Posted inଜାତୀୟ

ହ୍ବାଟ୍ସଆପ୍‌ରେ ଡାଟା ଶେୟାରିଂ ନିଷେଧାଦେଶ ସ୍ଥଗିତ

ନୂଆଦିଲ୍ଲୀ,୨୪।୧: ମାର୍କ ଜୁକରବର୍ଗଙ୍କ ମାଲିକାନାରେ ଥିବା ମେଟା ଅଧୀନ ମେସେଜ୍‌ ଶେୟାରିଂ ଆପ୍‌ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡେଟାକୁ ଏହି କମ୍ପାନୀର ଫେସ୍‌ବୁକ୍‌, ଇନ୍‌ଷ୍ଟ୍ରାଗ୍ରାମ୍‌ ଏବଂ ଥ୍ରେଡ୍ସ ସହ ଶେୟାର କରାଯିବା ନେଇ ବିବାଦ ଉପୁଜିଥିଲା। ୨୦୨୪ ନଭେମ୍ବର ୧୮ରେ କମ୍ପିଟିଶନ୍‌ କମିଶନ ଅଫ୍‌ ଇଣ୍ଡିଆ (ସିସିଆଇ) ଡେଟା ଶେୟାର ଉପରେ ୫ ବର୍ଷ ପାଇଁ ନିଷେଧାଦେଶ ଜାରି କରିବା ସହ ୨୧୩.୧୪ କୋଟି ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମେଟା ନ୍ୟାଶନାଲ କମ୍ପାନୀ ଲ’ ଆପିଲେଟ୍‌ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା। ଟ୍ରିବ୍ୟୁନାଲ ହ୍ବାଟ୍ସଆପ୍‌ର ଡେଟା ଶେୟାର ବ୍ୟାନ୍‌ ଉପରେ ଗୁରୁବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ମେଟାକୁ ବଡ଼ ଆଶ୍ୱସ୍ତି ମିଳିଛି।
ହ୍ବାଟ୍ସଆପ୍‌ ଏହାର ପ୍ରିଭେସି ପଲିସି ବଦଳାଇ ଡେଟାଗୁଡ଼ିକୁ ମେଟାର ଅନ୍ୟ ପ୍ଲାଟ୍‌ଫର୍ଗଗୁଡ଼ିକ ସହ ଶେୟାର କରୁଥିବା ନେଇ ଏକାଧିକ ଅଭିଯୋଗ ଆସିବା ସହ ଉଦ୍‌ବେଗ ପ୍ରକାଶ ପାଇଥିଲା। ସିସିଆଇ ଏହାର ଶୁଣାଣି କରି ହ୍ବାଟ୍ସଆପ୍‌ର ଡେଟା ଶେୟାରିଂ ଉପରେ ନିଷେଧାଦେଶ ଲଗାଇଥିଲେ। ୨୦୨୧ରେ ହ୍ବାଟ୍ସଆପ୍‌ ଏହାର ନୀତିରେ ପରିବର୍ତ୍ତନ କରି ୟୁଜରମାନଙ୍କୁ ଏହାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରୁଥିବା ସିସିଆଇ ଜାଣିବାକୁ ପାଇଥିଲେ। ଗ୍ରାହକ ଏହା ନ କଲେ ଆପ୍‌କୁ ସେମାନଙ୍କ ଆକ୍ସେସ୍‌ ସୀମିତ କରାଯିବ ବୋଲି ଧମକ ଦିଆଯାଉଥିଲା। ତେବେ ଇଚ୍ଛାଧୀନ ବ୍ୟବସାୟିକ ମେସେଜିଂ ଫିଚରଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏଭଳି କରାଯାଉଥିବା ସଂସ୍ଥା ପକ୍ଷରୁ ସଫେଇ ଦିଆଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri