Posted inଜାତୀୟ

ଭୋଜପୁରୀ ପାଓ୍ବାର ଷ୍ଟାରଙ୍କୁ ନେଇ ରାଜନୀତିରେ ବଡ଼ ହଲଚଲ: ଶାହାଙ୍କୁ ଭେଟିବା ପରେ କହିଦେଲେ… 

ନୂଆଦିଲ୍ଲୀ,୩୦।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଭୋଜପୁରୀ ଗାୟକ ତଥା ଅଭିନେତାରୁ ରାଜନେତା ହୋଇଥିବା ପବନ ସିଂହ ମଙ୍ଗଳବାର ଦିନ ପୁନର୍ବାର ରାଜନୈତିକ ଗୋଟି ଚଳାଇଛନ୍ତି। ସେ ଏନଡିଏର ସହଯୋଗୀ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶୱାହାଙ୍କୁ ଭେଟିଛନ୍ତି। ଏହାପରେ ସେ ସିଧାସଳଖ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯାଇଥିଲେ, ଯେଉଁଠାରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ପବନ ସିଂହ ଆରା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି।
କହିରଖୁଛୁ ଯେ, ଗତ ବର୍ଷ ଭାରତୀୟ ଜନତା ପାର୍ଟି (ଭାଜପା) ପବନ ସିଂହଙ୍କୁ ଦଳରୁ ବହିଷ୍କାର କରିଥିଲା । କାରଣ ସେ ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶୱାହାଙ୍କ ବିରୁଦ୍ଧରେ କାରାକାଟ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ପବନ ସିଂହଙ୍କ କାରଣରୁ କୁଶୱାହାଙ୍କର ବଡ଼ ପରାଜୟ ହୋଇଥିଲା ଏବଂ ସେ ଭୋଟ ପାଇବା କ୍ଷେତ୍ରରେ ତୃତୀୟ ସ୍ଥାନକୁ ଖସି ଯାଇଥିଲେ। ଏବେ ପବନ ସିଂହ କୁଶୱାହାଙ୍କ ସହ ମନମାଳିନ୍ୟ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଏହି ଭେଟ ପରେ ବିହାରର ଭାଜପା ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଯେ ପବନ ସିଂହ  ଭାଜପାରେ ଥିଲେ,  ଭାଜପାରେ ଅଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ରହିବେ। ସେ ଆଗାମୀ ବିହାର ନିର୍ବାଚନରେ ଭାଜପା ଏବଂ ଏନଡିଏ ପାଇଁ ପ୍ରଚାର କରିବେ।
ଭାଜପା ୨୦୨୪ ଲୋକ ସଭା ନିର୍ବାଚନରେ ପବନ ସିଂହଙ୍କୁ ପଶ୍ଚିମବଙ୍ଗର ଆସନସୋଲରୁ ଟିକେଟ ଦେଇଥିଲା, କିନ୍ତୁ ସେ ନିର୍ବାଚନରୁ ନିଜ ନାମ ପ୍ରତ୍ୟାହାର କରି ନେଇଥିଲେ। ଏହା ପରେ ସେ ବାଗୀ ମନୋଭାବ ଗ୍ରହଣ କରିଥିଲେ ଏବଂ କାରାକାଟ ଲୋକ ସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି କାର୍ଯ୍ୟରେ ଖପ୍ପା ହୋଇ  ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଥିଲା କାରଣ ଏହି ଆସନ  ଭାଜପା ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶୱାହାଙ୍କ ପାଇଁ ନିିର୍ଦ୍ଧାରିତ କରିଥିଲା। ଦଳୀୟ ନୀତି ବିରୁଦ୍ଧରେ ଯିବା କାରଣରୁ ପବନ ସିଂହଙ୍କୁ  ଭାଜପାରୁ ବାହାର କରାଯାଇଥିଲା।
ଏବେ ବିଧାନସଭା ନିର୍ବାଚନ ପୂର୍ବରୁ ପବନ ସିଂ ପୁଣିଥରେ ସକ୍ରିୟ ହୋଇଛନ୍ତି। ଏଣୁ ସେ ଭାଜପା ଟିକେଟରେ ବିହାରରେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ସେହିଭଳି କୁଶଓ୍ବାହାଙ୍କୁ ଭେଟିବା ପରେ ପବନ ସିଂହ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ବୈଠକ ପରେ ପବନଙ୍କୁ ପୁଣିଥରେ ଭାଜପାରେ ଯୋଗଦେବେ କି ବୋଲି ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ ଯେ ଭାଜପାରୁ ଅଲଗା କେବେ ହୋଇଥିଲି, ଭାଜପା ସହ ରହିଆସିଛି।

Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri