ହ୍ବାଟ୍ସଆପ୍‌ରେ ବୀମା ପଲିସି କ୍ରୟ ସୁବିଧା

ନୂଆଦିଲ୍ଲୀ: ଲୋକପ୍ରିୟ ଚାଟ୍‌ ଆପ୍‌ ନିକଟରେ ଭାରତରେ ପେମେଣ୍ଟ ସେବା ଉପଲବ୍ଧ କରାଇଛି। ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ସହଭାଗିତାରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ସେବାକୁ ଆରମ୍ଭ କରାଇଛି। ଏହି ୪ ବ୍ୟାଙ୍କର ଗ୍ରାହକ ହ୍ବାଟ୍ସଆପ୍‌ ସହାୟତାରେ ଟଙ୍କା ପଠାଇପାରିବେ। ପେମେଣ୍ଟ ସେବା ଆରମ୍ଭ କରିବା ପରେ ଏହି କମ୍ପାନୀ ଏବେ ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରି କରିବାକୁ ଯୋଜନା ରଖିଛି। ଏ ନେଇ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରି ସାରିଛି। ହ୍ବାଟ୍ସଆପ୍‌ ଇଣ୍ଡିଆର ମୁଖ୍ୟ ଅଭିଜିତ ବୋଷ କହିଛନ୍ତି, ଚଳିତ ମାସ ଶେଷ ପର୍ଯ୍ୟନ୍ତ ହ୍ବାଟ୍ସଆପ ପ୍ଲାଟ୍‌ଫର୍ମରେ ସ୍ବାସ୍ଥ୍ୟ ବୀମା ବିକ୍ରି ସୁବିଧାକୁ ଆରମ୍ଭ କରିବା ଯୋଜନା ରହିଛି। ମାଇକ୍ରୋ ଇନ୍‌ସ୍ୟୁରାନ୍ସ, ପେନ୍‌ସନ ସର୍ଭିସେସ୍‌ ସେବା ମଧ୍ୟ ଯୋଗାଇଦେବା ଲାଗି ବୀମା କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି। ଏଥିଲାଗି ହ୍ବାଟ୍ସଆପ୍‌ ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟରଫେସର ବ୍ୟବହାର କରାଯିବ। ହେଲ୍‌ଥ ଇନ୍‌ସ୍ୟୁରାନ୍ସ ସେବା ଯୋଗାଣ ଲାଗି ହ୍ବାଟ୍ସଆପ୍‌ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ସହ ଚୁକ୍ତିରେ ସାମିଲ ହୋଇଛି। ଅବସର ପରବର୍ତ୍ତୀ ପେନ୍‌ସନ ପ୍ରଡକ୍ଟ ଲାଗି କମ୍ପାନୀ ଏଚ୍‌ଡିଏଫ୍‌ସି ପେନ୍‌ସନ ପିନ୍‌ବକ୍ସ ସଲ୍ୟୁଶନ ସହ ଆଲୋଚନା ଜାରି ରଖିଛି। ସେହିଭଳି ଆଗାମୀ ଦିନରେ ନିଜ ପ୍ଲାଟ୍‌ଫର୍ମରେ ଟେକ୍ନୋଲୋଜି ଏବଂ ଏଗ୍ରିକଲଚର ଟେକ୍ନୋଲୋଜି ଦ୍ୱାରା ୪୦ କୋଟି ୟୁଜରଙ୍କ ନିକଟରେ ପହଞ୍ଚିବାକୁ କମ୍ପାନୀ ଯୋଜନା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri