି ଆସିଥିଲେ। ଏହି ସମୟରେ ଏକ ଷଣ୍ଡ ତାଙ୍କୁ ଅଟକାଇଥିଲା। କିଛି ସମୟ ପରେ ଗାଡ଼ିଟି ଚାଲି ଯାଉଥିବା ଦେଖି ଷଣ୍ଢଟି ୧ କିମି ପର୍ଯ୍ୟନ୍ତ ତାର ପିଛା କରିଥିଲା।

ଏହି ଘଟଣାର ଏକ ଭିଡିଓ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭିଡିଓଟି ଭାଇରାଲ ହୋଇଥିଲା। ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମଙ୍କ ପୁଅ ଓପି ଜୟପ୍ରଦୀପ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ଗାଈକୁ କିଣିଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ। ସେଠାରୁ ପୁଣିଥରେ ଗାଈଟିକୁ ଆଣି ପୁରୁଣା ମାଲିକଙ୍କୁ ଦେଇଥିବା ଜଣାପଡ଼ିଛି। ତେବେ ଉଭୟ ଷଣ୍ଡ ଏବଂ ଗାଈ ସାଙ୍ଗ ହୋଇ ରହୁଥିଲେ। ଏପରିସ୍ଥଳେ ଗାଇକୁ ଦୂରକୁ ଯାଉଥିବା ଦେଖି ଷଣ୍ଢଟି ସହିପାରି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?