ମୁଁ ବିରୋଧୀଦଳ ନେତା ଥିଲାବେଳେ ନେଉନଥିଲି ସୁରକ୍ଷା, ଏବେ ନବୀନଙ୍କୁ ଘାରୁଛି ଭୟ, କାହିଁକି ଏମିତି କହିଲେ ଜୟନାରାୟଣ

ଭୁବନେଶ୍ୱର,୨।୧୧: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହ୍ରାସ ପାଇବ ସୁରକ୍ଷା ବ୍ୟବସ୍ଥା। ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇବ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ସେ କହିଛନ୍ତି, ଏହା ଏକ ରେଗୁଲାର ପ୍ରୋସେସ। ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ। କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ।

ତେବେ ଏହି ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ଭାଜପା ବିଧାୟକ ଜୟନାରାୟର ମିଶ୍ର। ସେ କହିଛନ୍ତି, ବିଜେଡି ସରକାର ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି ସେଥିପାଇଁ ତାଙ୍କ ମନରେ ଭୟ ରହିଛି। ଲୋକମାନେ କାଳେ କିଛି କରିଦେବେ ସେଥିପାଇଁ ସୁରକ୍ଷା ନେଉଛନ୍ତି। ଯାହା ପୂର୍ବ ସରକାରରେ କରିଛନ୍ତି, ଲୋକେ କାଳେ ତାଙ୍କୁ ବାଡେଇବେ ନେଇ ଭୟରେ ରହୁଛନ୍ତି ନବୀନ।

କିନ୍ତୁ ମୁଁ ବିରୋଧୀଦଳ ନେତା ଥିଲାବେଳେ କେବେ ସୁରକ୍ଷା ନେଇ ନ ଥିଲି। ଏବେ ବି ବିଧାୟକ ଭାବେ ସୁରକ୍ଷା ନେଇନାହିଁ। ଏବେ ଯଦି ବିରୋଧୀ ଦଳ ନେତାଙ୍କ ସୁରକ୍ଷା ହ୍ରାସ ପାଉଛି ତା’ର ନିୟମ ଅଛି। ସେହି ଅନୁସାରେ ସରକାର କାମ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ପ୍ରତି ଜିଲାରେ ଖୋଲିବ ଛାତ୍ରୀନିବାସ; ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ,୧।୨: ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷ କରି STEM (ବିଜ୍ଞାନ, ବୈଷୟିକ…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

Budget 2026: ୭ଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା, ଉପକୃତ ହେବେ ଓଡିଶା ସମେତ ଏସବୁ ରାଜ୍ୟ

ନୂଆଦିଲ୍ଲୀ,୧।୨: ଭାରତର ପ୍ରମୁଖ ଆର୍ଥିକ ଓ ବାଣିଜ୍ୟିକ ସହରଗୁଡ଼ିକୁ ଯୋଡିବା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏସଓ ସହରକୁ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ…

Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍‌, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି…

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri