ବିଜେଡିରେ ଏ କ’ଣ ହେଉଛି, ପ୍ରଥମ ଥର ଏତେ ବଡ଼ କନ୍ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର,୪।୪: ଓ୍ବକଫ ବିଲ ରାଜ୍ୟ ସଭାରେ ପାରିତ ହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ଏବେ ଚର୍ଚ୍ଚା ହେଲାଣି କାଳେ ବିଜେଡି-ଭାଜପା ମଧ୍ୟରେ କେଉଁି ମେଣ୍ଟ କାଏମ ରହିଛି। ଏପରି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଓଡ଼ିଶା କଂଗ୍ରେସ। ରାଜ୍ୟ ସଭାରେ ଓ୍ବକଫ ବିଲ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ ବିରୋଧ କରିଥିଲେ। ମୁନ୍ନା ଏହି ବିଲ ବିରୋଧରେ ପ୍ରବଳ ଯୁକ୍ତି ମଧ୍ୟ ରଖିଥିଲେ। ହେଲେ ସକାଳବେଳକୁ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ୍ବକଫ ବିଲକୁ ନେଇ ତାଙ୍କ ‘ଏକ୍ସ’ରେ କରିଥିବା ପୋଷ୍ଟ ଦେଖିବା ପରେ ପୁଣି ଥରେ ବିଜେଡି ଆଭିମୁଖ୍ୟକୁ ନେଇ ସବୁଆଡୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଜଣଙ୍କ ସ୍ବାର୍ଥକୁ ରକ୍ଷା କରିବା ଲାଗି ବିଜେଡିକୁ ରାଜ୍ୟ ସଭାରେ ଆଉ ଥରେ ବିକ୍ରି କରିଦିଆଗଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଲାଣି।

ଓ୍ବକଫ (ସଂଶୋଧନ) ବିଲ ୨୦୨୫ ରାଜ୍ୟ ସଭାରେ ଏପ୍ରିଲ ୪, ୨୦୨୫ ତାରିଖରେ ଉଠିଥିଲା ଏବଂ ଏହା ଏକ ବିବାଦୀୟ ବିଷୟ ହୋଇପଡ଼ିଥିଲା। ଏହି ବିଲ ଲୋକ ସଭାରେ ୨୮୮-୨୩୨ ଭୋଟରେ ପାସ ହୋଇଥିବା ପରେ ରାଜ୍ୟ ସଭାରେ ୧୨୮-୯୫ ଭୋଟରେ ଗ୍ରହଣ କରାଯାଇଥିଲା। ଏହି ପ୍ରକ୍ରିୟାରେ ବିଜେଡିର ଭୂମିକା ଉପରେ ଅନେକ ପ୍ରଶ୍ନ ଉଠିଛି। ବିଜେଡି ଭାଜପାକୁ ସମର୍ଥନ ଦେଇଛି କି ନାହିଁ, ତାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପଡ଼ିଛି।

ବିଜେଡି ପୂର୍ବରୁ ଘୋଷଣା କରିଥିଲା ଯେ ସେମାନେ ଓ୍ବକଫ ସଂଶୋଧନ ବିଲକୁ ବିରୋଧ କରିବେ। ଗତ ବର୍ଷ ସେପ୍ଟେମ୍ବରରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ବିଲ ଦ୍ୱାରା ଅଳ୍ପ ସଂଖ୍ୟକ ସମ୍ପ୍ରଦାୟ ମଧ୍ୟରେ ଅସୁରକ୍ଷିତ ହୋଇ ପଡିଛନ୍ତିା ସେମାନେ ଏହାକୁ ରାଜ୍ୟ ସଭାରେ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଜେଡିର ରାଜ୍ୟ ସଭାରେ ୭ ଜଣ ଏମପି ଥିବାରୁ ଏହା ଭାଜପା ନେତୃତ୍ୱାଧୀନ ଏନଡିଏ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରିଥାନ୍ତା।

କିନ୍ତୁ ଗୁରୁବାର ବିଜେଡି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଘୋଷଣା କଲା ଯେ ସେମାନେ ରାଜ୍ୟ ସଭାରେ ଏହି ବିଲ ଉପରେ କୌଣସି ଦଳୀୟ ନିର୍ଦ୍ଦେଶ (ପାର୍ଟି ହୱିପ) ଜାରି କରିବେ ନାହିଁ। ବିଜେଡିର ରାଜ୍ୟ ସଭା ଏମପି ତଥା ଦଳର ମୁଖପାତ୍ର ସସ୍ମିତ ପାତ୍ର ଏକ୍ସରେ ପୋଷ୍ଟ କରି କହିଥିଲେ, “ଆମ ଦଳ ରାଜ୍ୟ ସଭାରେ ଥିବା ଏମପିମାନଙ୍କୁ ନ୍ୟାୟ, ସମନ୍ବୟ ଏବଂ ସମସ୍ତ ସମ୍ପ୍ରଦାୟର ଅଧିକାର ପାଇଁ ନିଜ ବିବେକ ଅନୁସାରେ ଭୋଟ ଦେବାର ଦାୟିତ୍ୱ ଦେଇଛି।” ଏହା ସୂଚାଇଦେଇଛି ଯେ ବିଜେଡି ଏମପିମାନେ ନିଜ ଇଚ୍ଛାନୁସାରେ ଭୋଟ ଦେଇପାରିବେ, ଯାହା ଭାଜପାକୁ ସମର୍ଥନ କରିବାର ସମ୍ଭାବନାକୁ ଖୋଲା ରଖିଛି ବୋଲି ଚର୍ଚ୍ଚା ହୋଇଛି।

ଯଦିଓ ବିଜେଡି ସ୍ପଷ୍ଟ ଭାବେ ଭାଜପାକୁ ସମର୍ଥନ କରିବାର ଘୋଷଣା କରିନାହିଁ ତଥାପି ଦଳୀୟ ନିର୍ଦ୍ଦେଶ ନଦେବା ଏକ ରାଜନୈତିକ ଚାଲ ଭାବେ ଦେଖାଯାଇଛି। ରାଜ୍ୟ ସଭାରେ ଏନଡିଏର ସଂଖ୍ୟା ୧୨୫ ଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟର ସଂଖ୍ୟା ୮୮ ରହିଛି। ବିଜେଡିର ୭ ଏମପି ଯଦି ଭାଜପା ପକ୍ଷରେ ଭୋଟ ଦେଇଥାନ୍ତେ, ତାହା ଏନଡିଏର ସ୍ଥିତିକୁ ଆହୁରି ମଜବୁତ କରିଥାନ୍ତା। କିନ୍ତୁ ସଠିକ ଭୋଟିଂ ତଥ୍ୟ ଅନୁସାରେ ଏହା ସ୍ପଷ୍ଟ ନୁହେଁ ଯେ ସମସ୍ତ ବିଜେଡି ଏମପି ଭାଜପାକୁ ସମର୍ଥନ କରିଥିଲେ କି ନାହିଁ। କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ୭ଜଣ ଏମପିଙ୍କ ମଧ୍ୟରୁ ୩ଜଣ ସପକ୍ଷରେ ୩ଜଣ ବିରୋଧରେ ଓ ଜଣେ ଭୋଟ ଦେଇ ନାହାନ୍ତି। ଏହିକ୍ରମରେ ସସ୍ମିତ ପାତ୍ର ଭୋଟ ସମର୍ଥନରେ ଦେଇଛନ୍ତି ବୋଲି ସ୍ପଷ୍ଟ ହୋଇଛି। ଏଥିସହ ଏମପି ଦେବାଶିଷ ସାମନ୍ତରାୟ ଭୋଟ ଦେଇ ନାହାନ୍ତି ବୋଲି କହିଛନ୍ତି।

ଏହାରି ଭିତରେ ବିଜେଡି ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି,ଅସନ୍ତୁଷ୍ଟ ହୋଇ ଭୋଟ ଦେଲିନି । ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଁ କାଲି ଭୋଟ ଦେଲିନି।

ସେହିପରି ଭୋଟିଂକୁ ନେଇ ସାଂଘାତିକ ବୟାନ ଦେଇଛନ୍ତି ବିଜେଡି ନେତା ବଦ୍ରି ପାତ୍ର। ସେ କହିଛନ୍ତି, କିଛି ଖେଳ ହୋଇଛି । ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିରୋଧ କରିବାକୁ ନବୀନ ମୁନା ଖାଁଙ୍କୁ ୨ଥର କହିଥିଲେ। ନିଷ୍ଠାପର ଭାବେ ବିରୋଧ କରିବା ପାଇଁ କହିଥିଲେ। ଏପରି କେମିତି ହେଲା ଚିନ୍ତାଜନକ, କିଛି ଖେଳ ହୋଇଛି। ସଭାପତି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ହ୍ବିପ କାହିଁକି ଜାରି କରାଗଲାନି, ସନ୍ଦେହ ଘେରରେ ରହିଛି।

ଏହି ନିଷ୍ପତ୍ତି ପରେ ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ ବସିଛି। ଉକ୍ତ ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିବାବେଳେ ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ବହୁ ବରିଷ୍ଠ ନେତା ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ଥିବାରୁ ସେ ନବୀନଙ୍କୁ ଭେଟିଥିବା ଜଣାପଡିଛି।

ବିରୋଧୀ ଦଳମାନେ ବିଜେଡି ଉପରେ ଅଭିଯୋଗ ଆଣିଛନ୍ତି ଯେ ସେମାନେ ଭାଜପା ସହ ଗୋପନ ବୁଝାମଣା କରିଛନ୍ତି। ଅନ୍ୟପକ୍ଷରେ, ବିଜେଡି କହିଛି ଯେ ସେମାନେ ସମସ୍ତ ସମ୍ପ୍ରଦାୟର ଅଧିକାରକୁ ସମ୍ମାନ ଦେଇ ଏକ ସ୍ବାଧୀନ ନିଷ୍ପତ୍ତି ନେଇଛନ୍ତି। ବିଜେଡିର ଏହି ପରିବର୍ତ୍ତିତ ଅବସ୍ଥାନ ଓଡ଼ିଶା ରାଜନୀତିରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି, କାରଣ ଦଳ ପୂର୍ବରୁ ଭାଜପାକୁ ରାଜ୍ୟ ସ୍ତରରେ ବିରୋଧ କରୁଥିଲା। ବିଜେଡି ସ୍ପଷ୍ଟ ଭାବେ ଭାଜପାକୁ ସମର୍ଥନ କରିବାର ଘୋଷଣା ନ କରିଥିଲେ ମଧ୍ୟ, ଦଳୀୟ ନିର୍ଦ୍ଦେଶ ନଦେବା ଏବଂ ଏମପିମାନଙ୍କୁ ସ୍ବାଧୀନତା ଦେବା ଦ୍ୱାରା ସେମାନେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ପରୋକ୍ଷ ସହାୟତା କରିଥିବା ଅନୁମାନ କରାଯାଉଛି। ଏହା ରାଜ୍ୟ ସଭାରେ ବିଲ ପାସ ହେବାରେ ଏକ ର୍ନିଣ୍ଣାୟକ ଭୂମିକା ଗ୍ରହଣ କରିଥାଇପାରେ। ତେବେ, ଏହା ସମ୍ପୂର୍ଣ୍ଣ ସମର୍ଥନ ନା କେବଳ ରାଜନୈତିକ ସ୍ଥିତି ଅନୁସାରେ ନିଆଯାଇଥିବା ନିଷ୍ପତ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri