ଅଲିମ୍ପିକ୍ସରୁ ଫେରିଥିବା ଖେଳାଳିଙ୍କୁ ଏମିତି କି ପ୍ରଶ୍ନ ପଚାରିଦେଲେ ମୋଦି, ଯାହାକୁ ଶୁଣି ହସିବାକୁ ଲାଗିଲେ ମନୁ ଭାକର

ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସରୁ ଫେରିଥିବା ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ କ’ଣ କଥା ହୋଇଛନ୍ତି ସେ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି। ପିଏମ ମୋଦି ନିଜେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଖେଳାଳିଙ୍କ ସହ ମିଠା ଏବଂ ଖଟା ବାର୍ତ୍ତାଳାପ କରୁଥିବା ନଜର ଆସିଛନ୍ତି। ପିଏମ ମୋଦି କେବଳ ଖେଳାଳିଙ୍କ ମନୋବଳ ବଢାଇ ନାହାଁନ୍ତି ବରଂ ଖେଳାଳିଙ୍କ ଅନୁଭୂତି ମଧ୍ୟ ଶୁଣିଥିଲେ। ଏହି ସମୟରେ ପିଏମ ମୋଦି ଖେଳାଳିଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ଯାହାକୁ ଶୁଣି ଯେ ଆଗ ଧାଡିରେ ବସିଥିବା ମନୁ ଭାକର ହସିବାକୁ ଲାଗିଥିଲେ।

ଭିଡିଓ ଅନୁଯାୟୀ, ପିଏମ ମୋଦି ପ୍ରଥମେ ଖେଳାଳିମାନଙ୍କୁ ପଚାରଛନ୍ତି ଆପଣ କେତେଜଣ ହାରିବା ପରେ ଆସିଛନ୍ତି। ଏହା ଉପରେ ପ୍ୟାରିସ ଅଲିମ୍ପିକ୍ସରେ ହାରିଥିବା ଭାରତୀୟ ଖେଳାଳିମାନେ ହାତ ଉପରକୁ ଟେକିଥିଲେ। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସର୍ବପ୍ରଥମେ ମନରୁ ବାହାର କରିଦିଅ ଆପଣମାନେ ହାରିଯାଇଛନ୍ତି। ଆପଣମାନେ ଦେଶର ଝଣ୍ଡାକୁ ଉଚ୍ଚା କରି ଆସିଛନ୍ତି ଏବଂ ଆପଣ କିଛି ଶିଖି କରି ଆସିଛନ୍ତି। କ୍ରୀଡା ହେଉଛି ଏକମାତ୍ର କ୍ଷେତ୍ର ଯେଉଁଠାରେ କେହି ହାରନ୍ତି ନାହିଁ। ସମସ୍ତେ ଜିତନ୍ତି । ସେଥିପାଇଁ ମୁଁ ଜାଣିଶୁଣି କହିଲି, ହାତ ଉଠାନ୍ତୁ।

ମୋଦି ଆହୁରି କହିଛନ୍ତି, ଆମେ ପଛରେ ରହିଗଲୁ ବୋଲି କେବେ ଭାବିବନାହିଁ। ବହୁତ କିଛି ଜାଣିବାକୁ ହେବ। ଆପଣମାନେ ମୋ ସହ ସହମତ କି? ଏହିପରି ନୁହେଁ, ମୋତେ ଉଚ୍ଚ ସ୍ବରରେ କୁହ। ଆପଣମାନେ ଖେଳାଳୀ ଅଟନ୍ତି । ପିଏମ ମୋଦିଙ୍କ ଏହି କଥା ଶୁଣି ଖେଳାଳିମାନେ ହସିବାକୁ ଲାଗିଲେ। ଆପଣ ପଡ଼ିଆରେ କ’ଣ କରିଛନ୍ତି ତାହା ସମଗ୍ର ବିଶ୍ୱ ଦେଖିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri