ନିର୍ବାଚନ ଆସିଲେ ଭାଜପା ନେତା ଆସନ୍ତି: ପାଣ୍ଡିଆନ

ବଲାଙ୍ଗୀର/ସଇଁନ୍ତଲା,୧୭ା୫ (ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ଟିଟିଲାଗଡ ନିର୍ବାଚନମଣ୍ଡଳୀର ସଇଁତଲା, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜି, ପାଟଣାଗଡ ନିର୍ବାଚନମଣ୍ଡଳୀର ଗଙ୍ଗାସାଗର ଏବଂ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଗଇଁନ୍ତଲାଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସଇଁତଲା ରେଳ ଷ୍ଟେଶନ ନିକଟ ରାଜେନ୍ଦ୍ର ନାରାୟଣ ସିଂଦେଓ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ ଟୁକୁନୀ ସାହୁ ଯୋଗଦାନ କରିଥିଲେ। ସଭାରେ ବିଜେଡି ନେତା ପାଣ୍ଡିଆନ ଭାଜପା ନେତାମାନଙ୍କୁ କଡା ସମାଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟର ବିବରଣୀ ଦେଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ସଇଁତଲା ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କରିବା, ନଦୀରେ ଚେକ୍‌ଡ୍ୟାମ ନିର୍ମାଣ କରି ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କିଭଳି ପ୍ରକଳ୍ପ ନିର୍ମାଣ କରିଛନ୍ତି ସୂଚନା ଦେଇଥିଲେ। ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ବିିଜେଡ଼ି ଦଳ ଘରଚଟିଆ ସଦୃଶ, ଯେତେବେଳେ ଦେଖିଲେ ଘରେ ଥିବ ଏଣୁ ଆପଣମାନେ ଯେତେବେଳେ ଚାହିଁଲେ ଆମମାନଙ୍କୁ ଦେଖା କରିପାରିବେ ଏବଂ ନିଜର ଦୁଃଖ ସୁଖ କହିପାରିବେ ବୋଲି କହିଥିଲେ। ବରିଷ୍ଠ ବିଜେଡି ନେତା ପାଣ୍ଡିଆନ ଭାଜପା ନେତାଙ୍କୁ ସମାଲୋଚନା କରି କେବଳ ନିର୍ବାଚନ ସମୟରେ ଆସନ୍ତି ଏବଂ ନିର୍ବାଚନ ସରିଗଲେ ଏମାନେ କୁଆଡେ ଯାଆନ୍ତି ଜଣାନାହିଁ ବୋଲି କହିଥିଲେ। ଛତିଶଗଡ଼ରୁ ନେତା ମନ୍ତ୍ରୀମାନଙ୍କୁ ଆଣି ଭାଜପା ଗୁଣ୍ଡାଗର୍ଦ୍ଦି କରିବା ସହ ଟଙ୍କା ବାଣ୍ଟି ଭୋଟ କିଣିବାକୁ ଉଦ୍ୟମ କରୁଥିବା କହି ସିଧା ଭାଜପାକୁ ଟାର୍ଗେଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡ଼ି ନେତା ଅଧିରାଜ ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ଲୋଟସ ଷଡ଼ଙ୍ଗୀ, ଚନ୍ଦ୍ରବଦନ ପୁରୋହିତ, ପ୍ରେମ ଜୈନ, ରାଜକିଶୋର ଡ଼ାଙ୍ଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଗାୟକ ରୁକୁ ସୁନା ଓ ତାଙ୍କ ଟିମ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଲୋଇସିଂହା ନିର୍ବାଚନମଣ୍ଡଳୀର ଗଇଁନ୍ତଲା ଖେଳପଡିଆଠାରେ ଆୟୋଜିତ ସଭାରେ ପାଣ୍ଡିଆନ ଯୋଗଦାନ କରି ଭାଜପାକୁ କଡା ସମାଲୋଚନା କରିଥିଲେ। ଏଠାରେ ଲୋଇସିଂହାର ବିଜେଡି ବିଧାୟକ ପ୍ରାର୍ଥୀ ନିହାର ବେହେରା ଓ ଲୋକସଭା ପ୍ରାର୍ଥୀ ସିଂଭୋଇ ଉପସ୍ଥିତ ଥିଲେ। ବିପୁଳ ଭୋଟରେ ଦୁଇ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ସଭାରେ ପାଣ୍ଡିଆନ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ, କୁଡାସିଂହା ଚେକ୍‌ଡ୍ୟାମ୍‌ ନିର୍ମାଣ କଥା କହି ଚାଷୀଙ୍କ ଜଳସେଚନ ପାଇଁ ସରକାର ବଦ୍ଧପରିକର ବୋଲି କହିଥିଲେ। ସୁକ୍‌ତେଲ ପ୍ରକଳ୍ପ ପାଣିରୁ ବଞ୍ଚତ୍ତ ୧୮ଟି ଗ୍ରାମପଞ୍ଚାୟତକୁ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ପାଣି ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ କହିଥିଲେ। ପାଟଣାଗଡ ଗଙ୍ଗାସାଗର ଠାରେ ଆୟୋଜିତ ସଭାରେ ବିଜେଡି ନେତା ପାଣ୍ଡିଆନଙ୍କ ସହ ପାଟଣାଗଡ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଉପସ୍ଥିତ ଥିଲେ। ଏଠାରେ ସହସ୍ରାଧିକ ଲୋକଙ୍କ ଭିଡ ଲାଗି ରହିଥିଲା। ପାଟଣାଗଡ, ବଲାଙ୍ଗୀର ଜିଲା ସମେତ ପଶ୍ଚିମ ଓଡିଶାର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri