Posted inଫୁରସତ

ମାଲିକ ଗାଈକୁ ବିକିବାକୁ ନେଇ ଷଣ୍ଢର ଉତ୍ପାତ: ଗାଡ଼ି ପଛରେ ୧ କିମି ଯାଏ ଦୌଡ଼ିଲା; ପରେ ଘଟିଲା ଏପରି କିଛି..

ମଦୁରାଇ: କଥାରେ ଅଛି ପ୍ରେମ ଶାଶ୍ୱତ, ସୁନ୍ଦର। ଆଜିର ଅତ୍ୟାଧୁନିକ ଯୁଗରେ ଯେଉଁଠି ମଣିଷମାନେ ସମ୍ପର୍କକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି ସେଠାରେ ପଶୁପକ୍ଷୀମାନେ ନିଆରା ଉଦାହରଣ ସୃଷ୍ଟି କରୁଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭାଇରାଲ ହେଉଛି। ତାମିଲନାଡ଼ୁର ମଦୁରାଇରେ ଷଣ୍ଢ-ଗାଈ ମଧ୍ୟରେ ଥିବା ଭଲପାଇବାକୁ ଯେକେହି ଦେଖିବା ପରେ ଘଡ଼ିଏ ଭାବିବାକୁ ବାଧ୍ୟ ହେଉଛି।

ଘଟଣାଟି ଏପରି। କରୋନା ସଂକଟକୁ ନେଇ ସାରା ଭାରତରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାକୁ ନେଇ ସାଧାରଣଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି। ଫଳରେ ମଦୁରାଇ ପାଲାମେଡୁ ଅଞ୍ଚଳର ଜଣେ ଚାଷୀ ପାଳିଥିବା ଗାଈକୁ ୨୦,୦୦୦ ଟଙ୍କାରେ ବିକ୍ରି କରିଦେଇଥିଲେ। ଗାଈକୁ ନେବା ପାଇଁ ନୂଆ ମାଲିକ ମିନି ଟ୍ରକ ଆଣି ଆସିଥିଲେ। ଏହି ସମୟରେ ଏକ ଷଣ୍ଡ ତାଙ୍କୁ ଅଟକାଇଥିଲା। କିଛି ସମୟ ପରେ ଗାଡ଼ିଟି ଚାଲି ଯାଉଥିବା ଦେଖି ଷଣ୍ଢଟି ୧ କିମି ପର୍ଯ୍ୟନ୍ତ ତାର ପିଛା କରିଥିଲା।

ଏହି ଘଟଣାର ଏକ ଭିଡିଓ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭିଡିଓଟି ଭାଇରାଲ ହୋଇଥିଲା। ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମଙ୍କ ପୁଅ ଓପି ଜୟପ୍ରଦୀପ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ଗାଈକୁ କିଣିଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ। ସେଠାରୁ ପୁଣିଥରେ ଗାଈଟିକୁ ଆଣି ପୁରୁଣା ମାଲିକଙ୍କୁ ଦେଇଥିବା ଜଣାପଡ଼ିଛି। ତେବେ ଉଭୟ ଷଣ୍ଡ ଏବଂ ଗାଈ ସାଙ୍ଗ ହୋଇ ରହୁଥିଲେ। ଏପରିସ୍ଥଳେ ଗାଇକୁ ଦୂରକୁ ଯାଉଥିବା ଦେଖି ଷଣ୍ଢଟି ସହିପାରି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri