ଅପରାଧ ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ଟାଉନ୍‌ ଟାଇଗର’

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): କେବିଏନ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ କମିଶନରେଟ ପୋଲିସ ସୋମବାର ସେମାନଙ୍କୁ ପୁଣି ଜେଲ୍‌ ହାଜତକୁ ପଠାଇ ଦେଇଛି। ଆଉକିଛି ତଥ୍ୟ ଓଗାଳିବା ପାଇଁ ଅଭିଯୁକ୍ତ ରାହୁଲ ଜେନା, ରାଜେଶ ବେହେରା ଓରଫ ଚେଙ୍ଗ, ସୁମନ କୁମାର ପରିଡ଼ା, ସନାତନ ବେହେରା ଓରଫ ସନିଆ ଓ ନରେନ୍ଦ୍ର କୁମାର ଜେନାଙ୍କୁ ପୁଣିଥରେ ରିମାଣ୍ଡରେ ଆଣିବାକୁ ପୋଲିସ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତଙ୍କୁ ଜେରାବେଳେ ପୋଲିସ ଏକ ନୂଆ ତଥ୍ୟ ପାଇଛି। ଗ୍ୟାଙ୍ଗର ସଦସ୍ୟମାନେ ଆପରାଧିକ କାଣ୍ଡ ଘଟାଇବାକୁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଖୋଲିଥିଲେ। ସେହି ଗ୍ରୁପ୍‌ରେ ହିଁ ଅପରାଧ ଯୋଜନା ସମ୍ପର୍କରେ ଆଲୋଚନା କରୁଥିଲେ। ଅଭିଯୁକ୍ତ ସନାତନ ଓରଫ ସନିଆ ଏହି ଗ୍ରୁପର ଆଡ୍‌ମିନ୍‌ ଥିଲେ। ତେବେ ଗ୍ୟାଙ୍ଗର କଳା କାର୍‌ନାମା ପୋଲିସ ନଜରକୁ ଅସିବା ପରେ ଗ୍ରୁପ୍‌ରେ ଥିବା ସମସ୍ତ ସଦସ୍ୟ ଗୋଟିଏ ପରେ ଗୋଟିଏ ଲେଫ୍ଟ ହେବାରେ ଲାଗିଥିଲେ। ପୋଲିସ ସେମାନଙ୍କୁ ଚିହ୍ନଟ କରିଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ ବୁବୁ ଜେନା ଧରାପଡିଲେ ଆଉକିଛି ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି।
ସୂଚନାଯୋଗ୍ୟ, ରାଜଧାନୀରେ କେବିଏନ୍‌ ଗ୍ୟାଙ୍ଗ ସଦସ୍ୟମାନେ ଆତଙ୍କ ଖେଳାଉଥିଲେ। ରାଜରାସ୍ତାରେ ଖଣ୍ଡା, ଭୁଜାଲି, ବନ୍ଧୁକ ଆଦି ମାରଣାସ୍ତ୍ର ଧରି କାର୍‌ରେ ଘୁରି ବୁଲୁଥିଲେ। ଲୋକଙ୍କୁ ଭୟଭୀତ କରିବା ସହ ଗ୍ୟାଙ୍ଗ୍‌ର ଉପସ୍ଥିତିକୁ ଲୋକଲୋଚନକୁ ଆଣିବାକୁ ମାରଣାସ୍ତ୍ର ଧରି ଫିଲ୍ମ ଷ୍ଟାଇଲ୍‌ରେ ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଛାଡୁଥିଲେ। ଭିଡିଓ ଭାଇରାଲ ପରେ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସିଆର୍‌ପି ଛକ ସଂଘବଦ୍ଧ ଆକ୍ରମଣ ଘଟଣା ପରେ କେବିଏନ୍‌ ଗ୍ୟାଙ୍ଗର ସଦସ୍ୟମାନେ ଫେରାର ହୋଇଯାଇଥିଲେ। ତେବେ ଏୟାରପୋର୍ଟ ଥାନା ପୋଖରୀପୁଟ ଅଞ୍ଚଳରେ ଅଭିଯୁକ୍ତ ଚେଙ୍ଗ ରହୁଥିବା ଘରେ ପୋଲିସ ଚଢାଉ କରିବା ସହ ତାଙ୍କ ଘର ଭାଙ୍ଗି ଏକ ଖଣ୍ଡା ଜବତ କରିଥିଲା। ତା’ପର ଦିନ ବୁବୁଙ୍କ ଘରେ ମଧ୍ୟ ପୋଲିସ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri