ବାସ୍ତୁ ଅନୁଯାୟୀ କେଉଁଠି ଲଗାଇବେ କି ପ୍ରକାର ପେଣ୍ଟିଂ

ଘରକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଅନେକେ ଘରର କାନ୍ଥରେ ଖୁବ୍‌ ସୁନ୍ଦର ସୁନ୍ଦର ପେଣ୍ଟିଂ ଲଗାଇଥାନ୍ତି। ତେବେ ବାସ୍ତୁ ଅନୁଯାୟୀ, ଘରେ କେଉଁ ପ୍ରକାରର ପେଣ୍ଟିଂ ଲଗାଇଲେ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଦୌଡୁଥିବା ଘୋଡ଼ାକୁ ସଫଳତା, ଶକ୍ତିଶାଳୀ, ବିଶ୍ୱାସ ତଥା ସ୍ବାଧୀନତାର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଷ୍ଟଡି ରୁମ୍‌ ହେଉ ଅବା ଲିଭିଙ୍ଗ୍‌ ରୁମ୍‌ର କାନ୍ଥରେ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ମୁହଁ କରି ଓ ଅଯୁଗ୍ମ ସଂଖ୍ୟାର ଘୋଡ଼ା ଦୌଡୁଥିବାର ପେଣ୍ଟିଂ ଲଗାଇଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

* ଘରର ପୂର୍ବ କିମ୍ବା ଉତ୍ତର ଦିଗର କାନ୍ଥରେ ଝରଣା ବହୁ ଥିବାର ପେଣ୍ଟିଂ ଲଗାଇବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ପୂଜା ଘର ହେଉ ଅବା ଷ୍ଟଡି ରୁମ୍‌ କିମ୍ବା ଡାଇନିଂ ରୁମ୍‌ରେ ବୁଦ୍ଧଦେବଙ୍କର ପେଣ୍ଟିଂ ଲଗାଇଲେ ଘରେ ସୁଖଶାନ୍ତି ବୃଦ୍ଧି ହେବା ସହ ମନ ଶାନ୍ତ ରହିଥାଏ ବୋଲି ବିଶ୍ୱାସ ରହିଛି।

* ସେହିପରି ଷ୍ଟଡି ରୁମ୍‌ର ଟେବୁଲ୍‌ ପାଖରେ ଭଗବାନ ଗଣେଷ କିମ୍ବା ମାତା ସରସ୍ବତୀଙ୍କର ପେଣ୍ଟିଂ ଲଗାଇଲେ ଏକାଗ୍ରତା ବଢିଥାଏ।