ବାଜପେୟୀଙ୍କ ମନ ଦୁଃଖ ଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଲାସ୍‌ ନେଇଥିଲେ ଏହ ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମାର ମହାନ କଳାକାର ଦିଲୀପ କୁମାରଙ୍କ ୯୮ ବର୍ଷରେ ପରଲୋକ ଘଟିଛି। ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ଦିଲୀପ କୁମାରଙ୍କୁ କେବଳ ଭାରତରେ ନୁହେଁ, ପାକିସ୍ତାନରେ ପ୍ରସିଦ୍ଧ ଥିଲେ। ସେ ଉଭୟ ଦେଶର ସମ୍ପର୍କ ଉପରେ ନଜର ରଖିଥିଲେ। ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦୁଃଖୀ ଦେଖି ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସରିଫ୍‌ଙ୍କୁ ଫୋନ କରି ଗାଳି କରିଥିଲେ। ବାଜପେୟୀ ଏବଂ ଦିଲୀପ କୁମାରଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା।
ଏହି ଘଟଣାକୁ ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ଖୁର୍ସିଦ କସୁରୀ ନିଜ ପୁସ୍ତକ ‘ନାଇଦର୍‌ ଏ ହକ୍‌ ନର୍‌ ଏ ଡୋଭ୍‌’ରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଥମେ ମୁଁ ନଓ୍ବାଜ ସରିଫଙ୍କ ସହ ଥିଲି। ଏହି ସମୟରେ ଏକ ଫୋନ କଲ୍‌ ଆସିଥିଲା। ସେଥିରେ କୁହାଯାଇଥିଲା ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନଓ୍ବାଜ୍‌ ସରିଫ୍‌ଙ୍କ ସହ କଥା ହେବାକୁ ଚାହୁଁଚନ୍ତି। ଫୋନ୍‌ରେ ବାଜପେୟୀ କହିଥିଲେ, ଆମେ ତ ଲାହୋରକୁ ବନ୍ଧୁତ୍ୱର ବାର୍ତ୍ତା ଆଣିଥିଲୁ, କିନ୍ତୁ ତୁମେ ପ୍ରତିବଦଳରେ ଆମକୁ କାରଗିଲ୍‌ ଯୁଦ୍ଧ ଦେଇଥିଲ। ଏତିକି କହିବା ପରେ ବାଜପେୟୀ ଦିଲୀପ କୁମାରଙ୍କୁ ଫୋନ୍‌ ଦେଇଥିଲେ। ତାଙ୍କ ସ୍ବର ଶୁଣି ନଓ୍ବାଜ୍‌ ସରିଫ୍‌ ଭୟଭୀତ ହୋଇପଡିଥିଲେ। ଦିଲୀପ କୁମାର ତାଙ୍କୁ ରାଗିକି କହିଥିଲେ, ମିୟାଁ ସାହେବ, ଆପଣ ସବୁବେଳେ ଦୁଇ ଦେଶ ମଧ୍ୟରେ ଶାନ୍ତିର ଏକ ବଡ ଓକିଲାତି କରିଛନ୍ତି, ଆମେ ଆପଣଙ୍କଠାରୁ ଏମିତି ଆଶା କରି ନ ଥିଲୁ। ଚାପ ସମୟରେ ଭାରତୀୟ ମୁସଲମାନମାନେ ଅତ୍ୟଧିକ ଅସୁରକ୍ଷିତ ହୋଇପଡନ୍ତି। ତେଣୁ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କିଛି କରନ୍ତୁ। ଏଭଳି ବ୍ୟକ୍ତି ଥିଲେ ଦିଲୀପ କୁମାର। ତାଙ୍କୁ ପରଲୋକ କେବଳ ଫିଲ୍ମ ଜଗତ ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ବଡ଼ କ୍ଷତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri