Posted inଜାତୀୟ

ଓ୍ବକ୍‌ଫ ଆଇନ କ’ଣ, ଯାହାକୁ ନେଇ ସଂସଦରେ ଚାଲିଛି ଝଡ଼

ମୋଦି ୩.୦ ସରକାର କ୍ଷମତାସୀନ ହେବା ପରେ ଲୋକ ସଭାରେ ଆଗତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଓ୍ବକ୍‌ଫ (ସଂଶୋଧନ) ବିଲ୍‌କୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ଦ୍ୱାରା ଆଗତ ଉକ୍ତ ବିଲ୍‌ରେ ଥିବା ନିୟମକୁ ନେଇ ବିରୋଧୀ ସଦସ୍ୟମାନେ ଆପତ୍ତି ଉଠାଇ ହଟ୍ଟଗୋଳ କରିଛନ୍ତି। ଏହା ପରେ ରିଜିଜୁ ଉକ୍ତ ବିଧେୟକକୁ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ପ୍ରସ୍ତାବ ରଖିଛନ୍ତି। ସେ ମୁସଲମାନ ଓ୍ବକ୍‌ଫ (ଉଚ୍ଛେଦ) ବିଲ୍‌, ୨୦୨୪ ବିଲ୍‌ ମଧ୍ୟ ଉପସ୍ଥାପନ କରିଛନ୍ତି।
ଓ୍ବକ୍‌ଫ (ସଂଶୋଧନ) ବିଧେୟକରେ ଓ୍ବକ୍‌ଫ ଆଇନ, ୧୯୯୫କୁ ୟୁନିଫାଏଡ୍‌ ଓ୍ବକ୍‌ଫ ମ୍ୟାନେଜ୍‌ମେଣ୍ଟ, ଏମ୍ପାଓ୍ବାରମେଣ୍ଟ, ଏଫିସିଏନ୍ସି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଆକ୍ଟ,୧୯୯୫ ରୂପେ ପୁନଃ ନାମକରଣ କରିବା ଲକ୍ଷ୍ୟ ରଖାଯାଇଛି। ଏହାକୁ ସଂସଦର ନିମ୍ନ ସଦନରେ ଆଗତ କରାଯିବା ପୂର୍ବରୁ ମଙ୍ଗଳବାର ରାତିରେ ବିଲ୍‌ର କପି ଲୋକ ସଭାର ସମସ୍ତ ସଦସ୍ୟଙ୍କୁ ବଣ୍ଟାଯାଇଥିଲା। ରିଜିଜୁ ବିଲ୍‌ ଆଗତ କରିବା ମାତ୍ରେ ଏହାକୁ ବିରୋଧ କରିବା ପାଇଁ ପୂର୍ବରୁ ନୋଟିସ ଦେଇଥିବା ଅନେକ ବିରୋଧୀ ଏମ୍‌ପି ପ୍ରସ୍ତାବିତ ସଂଶୋଧନକୁ ସମ୍ବିଧାନ ଓ ସଂଘବାଦ ଉପରେ ଆକ୍ରମଣ କହି ସମାଲୋଚନା କରିଥିଲେ। କଂଗ୍ରେସ ସଦସ୍ୟ କେ.ସି. ବେଣୁଗୋପାଳ କହିଥିଲେ, ସରକାର ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ ଏବଂ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ କରୁଛନ୍ତି। ଏହା ଏକ ନିଷ୍ଠୁର ଆଇନ। ଲୋକେ ଗତ ନିର୍ବାଚନରେ ଭାଜପାର ବିଭାଜନବାଦୀ ନୀତି ପାଇଁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି। ଏହାସତ୍ତ୍ୱେ ହରିୟାଣା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏହାକୁ ଜାରି ରଖିଛି। ଏହା ପରେ ଭାଜପା ଖ୍ରୀଷ୍ଟିଆନ୍‌ ଓ ଜୈନମାନଙ୍କୁ ଟାର୍ଗେଟ କରିବାକୁ ଯାଉଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଭାଜପାର କଠୋରପନ୍ଥୀ ସମର୍ଥକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବିଲ୍‌ ଅଣାଯାଇଛି। ଅନ୍ୟ ଧର୍ମୀୟ ସଂସ୍ଥାଗୁଡ଼ିକରେ ସମ୍ପୃକ୍ତ ଧର୍ମ ବାହାର ଲୋକଙ୍କୁ ସାମିଲ କରାଯାଉନାହିଁ। ଓ୍ବକ୍‌ଫ ବୋର୍ଡଗୁଡ଼ିକରେ ଅଣମୁସଲମାନଙ୍କୁ କାହିଁକି ରଖାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଦସ୍ୟ ସୁଦୀପ ବନ୍ଦୋପାଧ୍ୟାୟଙ୍କ ମତରେ ଏହା ଏକ ବିଭାଜନବାଦୀ, ଅସାମ୍ବିଧାନିକ ଓ ସଂଘୀୟ ବ୍ୟବସ୍ଥା ବିରୋଧୀ ବିଧେୟକ। ଡିଏମ୍‌କେ ସଦସ୍ୟା କାନିମୋଝି ମଧ୍ୟ ବିଲ୍‌କୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାଓ୍ବାର) ଏମ୍‌ପି ସୁପ୍ରିୟା ସୁଲେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ପାଇଁ ଅଣାଯାଇଥିବା ବିଧେୟକକୁ ତାଙ୍କ ଦଳ ବିରୋଧ କରୁଛି। ଇଣ୍ଡିଆନ ୟୁନିୟନ୍‌ ମୁସଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ସଦସ୍ୟ ଇ.ଟି. ମହମ୍ମଦ ବଶିର ଏହି ବିଲ୍‌ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୨୫, ୨୬ ଓ ୩୦କୁ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ବିରୋଧ କରିଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଓ୍ବକ୍‌ଫ ଆଇନରେ ସଂଶୋଧନ ଆଣିବା କ୍ଷମତା ଗୃହର ନାହିଁ। ଏହି ସରକାର ମୁସଲମାନ ବିରୋଧୀ, ଯାହାକି ଉକ୍ତ ବିଲ୍‌ରୁ ପ୍ରମାଣିତ ହୋଇଛି।
ବିରୋଧୀ ସଦସ୍ୟମାନଙ୍କ ଯୁକ୍ତି ଶୁଣିବା ପରେ ରିଜିଜୁ କହିଥିଲେ, ଓ୍ବକ୍‌ଫ ବିଲ୍‌ରେ କୌଣସି ଧର୍ମୀୟ ସଂସ୍ଥାର ସ୍ବାଧୀନତା ଉପରେ ହସ୍ତକ୍ଷେପ ଯୋଜନା ନାହିଁ। ଚିଠା ଆଇନରେ ସମ୍ବିଧାନର କୌଣସି ନିୟମକୁ ମଧ୍ୟ ଉଲ୍ଲଂଘନ କରାଯାଇନାହିଁ। ଓ୍ବକ୍‌ଫ ଆଇନ, ୧୯୯୫ ଏହାର ଲକ୍ଷ୍ୟ ପୂରଣ କରୁନାହିଁ। ପୂର୍ବରୁ କଂଗ୍ରେସ ସରକାର ଯାହା କରିପାରି ନ ଥିଲେ, ପ୍ରସ୍ତାବିତ ସଂଶୋଧନରେ ତାହା ହାସଲ ପାଇଁ ଯୋଜନା କରାଯାଇଛି। ମନ୍ତ୍ରୀ ରିଜିଜୁ ଗୃହକୁ ଆହୁରି କହିଥିଲେ, ଓ୍ବକ୍‌ଫ ଆଇନ, ୧୯୯୫ର ସମୀକ୍ଷା କରାଯିବା ଉଚିତ ବୋଲି ଏକ ଜେପିସି ସୁପାରିସ କରିଛି। ବିରୋଧୀ ଦଳଗୁଡ଼ିକ ରାଜନୈତିକ ସ୍ବାର୍ଥ ପାଇଁ ଏହାକୁ ବିରୋଧ କରୁଛନ୍ତି। ସେମାନେ ବିଲ୍‌ର ଉଦ୍ଦେଶ୍ୟକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। କୌଣସି ଆଇନ ସମ୍ବିଧାନର ଊର୍ଦ୍ଧ୍ୱରେ ନୁହେଁ। କିନ୍ତୁ ୧୯୯୫ ଓ୍ବକ୍‌ଫ ଆଇନରେ ଏଭଳି ନିୟମ ରହିଛି, ଯେମିତିକି ଏହା ସମ୍ବିଧାନ ଉପରେ କାର୍ଯ୍ୟ କରୁଛି।
ଓ୍ବକ୍‌ଫ ବୋର୍ଡଗୁଡ଼ିକୁ ମାଫିଆମାନେ ଦଖଲ କରିନେଇଥିବା ବିଷୟ ଅନେକ ଏମ୍‌ପି ତାଙ୍କୁ ବ୍ୟକ୍ତିଗତ ଭାବେ ଅବଗତ କରାଇଥିବା ରିଜିଜୁ ଦାବି କରିଥିଲେ। ତେବେ ବିଲ୍‌ ପ୍ରସ୍ତୁତି ପୂର୍ବରୁ ବିସ୍ତୃତ ବିଚାରବିମର୍ଶ କରାଯାଇଥିବା ସେ ସୂଚନା ଦେଇଥିଲେ। ରିଜିଜୁଙ୍କ ମତରେ କେତେଜଣ ଏମ୍‌ପି ଦଳୀୟ ଚାପରେ ଉକ୍ତ ବିଲ୍‌କୁ ବିରୋଧ କରୁଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ, ଓ୍ବକ୍‌ଫ ଆଇନ, ୧୯୯୫ ଲାଗୁ ହେବା ପରଠୁ ମୁସଲମାନ ଓ୍ବକ୍‌ଫ୍‌ ଆଇନ, ୧୯୨୩ ନିଜ ପ୍ରାସଙ୍ଗିକତା ହରାଇଥିବାରୁ ଏହାକୁ ଉଚ୍ଛେଦ କରାଯିବା ଆବଶ୍ୟକ। ତେବେ ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଥିବା ଶାହା ସମାଲୋଚନା କରିଛନ୍ତି।

ଓ୍ବକ୍‌ଫ କ’ଣ

ମୁସଲମାନ ଆଇନ ଅନୁସାରେ ଧର୍ମାନୁଷ୍ଠାନ କିମ୍ବା ଦାତବ୍ୟ ସଂସ୍ଥାକୁ ଦାନ କରୁଥିବା ବ୍ୟକ୍ତିଙ୍କୁ ଓ୍ବକିଫ୍‌ କୁହାଯାଏ। ଔକ୍‌ଫ (ଦାନ କରାଯାଇଥିବା ଏବଂ ଓ୍ବକ୍‌ଫ ରୂପେ ବିଜ୍ଞପିତ ସମ୍ପତ୍ତି)ର ନିୟନ୍ତ୍ରଣ ପାଇଁ ୧୯୯୫ରେ ଓ୍ବକ୍‌ଫ ଆଇନ ଅଣାଯାଇଥିଲା। ତଦନୁସାରେ ଏକ ଦାନ ସମ୍ପତ୍ତିକୁ ଥରେ ଓ୍ବକ୍‌ଫ ଘୋଷଣା କରାଯିବା ପରେ ତାହା ଆଉ ଦାତାଙ୍କ ପାଖକୁ ଫେରି ନ ଥାଏ। ଭାରତରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ଏକର ଜମି ଉପରେ ରହିଥିବା ସମ୍ପତ୍ତିର ନିୟନ୍ତ୍ରଣ ପାଇଁ ପ୍ରାୟ ୩୦ଟି ଓ୍ବକ୍‌ଫ ବୋର୍ଡ ରହିଛି। ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା ହେବ। ରେଲଓ୍ବେ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଓ୍ବକ୍‌ଫ ବୋର୍ଡ ହେଉଛି ଦେଶର ତୃତୀୟ ସର୍ବାଧିକ ସ୍ବତ୍ୱାଧିକାରୀ।

ବିଲ୍‌ରେ କ’ଣ ରହିଛି
ପ୍ରସ୍ତାବିତ ବିଲ୍‌ରେ ପ୍ରଚଳିତ ଆଇନର ସେକ୍ସନ ୪୦କୁ ଉଚ୍ଛେଦ କରିବା ପାଇଁ ପ୍ରୟାସ କରାଯାଇଛି। ଏକ ସମ୍ପତ୍ତି ଓ୍ବକ୍‌ଫ ସମ୍ପତ୍ତି କି ନୁହେଁ, ସେହି ନିଷ୍ପତ୍ତି ନେବା କ୍ଷମତା ସମ୍ପର୍କରେ ଏହି ଧାରାରେ ଉଲ୍ଲେଖ କରାଯାଇଛି। ସେଣ୍ଟ୍ରାଲ ଓ୍ବକ୍‌ଫ କାଉନ୍‌ସିଲ ଏବଂ ରାଜ୍ୟ ଓ୍ବକ୍‌ଫ ବୋର୍ଡଗୁଡ଼ିକର ଗଠନ ସମ୍ପର୍କରେ ଏଥିରେ ବିସ୍ତୃତ ଭାବେ ଅବତାରଣା କରାଯାଇଛି।
ଏଥିସହ କାଉନ୍‌ସିଲ ଓ ବୋର୍ଡରେ ମୁସଲମାନ ମହିଳା ଏବଂ ଅଣମୁସଲିମ୍‌ମାନଙ୍କୁ ସାମିଲ କରାଯିବା ନେଇ ମଧ୍ୟ ନିୟମ କରାଯାଇଛି। ବିଲ୍‌ରେ ବୋହରା ଏବଂ ଅଘାଖାନ୍‌ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବୋର୍ଡ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଚିଠା ଆଇନରେ ବୋର୍ଡରେ ଶିୟା, ସୁନ୍ନି, ବୋହରା, ଅଘାଖାନ୍‌ ଓ ମୁସଲମାନ ସମ୍ପ୍ରଦାୟର ଅନ୍ୟ ପଛୁଆ ବର୍ଗଙ୍କ ଉପସ୍ଥିତି ପାଇଁ ବ୍ୟବସ୍ଥା କରାଯାଇଛି।
ସେହିପରି ଓ୍ବକ୍‌ଫକୁ ମଧ୍ୟ ଏଥିରେ ସ୍ପଷ୍ଟ ଭାବେ ପରିଭାଷିତ କରିବା ପାଇଁ ଉଦ୍ୟମ ହୋଇଛି। ତଦନୁଯାୟୀ ଅନୂ୍ୟନ ୫ ବର୍ଷ ଧରି ଇସ୍‌ଲାମ୍‌ ଧର୍ମ ଅବଲମ୍ବନ କରିଆସୁଥିବା ଯେ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତିକୁ ଓ୍ବକ୍‌ଫ କୁହାଯାଇପାରିବ। ଓ୍ବକ୍‌ଫଗୁଡ଼ିକର ପଞ୍ଜୀକରଣ ପଦ୍ଧତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ସେଣ୍ଟ୍ରାଲ ପୋର୍ଟାଲ ଓ ଡେଟାବେସ୍‌ ପ୍ରସ୍ତୁତ କରାଯିବ। ରାଜସ୍ବ ଆଇନ ଅନୁସାରେ ଦାଖଲ ଖାରଜର ପଦ୍ଧତି ଆପଣାଯିବା ପାଇଁ ବିସ୍ତୃତ ବିବରଣୀ ଏଥିରେ ଉଲ୍ଲେଖ ରହିବ।
ଏକ ସମ୍ପତ୍ତି ଓ୍ବକ୍‌ଫ ସମ୍ପତ୍ତି ନା ସରକାରୀ ଜମି ତାହା ଜିଲାପାଳ ନିର୍ଦ୍ଧାରଣ କରିବେ। ପୂର୍ବରୁ ଓ୍ବକ୍‌ଫ ଟ୍ରିବ୍ୟୁନାଲ ଏହି ନିଷ୍ପତ୍ତି ନେଉଥିଲା। ତେବେ ସମ୍ପତ୍ତି ହଡ଼ପ ପାଇଁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ ଏହି କ୍ଷମତାର ଦୁରୁପଯୋଗ କରୁଥିବା ନେଇ ଅଭିଯୋଗ ହେଉଥିଲା। ପ୍ରଚଳିତ ଆଇନ ଅନୁସାରେ ଜଣେ ବ୍ୟକ୍ତି ମୌଖିକ ଭାବେ ନିଜ ସମ୍ପତ୍ତି ଦାନ କରିପାରୁଥିଲେ। କିନ୍ତୁ ନୂଆ ଆଇନ କାର୍ଯ୍ୟକାରୀ ହେଲେ ଓ୍ବକ୍‌ଫନାମା (ଏକ ବୈଧ ଦଲିଲ/ଦସ୍ତାବିଜ) ଜରିଆରେ ହିଁ ଦାନ କରାଯାଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?