Posted inଜାତୀୟ

ଏବେ ଧରାପଡ଼ିବ କାହାକୁ କିଏ ଦେଇଛି କେତେ ଟଙ୍କା, SBI କୁ ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୩: ଇଲୋକ୍ଟରଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦେଇ ସାରିଛି। ନିର୍ବାଚନ ଆୟୋଗ ଏହି ସୂଚନାକୁ ନିଜ ଓ୍ବେବସାଇଟରେ ଅପଲୋଡ ମଧ୍ୟ କରି ସାରିଛନ୍ତି। ହେଲେ ପୁଣି ବ୍ୟାଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି କୋର୍ଟ। କହିରଖୁଛୁ କି, ଏସବିଆଇ ପକ୍ଷରୁ ନିର୍ବାଚନୀ ବଣ୍ଡରେ ୟୁନିକ କୋଡ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। କୋର୍ଟ ଏଥିପାଇଁ ବ୍ୟାଙ୍କକୁ ଆହୁରି ସୋମବାର ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ସମୟ ଦେଇଛନ୍ତି।

ଏସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ(ADR) ଦ୍ୱାରା ସୁପ୍ରିମକୋର୍ଟରେ ନିର୍ବାଚନୀ ବଣ୍ଡକୁ ନେଇ ଯାଚିକା ଦାଖଲ କରାଯାଇଛି। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପକ୍ଷ ନେଇଛନ୍ତି। ଏଡିଆର ନିଜର ମୂଳ ଯାଚିକାରେ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କରିବାକୁ ଦାବି ରଖିଥିଲା। ପରେ ଏସିବିଆଇ ଦ୍ୱାରା ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରାଯାଇଛି ହେଲେ ଏଥିରେ ଥିବା ୟୁନିକ କୋଡର ନମ୍ବର ଦିଆଯାଇ ନାହିଁ। ଏଥିସହ ଏସବିଆଇ ୨୦୧୯ରୁ ୨୦୨୪ ଯାଏଁ ଥିବା ତଥ୍ୟ ପବ୍ଲିକ କରିଛି। କିନ୍ତୁ ପୂର୍ବ ତଥ୍ୟ ଦେଇନାହିଁ। କହିରଖୁଛୁ କି, ୨୦୧୯ ପୂର୍ବ ନିର୍ବାଚନୀ ବଣ୍ଡରେ ଅଧିକ ବଣ୍ଡ କିଣାଯାଇଛି। ୟୁନିକ କୋଡ ଦ୍ୱାରା କେଉଁ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ଦ୍ୱାରା କେବେ ଓ କାହାକୁ ବଣ୍ଡ କିଣାଯାଇଛି ଓ କେଉଁ ପାର୍ଟିକୁ ଦିଆଯାଇଛି ଏସବୁର ତଥ୍ୟ ମିଳିପାରିବ।

ସୂଚନାଥାଉ କି, ନିର୍ବାଚନୀ ବଣ୍ଡର ଦସ୍ତାବିଜରେ ଏକ ସିକ୍ରେଟ ନମ୍ବର ରହିଥାଏ। ଏହାକୁ କେବଳ ଅଲଟ୍ରା ଭାଓଲେଟ ଲାଇଟ୍‌ରେ ଦେଖିହେବ। ଏହି କୋଡକୁ ନିର୍ବାଚନୀ ବଣ୍ଡର ସୁରକ୍ଷା ପାଇଁ ଲଗାଯାଇଛି। ଯାହାଦ୍ୱାରା ଏହାକୁ କିଏ କିଣିଛନ୍ତି କିମ୍ବା କାହାକୁ ଦିଆଯାଇଛି ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏସବିଆଇ ଇଲୋକ୍ଟରଲ ବଣ୍ଡ ଉପରେ ଛପା ଯାଇଥିବା ୟୁନିକ ଆଲଫାନ୍ୟୁମେରିକ କୋଡ୍‌ର ବିବରଣୀ ସାର୍ବଜନୀନ କରିନାହିଁ। ଏସବିଆଇ ଅନୁସାରେ, ଗୋଟିଏ ଗୋଟିଏ କରି ସବୁ ନିର୍ବାଚନୀ ବଣ୍ଡର ତଥ୍ୟ ବାହାର କରିବାକୁ ବହୁତ ସମୟ ଲାଗିଯାଉଛି।

ତେବେ ଏହାକୁ ନେଇ ଏସିବିଆଇ ଉପରେ କଠୋର ହୋଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି, ଆମ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ଥିଲା। ଆମେ ନିର୍ବାଚନୀ ବଣ୍ଡର ସମ୍ପର୍ଣ୍ଣ ତଥ୍ୟ ମାଗିଥିଲୁ। ବ୍ୟାଙ୍କ ତରଫରୁ ୟୁନିକ କୋଡର ବିବରଣୀ ଦିଆଯାଇ ନାହିଁ। ୧୮ ମାର୍ଚ୍ଚ ସୁଦ୍ଧା ଏହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

‘ଓ୍ବାର୍ଲଡ କପ ଆମର’, କିଏ ଆଉ କାହିଁକି କହିଲେ ଏମିତି? ଫାଇନାଲ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଏହି ବୟାନ

ନୂଆଦିଲ୍ଲୀ,୮।୩: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସା ୭ଟାରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri