ବିଚାରପତି ବି ଆର୍‌ ଗଭାଇଙ୍କ ପରିବାରର କଂଗ୍ରେସ ସହ କ’ଣ ସମ୍ପର୍କ? ଆସନ୍ତାକାଲି ହେବେ ଦେଶର ଦ୍ୱିତୀୟ ଦଳିତ CJI 

ନୂଆଦିଲ୍ଲୀ,୧୩।୫: ସୁପ୍ରିମକୋର୍ଟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ(ବି ଆର୍‌ ଗଭାଇ) ମେ’ ୧୪ ତାରିଖରେ ଭାରତର ୫୨ତମ ମୁଖ୍ୟ ବିଚାରପତି(CJI) ଭାବେ ଶପଥ ଗ୍ରହଣ କରିବେ। ଏହାପରେ ସେ ଗଣତନ୍ତ୍ର ଇତିହାସରେ ଭାରତୀୟ ନ୍ୟାୟପାଳିକାର ଶୀର୍ଷରେ ପହଞ୍ଚିଥିବା ଦ୍ୱିତୀୟ ଦଳିତ ମୁଖ୍ୟ ବିଚାରପତି ପାଲଟିବେ। ସେ ସର୍ବଦା ଭାରତର ସମ୍ବିଧାନର ମହାନତା ବିଷୟରେ ଚର୍ଚ୍ଚା କରି ଆସିଛନ୍ତି।
ଗତ ବର୍ଷ ଗଭାଇ ନିଜର ଭାଷଣରେ କହିଥିଲେ ଯେ, ସେ ନୂଆଁଣିଆ ଚାଳଘରୁ ବାହାରି ଏହି ପଦ ଯାଏ ପହଞ୍ଚିବା ସହଜ ନ ଥିଲା। ହେଲେ ଡା. ବି ଆର୍‌ ଆମ୍ବେଦକରଙ୍କ ପ୍ରଚେଷ୍ଟା ଯୋଗୁ ତାହା  ସମ୍ଭବ ହୋଇଛି। ଏପରିକି ସେ ‘ଜୟ ଭୀମ’ ସ୍ଲୋଗାନ ସହ ନିଜର ଭାଷଣ ଶେଷ କରିଥିଲେ।
ବିଚାରପତି ଗଭାଇଙ୍କ ପରିବାର କଂଗ୍ରେସ ଦଳକୁ ସମର୍ଥନ ଦେଇ ଆସିଛି। ସେ ଏହି କଥାକୁ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି। ଏପରିକି ୨୦୨୩ ଜୁଲାଇରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡ଼ିତ ଏକ ମାମଲରୁ ନିଜକୁ ଦୂରେଇ ରଖିବାକୁ ଦାବି କରିଥିଲେ।
ବିଚାରପତି ଗଭାଇ କହିଥିଲେ ଯେ, ମୋ ବାପା କଂଗ୍ରେସର ସଦସ୍ୟ ନ ଥିଲେ, ହେଲେ ସେ ନିକଟରୁ ଦଳ ସହ ଯୋଡ଼ି ହୋଇ ରହିଥିଲେ। ୪୦ରୁ ଅଧିକ ବର୍ଷ ଯାଏ ସେ କଂଗ୍ରେସରେ ଥିଲେ। କଂଗ୍ରେସ ସମର୍ଥନ ପରେ ସଂସଦ ସଦସ୍ୟ, ବିଧାନସଭା ସଦସ୍ୟ ହୋଇଥିଲେ। ଏବେ ମୋ’ ଭାଇ ମଧ୍ୟ ରାଜନୀତିରେ ଥିବା ବେଳେ କଂଗ୍ରେସ ସହ ଜଡ଼ିତ  ଅଛନ୍ତି। ଏଣୁ ରାହୁଲଙ୍କ ଯାଚିକା ଉପରେ ଶୁଣାଣିରୁ ହଟିବି କି ନାହିଁ ଆପଣ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଥିଲେ।
ଗଭାଇଙ୍କ ବାପା ରାମକୃଷ୍ଣ ଗଭାଇ କିଏ ଥିଲେ?
ବିଚାରପତି ଗଭାଇ ହେଉଛନ୍ତି ରାମକୃଷ୍ଣ ସୂର୍ଯ୍ୟଭାନ ଗଭାଇ(୧୯୨୯-୨୦୨୫)ଙ୍କ ସୁପୁତ୍ର। ସେ ବାବାସାହେବ ଆମ୍ବେଦକରଙ୍କ ଘନିଷ୍ଠ ସହଯୋଗୀ ଏବଂ ନାଗପୁରରେ ଦୀକ୍ଷାଭୂମୀ ସ୍ମାରକ ସମିତିର ଅଧ୍ୟକ୍ଷ ଥିଲେ। ସେ ନିଜର ଅନୁଗାମୀ ଏବଂ ପ୍ରଶଂସକଙ୍କ ଗହଣରେ ‘ଦାଦାସାହେବ’ ନାମରେ ଜଣାଶୁଣା ଥିଲେ। ସେ ୧୯୬୪ରୁ ୧୯୯୮ ଯାଏ ମହାରାଷ୍ଟ୍ର ରାଜନୀତିରେ ସକ୍ରିୟ ଥିଲେ। ସେ ଆମ୍ବେଦକରବାଦୀ ସଂଗଠନ ଏବଂ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ(ଗଭାଇ)ର ସ୍ଥାପନା କରିଥିଲେ।
୧୯୯୮ରେ ସେ ଅମରାବତୀ ନିର୍ବାଚନମଣ୍ଡଳୀରୁ ଲୋକ ସଭା ଯାଇଥିଲେ। ଏହାପରେ ୨୦୦୬ରୁ ୨୦୧୧ ଯାଏ ସେ ବିହାର, ସିକ୍କିମ ଏବଂ କେରଳର ରାଜ୍ୟପାଳ ଭାବେ କାମ କରିଥିଲେ। ସେତେବେେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା।
ବି ଆର୍‌ ଗଭାଇଙ୍କ ଭାଇ କିଏ?
ବିଚାରପତି ଗଭାଇଙ୍କ ଭାଇ ଡା. ରାଜେନ୍ଦ୍ର ଗଭାଇ। ସେ ୨୦୦୯ରେ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ(ଏ)ର ଅଧ୍ୟକ୍ଷ ରାମଦାସ ଅଠାଓ୍ବଲେଙ୍କ ସହ କିଛି ସମୟ ପାଇଁ ହାତ ମିଶାଇଥିଲେ। ହେଲେ ତାହା ବେଶିଦିନ ଚାଲି ନ ଥିଲା। ମତଭେଦ ଯୋଗୁ କଂଗ୍ରେସ ସହ ନିର୍ବାଚନ ପୂର୍ବରୁ ମେଣ୍ଟ କରିଥିଲେ।
ଜଷ୍ଟିସ ଗଭାଇ କିଏ?
ଜଷ୍ଟିସ ଗଭାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗଭାଇ, ଯିଏ ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିଲେ। ସେ ନଭେମ୍ବର ୧୨, ୨୦୦୫ରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ସେବେଠାରୁ ସେ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଅଟନ୍ତି, ଯେଉଁମାନେ ଅନେକ ଐତିହାସିକ ରାୟ ଦେଇଛନ୍ତି।
ପୂର୍ବତନ ଜମ୍ମୁ-କଶ୍ମୀର ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ ଗଭାଇ।

Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri