ନିର୍ବାଚନ ଆସିଲେ ଭାଜପା ନେତା ଆସନ୍ତି: ପାଣ୍ଡିଆନ

ବଲାଙ୍ଗୀର/ସଇଁନ୍ତଲା,୧୭ା୫ (ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ଟିଟିଲାଗଡ ନିର୍ବାଚନମଣ୍ଡଳୀର ସଇଁତଲା, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜି, ପାଟଣାଗଡ ନିର୍ବାଚନମଣ୍ଡଳୀର ଗଙ୍ଗାସାଗର ଏବଂ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଗଇଁନ୍ତଲାଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସଇଁତଲା ରେଳ ଷ୍ଟେଶନ ନିକଟ ରାଜେନ୍ଦ୍ର ନାରାୟଣ ସିଂଦେଓ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ ଟୁକୁନୀ ସାହୁ ଯୋଗଦାନ କରିଥିଲେ। ସଭାରେ ବିଜେଡି ନେତା ପାଣ୍ଡିଆନ ଭାଜପା ନେତାମାନଙ୍କୁ କଡା ସମାଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟର ବିବରଣୀ ଦେଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ସଇଁତଲା ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରିବା, ନଦୀରେ ଚେକ୍‌ଡ୍ୟାମ ନିର୍ମାଣ କରି ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କିଭଳି ପ୍ରକଳ୍ପ ନିର୍ମାଣ କରିଛନ୍ତି ସୂଚନା ଦେଇଥିଲେ। ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ବିିଜେଡ଼ି ଦଳ ଘରଚଟିଆ ସଦୃଶ, ଯେତେବେଳେ ଦେଖିଲେ ଘରେ ଥିବ ଏଣୁ ଆପଣମାନେ ଯେତେବେଳେ ଚାହିଁଲେ ଆମମାନଙ୍କୁ ଦେଖା କରିପାରିବେ ଏବଂ ନିଜର ଦୁଃଖ ସୁଖ କହିପାରିବେ ବୋଲି କହିଥିଲେ। ବରିଷ୍ଠ ବିଜେଡି ନେତା ପାଣ୍ଡିଆନ ଭାଜପା ନେତାଙ୍କୁ ସମାଲୋଚନା କରି କେବଳ ନିର୍ବାଚନ ସମୟରେ ଆସନ୍ତି ଏବଂ ନିର୍ବାଚନ ସରିଗଲେ ଏମାନେ କୁଆଡେ ଯାଆନ୍ତି ଜଣାନାହିଁ ବୋଲି କହିଥିଲେ। ଛତିଶଗଡ଼ରୁ ନେତା ମନ୍ତ୍ରୀମାନଙ୍କୁ ଆଣି ଭାଜପା ଗୁଣ୍ଡାଗର୍ଦ୍ଦି କରିବା ସହ ଟଙ୍କା ବାଣ୍ଟି ଭୋଟ କିଣିବାକୁ ଉଦ୍ୟମ କରୁଥିବା କହି ସିଧା ଭାଜପାକୁ ଟାର୍ଗେଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡ଼ି ନେତା ଅଧିରାଜ ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ଲୋଟସ ଷଡ଼ଙ୍ଗୀ, ଚନ୍ଦ୍ରବଦନ ପୁରୋହିତ, ପ୍ରେମ ଜୈନ, ରାଜକିଶୋର ଡ଼ାଙ୍ଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଗାୟକ ରୁକୁ ସୁନା ଓ ତାଙ୍କ ଟିମ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଲୋଇସିଂହା ନିର୍ବାଚନମଣ୍ଡଳୀର ଗଇଁନ୍ତଲା ଖେଳପଡିଆଠାରେ ଆୟୋଜିତ ସଭାରେ ପାଣ୍ଡିଆନ ଯୋଗଦାନ କରି ଭାଜପାକୁ କଡା ସମାଲୋଚନା କରିଥିଲେ। ଏଠାରେ ଲୋଇସିଂହାର ବିଜେଡି ବିଧାୟକ ପ୍ରାର୍ଥୀ ନିହାର ବେହେରା ଓ ଲୋକସଭା ପ୍ରାର୍ଥୀ ସିଂଭୋଇ ଉପସ୍ଥିତ ଥିଲେ। ବିପୁଳ ଭୋଟରେ ଦୁଇ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ସଭାରେ ପାଣ୍ଡିଆନ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ, କୁଡାସିଂହା ଚେକ୍‌ଡ୍ୟାମ୍‌ ନିର୍ମାଣ କଥା କହି ଚାଷୀଙ୍କ ଜଳସେଚନ ପାଇଁ ସରକାର ବଦ୍ଧପରିକର ବୋଲି କହିଥିଲେ। ସୁକ୍‌ତେଲ ପ୍ରକଳ୍ପ ପାଣିରୁ ବଞ୍ଚତ୍ତ ୧୮ଟି ଗ୍ରାମପଞ୍ଚାୟତକୁ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ପାଣି ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ କହିଥିଲେ। ପାଟଣାଗଡ ଗଙ୍ଗାସାଗର ଠାରେ ଆୟୋଜିତ ସଭାରେ ବିଜେଡି ନେତା ପାଣ୍ଡିଆନଙ୍କ ସହ ପାଟଣାଗଡ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଉପସ୍ଥିତ ଥିଲେ। ଏଠାରେ ସହସ୍ରାଧିକ ଲୋକଙ୍କ ଭିଡ ଲାଗି ରହିଥିଲା। ପାଟଣାଗଡ, ବଲାଙ୍ଗୀର ଜିଲା ସମେତ ପଶ୍ଚିମ ଓଡିଶାର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri