ସର୍ବୋଚ୍ଚ ସ୍ତରରେ ଗହମ ଦର

ଭୁବନେଶ୍ୱର,୯।୮(ଅଭୟ ଦାଶ): ଗତ କିଛି ମାସ ହେବ ଘରୋଇ ବଜାରରେ ଗହମ ଦର ବୃଦ୍ଧି ପାଇଚାଲିଛି। ଫଳରେ ଗହମରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦର ମଧ୍ୟ ସେହି ପରିମାଣରେ ବଢ଼ି ଚାଲିଛି। ଏପରିକି ଗହମ ଦର ଗତ ୬ ମାସର ଉଚ୍ଚତମ ସ୍ତରକୁ ପହଞ୍ଚତ୍ଛି। ସେହିଭଳି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଗହମ ମୂଲ୍ୟ ୧.୫% ବୃଦ୍ଧି ଘଟି ପ୍ରତି ମେଟ୍ରିକ ଟନ୍‌ର ମୂଲ୍ୟ ୨୫,୪୪୬ ଟଙ୍କାରେ ପହଞ୍ଚତ୍ଛି। ୨୦୨୩ ଫେବୃୟାରୀ ୧୦ ପରେ ଗହମର ଏହା ସର୍ବାଧିକ ଦର ବୋଲି କୁହାଯାଉଛି। ଏପରିକି ଗତ ୪ମାସ ମଧ୍ୟରେ ଗହମ ମୂଲ୍ୟ ୧୮% ବୃଦ୍ଧି ପାଇଛି। ସେହିଭଳି ୨୦୨୩ ଅଗଷ୍ଟ ୧ ସୁଦ୍ଧା ସରକାରଙ୍କ ଗୋଦାମଗୁଡ଼ିକରେ ୨୮.୩ ନିୟୁତ ମେଟ୍ରିକ ଟନ୍‌ ଗହମ ଗଚ୍ଛିତ ଥିଲାବେଳେ ୨୦୨୨ ଅଗଷ୍ଟ ପହିଲାରେ ଏହାର ପରିମାଣ ୨୬.୬ ନିୟୁତ ଟନ୍‌ ଗହମ ସରକାରଙ୍କ ଷ୍ଟକ୍‌ରେ ଥିଲା। ବିଶେଷ କରି ଆଗକୁ ପାର୍ବଣ ଋତୁ ଥିବାରୁ ବଜାର ଚାହିଦା ଓ ଖାଉଟିଙ୍କ ଆବଶ୍ୟକତା ଦୃଷ୍ଟିରୁ ଅଟା ଦର ବଢ଼ିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସେହିପରି ବର୍ତ୍ତମାନ ଉପୁଜିଥିବା ପରିସ୍ଥିତିରେ ସରକାର ଷ୍ଟକ୍‌ରୁ ଖୋଲାବଜାରକୁ ଗହମ ଛାଡ଼ିବା ଦରକାର ବୋଲି ଟ୍ରେଡରମାନେ ଆବେଦନ କରିଛନ୍ତି। ଏପରିକି ସରକାର ମଧ୍ୟ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ୧୫ ଲକ୍ଷ ମେଟ୍ରିକ ଟନ୍‌ ଗହମ ସରକାରୀ ଖାତାରୁ ବିଭିନ୍ନ କ୍ଷେତ୍ର ଯଥା ଡିଲର, ଟ୍ରେଡର, ଖୋଲାବଜାରକୁ ଛାଡ଼ିଥିବା କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଗତ ସପ୍ତାହରେ ସରକାର ଗହମ ଆମଦାନୀ ଉପରେ ଲାଗୁ ହେଉଥିବା ୪୦% ଶୁଳ୍କ ହ୍ରାସ କରିବା ନେଇ ଆଲୋଚନା ହୋଇଥିଲା। ଅପରପକ୍ଷରେ ଗହମର ଦରବୃଦ୍ଧି ଜାରି ରହିଲେ ଅଟା ଉତ୍ପାଦଗୁଡ଼ିକର ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ବିସ୍କୁଟରୁ ଆରମ୍ଭ କରି ବ୍ରେଡ୍‌ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସୂଚନାଯୋଗ୍ୟ, ନିକଟରେ ଖାଇବାତେଲ, ଡାଲି, ଟମାଟୋ ଏବଂ ପିଆଜର ଦର ବୃଦ୍ଧି ଯୋଗୁ ଖାଉଟି ମହଙ୍ଗା ମାଡ଼ରେ ଶିକାର ହୋଇଥିବାବେଳେ ସରକାରଙ୍କ ଉପରେ ଦରବୃଦ୍ଧି ଆକ୍ରୋଶ ପରିପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?