ଏସବୁ ଫୋନରେ ହ୍ବାଟସଆପ ବନ୍ଦ, ଜାଣନ୍ତୁ ଅଛି କି ଆପଣଙ୍କ ହ୍ୟାଣ୍ଡସେଟ…

ନୂଆଦିଲ୍ଲୀ,୨୪।୧୦ : ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବାକୁ ଯାଉଛି। ହ୍ବାଟସଆପ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଏହା ମନୋନୀତ ଉପଭୋକ୍ତାଙ୍କ ପାଇଁ ସେବା ଶେଷ କରିବ। କମ୍ପାନୀ ଏହାର ଆପ ଡାଉନଲୋଡ କରିବାର ଯୋଗ୍ୟତା ସମ୍ବନ୍ଧରେ ଏକ ବିସ୍ତୃତ ଗାଇଡ ଶେୟାର କରିଛି। ଏନେଇ ଉପଭୋକ୍ତା ବର୍ତ୍ତମାନ ଚିନ୍ତିତ ଅଛନ୍ତି। ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ହ୍ବାଟସଆପ ବନ୍ଦ ହେବ କି ନାହିଁ ତାହା ୟୁଜର ମାନେ ନିଜ ନିଜ ଫୋନରେ ଯାଞ୍ଚ କରି ପାରିବ।

ଏଥିପାଇଁ  ନିଜ ଫୋନର ସେଟିଙ୍ଗକୁ ଯିବାକୁ ପଡିବ ଏବଂ ତା’ପରେ ଡିଭାଇସ ବିଷୟରେ ଯାଞ୍ଚ କରିବାକୁ ପଡିବ। ଯଦ ଫୋନ ଆଣ୍ଡ୍ରଏଡ ୫.୦ କିମ୍ବା ନୂତନ ସଂସ୍କରଣରେ ଚାଲୁଛି ତେବେ ହ୍ବାଟସଆପ ବନ୍ଦ ହେବ ନାହିଁ। ଆଇଫୋନ ବ୍ୟବହାରକାରୀ ଏବଂ ସ୍ମାର୍ଟଫୋନ ଆଇଓଏସ ୧୨ କିମ୍ବା ଏହାର ପରବର୍ତ୍ତୀ ସଂସ୍କରଣ ରହିଛି ତେବେ ଏଥିରେ ହ୍ବାଟସଆପ ବନ୍ଦ ହେବ ନାହିଁ।

ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ଡିଭାଇସ କେଏଆଇଓଏସ ୨.୫.୦ କିମ୍ବା ନୂତନ ସଂସ୍କରଣ ଲାଗି କୌଣସି ଅସୁବିଧା ନାହିଁ ।

ସାମସଙ୍ଗ ଗାଲାକ୍ସି ଏସ ୨, ଆର୍କୋସ ୫୩ ପ୍ଲାଟିନମ, ନେକ୍ସସ ୭, ଆଇଫୋନ ୫, ଆଇଫୋନ ୫ ସି, ଏଲଜି ଅପ୍ଟିମସ ୨ ଏକ୍ସ, ଗ୍ରାଣ୍ଡ ଏସ ଫ୍ଲେକ୍ସ ଜେଟିଇ, ଏଚଟିସି ଡିଜାଇର ଏଚଡି, ସାମସଙ୍ଗ ଗାଲାକ୍ସି ଏସ, ଆସସ ପ୍ୟାଡ ଟ୍ରାନ୍ସଫର୍ମର, ସାମସଙ୍ଗ ଗାଲାକ୍ସି ଟ୍ୟାବ ୧୦.୧, ଗ୍ରାଟି ମୋଟରୋଲା ଜୁମ, ଏଚଟିସି ଡିଜାଇର ୫୦୦, ହୁଆୱାଇ ଆସେଣ୍ଡ ଡି, ହୁଆୱେ ଆସେଣ୍ଡ ଡି ୧, ଏଚଟିସି ଓ୍ବାନ, ସୋନି ଏକ୍ସପେରିଆ ଜେଡ ଏବଂ ସାମସଙ୍ଗ ଗାଲାକ୍ସି ନେକ୍ସସ ପ୍ରଭୃତି ଫୋନରେ ହ୍ବାଟସଆପ କାମ କରିବ ନାହିଁ।

ଯେତେବେଳେ ହ୍ବାଟସଆପ ବନ୍ଦ ହେବ ଏନେଇ ହ୍ବାଟସଆପ ଦ୍ୱାରା ସୂଚନା ଦିଆଯିବ। ହ୍ବାଟସଆପ ଫୋନକୁ ଅପଗ୍ରେଡ କରିବାକୁ କହିବ, ନଚେତ ହ୍ବାଟସଆପ ଫୋନରେ ଆଉ କାମ କରିବ ନାହିଁ । ଅକ୍ଟୋବର ୨୪ ପୂର୍ବରୁ ଏସବୁ କରିବାକୁ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?