ବିରାଟଙ୍କ ସହ ଉର୍ବଶୀଙ୍କର ରହିଛି କେଉଁ ସମ୍ପର୍କ? କାନ୍ସର ରେଡ କାର୍ପେଟ ଲୁକ ଖୋଲିଲା ଅସଲ ଗୁମର…

ମୁମ୍ବାଇ,୨୮।୫: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଆଜିକାଲି ଶିରୋନାମାରେ ଅଛନ୍ତି। କାନ୍ସରେ ତାଙ୍କ ଲୁକ ସହିତ ଉର୍ବଶୀ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କର କାନ୍ସ ଲୁକ ସମସ୍ତଙ୍କଠାରୁ ଖୁବ ଭିନ୍ନ ଥିଲା। ସେ ସୋସିଆଲ ମିଡିଆରେ ତାଙ୍କର ପ୍ରତ୍ୟେକ ଲୁକର ଫଟୋ ମଧ୍ୟ ଶେୟାର କରିଛନ୍ତି। ଉର୍ବଶୀ ଡିଜାଇନର ମନୀଷ ବୈଦ୍ୟଙ୍କ ସହ ରେଡ କାର୍ପେଟରେ ଚାଲିଥିଲେ। ବିରାଟ କୋହଲିଙ୍କ ସହ ମନୀଷଙ୍କର ଏକ ବିଶେଷ ସମ୍ପର୍କ ଅଛି।
ଉର୍ବଶୀ ରାଉତେଲା କଳା ଗାଉନ ପିନ୍ଧି ମନୀଷ ବୈଦ୍ୟଙ୍କ ସହ ରେଡ କାର୍ପେଟରେ ଚାଲିଥିଲେ। ଦୁଇଜଣଙ୍କ ଏକାଠି ଚାଲିବାର ଭିଡିଓ ଭାଇରାଲ ହୋଇଥିଲା। ଏବେ ସମସ୍ତେ ପଚାରୁଛନ୍ତି ଯେ ମନୀଷ କିଏ।
ମନୀଷ ବୈଦ୍ୟ ଜଣେ ପ୍ୟାରିସ-ଭିତ୍ତିକ ଡିଜାଇନର ଯିଏ ୨୦୧୪ ରେ ଲସ ଆଞ୍ଜେଲସରେ ଫ୍ୟାଶନରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ନାମରେ ଅନେକ ଫ୍ୟାଶନ ସପ୍ତାହ ବ୍ୟତୀତ, ସେ ୨୦୧୯ ରେ ଡେଟାଇମ ଏମିସ ରେ ଡିଜାଇନର୍ସ ଲାଉଞ୍ଜର ଅଂଶ ଥିଲେ। ସେ ମିସେସ ୱାଲର୍‌ଡରେ ଜୁରି ସଦସ୍ୟ ଏବଂ ମିସ ୱାଲର୍‌ଡ ଆମେରିକା ୨୦୨୩ର ଅଫିସିଆଲ ଡିଜାଇନର୍‌ ଥିଲେ। ମନୀଷ ନାଗପୁରରୁ ଆସିଛନ୍ତି। ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ସହିତ, ତାଙ୍କର ଡିଜାଇନ ଆଡାମ ସାଣ୍ଡଲର୍‌ ଏବଂ ଜେନିଫର ଆନିଷ୍ଟନଙ୍କ ସହିତ ମର୍ଡର ମିଷ୍ଟ୍ରି ୨ଫିଲ୍ମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ବିରାଟ କୋହଲିଙ୍କ ସହ ସମ୍ପର୍କ
ବିରାଟ କୋହଲି ଇନଷ୍ଟାଗ୍ରାମରେ ବହୁତ କମ ଲୋକଙ୍କୁ ଫଲୋ କରନ୍ତି। ସେ ମୋଟ ୨୭୮ ଜଣଙ୍କୁ ଫଲୋ କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନୀଷ ବୈଦ୍ୟ। ଯଦି ବିରାଟ ମନୀଷଙ୍କୁ ଫଲୋ କରନ୍ତି, ତେବେ ତାଙ୍କର ତାଙ୍କ ସହିତ କିଛି ସମ୍ପର୍କ ନିଶ୍ଚୟ ଅଛି। ତେଣୁ ମନୀଷଙ୍କର ବିରାଟଙ୍କ ସହ ଭିନ୍ନ ସମ୍ପର୍କ ଥିବା ବେଳେ ଅବଶ୍ୟ ଏଥିରେ ଉର୍ବଶୀଙ୍କର କୌଣସି ଭୂମିକା ନାହିଁ। ହେଲେ କାନ୍ସରେ ମନୀଷଙ୍କ ସହ ଉର୍ବଶୀଙ୍କୁ ଦେଖିବା ପରେ ଏଥିରେ କେମିତି କେଜାଣି ବିରାଟଙ୍କର ଏଣ୍ଟ୍ରି ହୋଇଛି। ହେଲେ ଏମାନଙ୍କ ମଧ୍ୟରେ ସେମିତି କିଛି ସମ୍ପର୍କ ନାହିଁ।
ଉର୍ବଶୀ ରାଉତେଲା ଏହି କଳା ପୋଷାକ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ତାଙ୍କ ପୋଷାକ ଚିରି ଯାଇଥିଲା। ଏହା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା କିନ୍ତୁ ଏବେ ସେ ଡ୍ରେସ ଚିରିଯିବାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଜଣେ ୭୦ ବର୍ଷୀୟା ମହିଳାଙ୍କୁ ବଞ୍ଚାଇବା ସମୟରେ ତାଙ୍କ ଡ୍ରେସ ଚିରି ଯାଇଥିଲା ଏବଂ ତାଙ୍କର ଏଥିରେ କୌଣସି ସମସ୍ୟା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଶଙ୍ଖ ଭବନରେ ଅଣ୍ଟା ଭିଡିଲେଣି ମହିଳା ନେତ୍ରୀ: ଏପଟେ ଶ୍ରୀମୟୀଙ୍କ ମିଛେଇ ଭାଣିଜି ବାଣ…

ଭୁବନେଶ୍ୱର,୨୩।୧୩: ଶଙ୍ଖ ଭବନରେ ଚାଲିଛି ବିଜେଡି ମହିଳା ନେତ୍ରୀଙ୍କ ବୈଠକ। ଶଙ୍ଖ ଭବନରେ ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ। ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri