ହ୍ବାଟ୍ସ ଆପ୍‌ ପେମେଣ୍ଟ ସର୍ଭିସ ଆରମ୍ଭ

ନୂଆଦିଲ୍ଲୀ: ମେସେଜିଂ ସେବା ଯୋଗାଣକାରୀ କମ୍ପାନୀ ହ୍ବାଟ୍ସଆପ୍‌ ପକ୍ଷରୁ ସାରା ଦେଶରେ ପେମେଣ୍ଟ ସର୍ଭିସ ଶୁଭାରମ୍ଭ କରାଯାଇଛି। ଏକ ବ୍ଲଗ ପୋଷ୍ଟରେ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଗୁରୁବାର ସଂଧ୍ୟାରେ କମ୍ପାନୀର ଏଭଳି ସେବା ଯୋଗାଣକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ସେବା ୟୁପିଆଇ ଭିତ୍ତିକ ହେବ। ସୂଚନାଯୋଗ୍ୟ, ହ୍ବାଟସ୍‌ ଆପ୍‌ ଫେସ୍‌ବୁକର ଏକ ସହାୟକ କମ୍ପାନୀ। ପେମେଣ୍ଟ ସେବା ୧୦ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ବୋଲି ଫେସ୍‌ବୁକ ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି। ଏଥି ଲାଗି ଲୋକଙ୍କୁ କୌଣସି ଚାର୍ଜ ଲାଗିବ ନାହିଁ। ବର୍ତ୍ତମାନ ସାରା ଦେଶରେ ହ୍ବାଟସଆପ୍‌ର ୪୦ କୋଟି ୟୁଜର ରହିଛନ୍ତି। ଗତ ୨ ବର୍ଷଠାରୁ ଏଭଳି ସେବା ଆରମ୍ଭ କରିବା ଲାଗି ମଞ୍ଜୁରୀ ଅପେକ୍ଷାରେ ରହିଥିଲା। ସେବା ଆରମ୍ଭ କରିବା ଲାଗି କମ୍ପାନୀ ପ୍ରାୟ ୧୦ ଲକ୍ଷ ୟୁଜର୍ସଙ୍କୁ ନେଇ ପରୀକ୍ଷା ନୀରିକ୍ଷା ଚଳାଇ ଆସିଥିଲା।
ଜୁକରବର୍ଗ କହିଛନ୍ତି, ୧୪୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କର ଗ୍ରାହକ ଏହି ସେବା ଲାଭ କରିପାରିବେ। ହ୍ବାଟସ ଆପ୍‌ ପେମେଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥିବା ସେ ମତ ଦେଇଛନ୍ତି। ହ୍ବାଟସଆପ୍‌ ପେମେଣ୍ଟ ଲାଗି ୟୁପିଆଇ ସମର୍ଥୀତ ଡେବିଟ କାର୍ଡ ଆବଶ୍ୟକତା ପଡିବ। ସିଧାସଳଖ ପେମେଣ୍ଟ ସୁବିଧା ମିଳିବ। ପେମେଣ୍ଟ ଫିଚର ହ୍ବାଟସ ଆପ୍‌ର ନୂଆ ଅପଡେଟରେ ମିଳିପାରିବ। ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ଜିଓ ପେମେଣ୍ଟସ ବ୍ୟାଙ୍କ ସହ ହ୍ବାଟସ ଆପ୍‌ ଚୁକ୍ତିରେ ସାମିଲ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨ କୋଟି ଗ୍ରାହକଙ୍କୁ ନେଇ କମ୍ପାନୀର ଏହି ସେବା ଆରମ୍ଭ ହୋଇପାରେ ବୋଲି ଏନ୍‌ପିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ପେମେଣ୍ଟ ସର୍ଭିସର ଅପଡେଟ ଧୀରେ ଧୀରେ ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ଅପଟେଡ ମିଳିବନି ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri