Posted inରାଜ୍ୟ

ଜମି ଗଲେ ଓୟୁଏଟି କରିବ କ’ଣ

ଭୁବନେଶ୍ୱର,୨ା୯(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ୨୧୩.୮୧ ଏକର ମୂଲ୍ୟବାନ ଜମିକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସାଧାରଣ ପ୍ରଶାସନ (ଜି.ଏ.) ବିଭାଗକୁ ହସ୍ତାନ୍ତର କରିଛି। ପାଠପଢ଼ା, ଗବେଷଣା, ନୂଆ ବିହନ ସୃଷ୍ଟି ପାଇଁ ବ୍ୟବହାର ହେଉଥିବା ଏହି ବୃହତ୍‌ ପରିମାଣର ଜମି ହରାଇଲେ ଓୟୁଏଟି କରିବ କ’ଣ ବୋଲି ପ୍ରଶ୍ନ ଉଠୁଛି। ସଚିବାଳୟରେ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆଢ଼ୁଆଳରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ଓୟୁଏଟି ଜମିକୁ ଘରୋଇ ସଂସ୍ଥାକୁ ଟେକିଦେବାକୁ ବ୍ୟସ୍ତ।
ଓୟୁଏଟି ଓଡ଼ିଶାର ଏକମାତ୍ର ଏବଂ ଦେଶର ସବୁଠୁ ପୁରୁଣା କୃଷି ବିଶ୍ୱବିଦ୍ୟାଳୟ। ଶିକ୍ଷାର ବିକାଶ, ଗବେଷଣା ସହିତ କୃଷିକୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ୧୯୬୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ଗତ ୫୮ ବର୍ଷ ଧରି କୃଷିର ବିକାଶ ପାଇଁ ନିରନ୍ତର ସେବା ଯୋଗାଇ ଆସୁଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହଜାର ହଜାର ଗ୍ରାଜୁଏଟ୍‌ ସୃଷ୍ଟି କରି ରାଷ୍ଟ୍ରଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କେବଳ ସେତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟ ୧୫୪ ପ୍ରକାରର ନୂଆ ଶସ୍ୟ ସୃଷ୍ଟି କରି ରାଜ୍ୟକୁ ଶସ୍ୟ ଉପତ୍ାଦନରେ ଆତ୍ମନିର୍ଭରଶୀଳ କରିପାରିଛି। ଏହାକୁ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ କରିବାକୁ ଆହୁରି ଅଧିକ ଜମିର ଆବଶ୍ୟକତା ରହିଛି। ଏଥିସହିତ କ୍ଷେତ୍ରସ୍ତରୀୟ ପରୀକ୍ଷା, ଶିକ୍ଷା ଏବଂ ଶସ୍ୟ ପ୍ରଦର୍ଶନ ପାଇଁ ଅଧିକ ଜମି ଦରକାର। ଏସବୁକୁ ଦୃଷ୍ଟିରେ ରଖି କୃଷି ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସ୍‌ ନିକଟରେ ଉକ୍ତ ଜମି ଯୋଗାଇ ଦିଆଯାଇଥିଲା। ଏହାକୁ ଦେଖି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌) ଓୟୁଏଟିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଡିଗ୍ରୀ, ମାଷ୍ଟର ଡିଗ୍ରୀ ଏବଂ ପିଏଚ୍‌ଡି ପାଠ୍ୟକ୍ରମ ଖୋଲିବା ଲାଗି ସ୍ବୀକୃତି ପ୍ରଦାନ କରିଛି। ଉକ୍ତ ଜମି ବିଶ୍ୱବିଦ୍ୟାଳୟ ଗବେଷଣାର ପ୍ରମୁଖ ଶସ୍ୟ କ୍ଷେତ୍ର। ଏଠାରେ ଶସ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ଗବେଷଣା ହୋଇଥାଏ। ନିକଟରେ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ୨୧୩.୮୧ ଏକର ଜମି ଓୟୁଏଟିକୁ ପ୍ରଦାନ କରାଯାଇଥିବା ସମଗ୍ର ଜମିର ଏକ ତୃତୀୟାଂଶ। ଏହା ଚାଲିଯିବା ପରେ ବିଶ୍ୱବିଦ୍ୟାଳୟର ଅସ୍ତିତ୍ୱ ଏକପ୍ରକାର ଲୋପ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହା ଯେ କେବଳ କ୍ଷେତ୍ରସ୍ତରୀୟ ପରୀକ୍ଷା ନିରୀକ୍ଷା କିମ୍ବା ଗବେଷଣାକୁ କ୍ଷତି ପହଞ୍ଚାଇବ ନାହିଁ, ବରଂ ଆଇସିଏଆର୍‌ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ଡିଗ୍ରୀଗୁଡ଼ିକର ସ୍ବୀକୃତି ମଧ୍ୟ ହରାଇବାକୁ ପଡ଼ିବ। ଏହାଛଡ଼ା କୃଷିବୈଜ୍ଞାନିକଙ୍କ ଦ୍ୱାରା ନୂତନ ବିହନ ବିକାଶ ଏବଂ ଉପତ୍ାଦନରେ ଗୁରୁତର ବାଧା ସୃଷ୍ଟି ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି।
ଏହି ଜମିକୁ ଫେରାଇ ଦେବା ଲାଗି ୨୦୧୯ ଡିସେମ୍ବରରେ ଓୟୁଏଟି କୁଳପତି ପଓ୍ବନ କୁମାର ଅଗ୍ରୱାଲ କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତା’ର ଚିଠି ନଂ.୨୧୫୯୪ ତାରିଖ ୨୦.୧୧.୨୦୧୯ରେ ଜମି ହସ୍ତାନ୍ତର ନେଇ ଓୟୁଏଟିକୁ ସୂଚନା ଦେଇଥିବା କୁଳପତି ଅଗ୍ରଓ୍ବାଲ କୁଳାଧିପତିଙ୍କୁ ଜଣାଇଥିଲେ। କୁଳାଧିପତି ମଧ୍ୟ ଏହାକୁ ଅତି ଗୁରୁତ୍ୱର ସହ ନେଇ ୨୦୨୦ ଜାନୁୟାରୀ ୮(ଚିଠିରେ ୨୦୨୦ ପରିବର୍ତ୍ତେ ୨୦୧୯ ଉଲ୍ଲେଖ ରହିଛି)ରେ ଓୟୁଏଟିକୁ ଉକ୍ତ ଜମି ଫେରାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଚିଠିରେ ଉଲ୍ଲେଖ ତାରିଖ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ ମଧ୍ୟ ପ୍ରସଙ୍ଗ ଅତ୍ୟନ୍ତ ଗମ୍ଭୀର ରହିଛି। ବିଶ୍ୱବିଦ୍ୟାଳୟ ଏବଂ ଛାତ୍ରୀଛାତ୍ରମାନଙ୍କର ହିତ ଦୃଷ୍ଟିରୁ ୨୧୩.୮୧ ଏକର ଜମିର ମାଲିକାନା ସ୍ବତ୍ୱ ଓୟୁଏଟିକୁ ଫେରାଇ ଦେବାକୁ କୁଳାଧିପତି ଚିଠିରେ ଉଲ୍ଲେଖ କରିଛନ୍ତି। ହେଲେ ପ୍ରାୟ ୮ ମାସ ହେବ କୁଳାଧିପତି ଜମି ଫେରାଇ ଦେବାକୁ ଚିଠି ଲେଖିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ଉକ୍ତ ଜମିକୁ ଫେରାଇ ନ ଦେଲେ ବିଶ୍ୱବିଦ୍ୟାଳୟ କେବଳ ନାମକୁ ମାତ୍ର ହୋଇ ରହିଯିବ ବୋଲି ଶିକ୍ଷାବିତ୍‌ମାନେ ଆଶଙ୍କା କରିଛନ୍ତି।
ଏ ସମ୍ପର୍କରେ ଓୟୁଏଟି କୁଳପତି ଅଗ୍ରଓ୍ବାଲଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ନେଇ ରାଜ୍ୟପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ଏହା ଉପରେ ସେ ଆଉ କିଛି ଟିପ୍ପଣୀ ଦେଇପାରିବେ ନାହିଁ ବୋଲି କହିଛନ୍ତି। କୃଷି ଓ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ପଚାରିବାରୁ ସେ କହିଲେ ଯେ, ଜମି ହସ୍ତାନ୍ତର ବିଷୟରେ ମୁଁ କିଛି ଜାଣି ନାହିଁ। କ’ଣ ହୋଇଛି ଦେଖିବି। ତେବେ ଏ ବିଷୟରେ ସାଧାରଣ ପ୍ରଶାସନ ବିଭାଗକୁ ପଚାରିଲେ ଭଲ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ୩ ଜଣଙ୍କ ଗଲା ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri