ନୂଆଦିଲ୍ଲୀ,୨୭।୨: ଭାରତରେ ହ୍ବାଟ୍ସଆପ୍ ୱେବ ୟୁଜର୍ସମାନେ ଲଗ ଇନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ସକାଳେ ଅନେକ ୟୁଜର୍ସ ହ୍ବାଟ୍ସଆପ ୱେବ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ, ସେମାନେ ସେମାନଙ୍କ ଆକାଉଣ୍ଟରେ ଲଗ ଇନ କରିପାରୁ ନାହାଁନ୍ତି କିମ୍ବା ଚାଟ ସଠିକ ଭାବରେ ସିଙ୍କ ହେଉନାହିଁ। ସମସ୍ୟାଟି ମୁଖ୍ୟତଃ ହ୍ବାଟ୍ସଆପ୍ ଲିଙ୍କ୍ରେ ଦେଖାଯାଇଥିଲା।
ଭାରତରେ ସକାଳ ୮.୩୦ ରୁ ୯.୦୦ଟା ମଧ୍ୟରେ ଅଭିଯୋଗରେ ହଠାତ୍ ବୃଦ୍ଧି ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ କେବଳ କିଛି ରିପୋର୍ଟ ଆସିଥିଲା, କିନ୍ତୁ ଅଧ ଘଣ୍ଟା ମଧ୍ୟରେ ଅଭିଯୋଗ ସଂଖ୍ୟା ବଢିଥିଲା।
ଅନେକ ବୃତ୍ତିଗତ ଏବଂ ଅଫିସ ୟୁଜର୍ସ ହ୍ବାଟ୍ସଆପ ୱେବ୍ରେ ସେମାନଙ୍କର ଦୈନନ୍ଦିନ କାମ କରନ୍ତି। ଫଳସ୍ବରୂପ, ହଠାତ୍ ଲଗଇନ ତ୍ରୁଟି ସେମାନଙ୍କ କାମକୁ ପ୍ରଭାବିତ କରିଛି। ହ୍ବାଟ୍ସଆପ ୱେବ ତ୍ରୁଟି କାର୍ଯ୍ୟକୁ ଠପ କରିଦେଇଛି।
Dharitri – Odisha’s No.1 Odia Daily

