ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନେତା ଆୟୁଷ୍ମାନ ଖୁରାନା ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡରେ ଆୟୁଷ୍ମାନ ନିଜ ଅଭିନୟ ଜରିଆରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ନିକଟରେ ସେ ଫିଲ୍ମ ଡ୍ରିମ ଗାର୍ଲ-୨ରେ ମଧ୍ୟ ନିଖୁଳ ଅଭିନୟ କରିଛନ୍ତି। ଅଭିନୟ ଏବଂ ଗୀତ ଗାଇବା ସହିତ କବିତା ପ୍ରିୟ ଆୟୁଷ୍ମାନ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି ।
ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିବା ଆୟୁଷ୍ମାନଙ୍କ ବାପା ପି ଖୁରାନା ଜଣେ ପ୍ରସିଦ୍ଧ ଜ୍ୟୋତିଷ, ତାଙ୍କ ମା’ ଜଣେ ଗୃହିଣୀ। ଆୟୁଷ୍ମାନ ଇଂରାଜୀ ସାହିତ୍ୟରେ ଡିଗ୍ରୀ ହାସଲ କରିବା ସହିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ କମ୍ୟୁନିକେସନ ଷ୍ଟଡିଜରୁ ମାସ କମ୍ୟୁନିକେସନ୍ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ପିତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଆୟୁଷ୍ମାନ ଅଭିନୟ ଜଗତକୁ ଆସିଥିଲେ। ମୁମ୍ବାଇ ଆସି ବହୁ ସଂଘର୍ଷ କରିବା ପରେ ତାଙ୍କ କ୍ୟାରିୟର ଏମ୍‌ଟିଭିର ପ୍ରସିଦ୍ଧ ଶୋ’ ରୋଡିଜ ୨ରୁ ଆରମ୍ଭ ହୋଇଥିଲା। ପ୍ରଥମ ଶୋ’ର ବିଜେତା ଆୟୁଷ୍ମାନ ମଧ୍ୟ ଦିଲ୍ଲୀର ବିଗ ଏଫଏମରେ ଆରଜେ ଭାବରେ କାର୍ଯ୍ୟ କରିଛନ୍ତି।
ପରେ ଆୟୁଷ୍ମାନଙ୍କୁ ସୁଜିତ ସରକାରଙ୍କର ‘ବିକି ଡୋନର’ରେ ବ୍ରେକ ମିଳିଥିଲା। ଏହି ଫିଲ୍ମରେ ଅଭିନୟ ପାଇଁ ଆୟୁଷ୍ମାନ ଅନେକ ପୁରସ୍କାର ଜିତିଥିଲେ। ଏହା ପରେ ଆୟୁଷ୍ମାନ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ। ସେ ବଲିଉଡରେ ସଫଳତା ପାଇ ବହୁତ ରୋଜଗାର କରିଛନ୍ତି। ଆୟୁଷ୍ମାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୬୭ କୋଟି ଟଙ୍କା।
କୋଟି କୋଟି ଟଙ୍କାର ସମ୍ପତ୍ତି ସହିତ ଖୁରାନାଙ୍କର ଦାମୀ ଗାଡି ଅଛି । ସେ ତାଙ୍କ ପରିବାର ସହିତ ମୁମ୍ବାଇର ୭ ବଖରା ଭଡା ଘରେ ରହୁଛନ୍ତି। ଆୟୁଷ୍ମାନ ମଧ୍ୟ ପଞ୍ଚକୁଲାର ଏକ ବଡ ସମ୍ପତ୍ତିର ମାଲିକ, ଯାହାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା। ଚଣ୍ଡିଗଡ଼ରେ ଖୁରାନାଙ୍କର ଏକ ବଡ ଘର ଅଛି, ଯେଉଁଠାରେ ଖେଳ ପଡ଼ିଆ, ବଗିଚା ଏବଂ ପିଲାମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ରହିଛି। ଏହି ସୁନ୍ଦର ବଙ୍ଗଳାରେ ବ୍ୟାଡମିଣ୍ଟନ କୋର୍ଟ ମଧ୍ୟ ଅଛି। ତାଙ୍କ ପାଖରେ ୨.୮୦ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ-ମେବ୍ୟାକ୍‌ ଜିଏଲଏସ ୬୦୦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri