ବିଜେଡିରେ ଚାଲିଛି କ’ଣ? ଆଲୋଚନାରେ…

ଭୁବନେଶ୍ୱର,୩୧ା୮(ସୁନିତ୍‌ ମିଶ୍ର): ବିଜେଡି ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂରହେବାର ନାଁ ଧରୁନାହିଁ। ଏନେଇ ଉଭୟ ଛାତ୍ର ଓ ଯୁବ ଜନତା ଦଳର ବହୁ ଅସନ୍ତୁଷ୍ଟ ନେତା ମେଳି ବାନ୍ଧିଛନ୍ତି। କେଉଁ ଆଧାରରେ ଚିନ୍ମୟ ସାହୁ ଓ ଈସ୍ପିତା ସାହୁଙ୍କୁ ଦାୟିତ୍ୱ ଦିଆଗଲା ବୋଲି ଅସନ୍ତୁଷ୍ଟ ନେତା ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଦଳର ତଥାକଥିତ ବରିଷ୍ଠ ନେତାମାନଙ୍କୁ ଏନେଇ ଜବାବ ମାଗୁଥିବାବେଳେ ସେମାନେ କିନ୍ତୁ ଏବେ ଲୁଚୁଥିବା ଯୁବ ଓ ଛାତ୍ରର ବହୁ ନେତା ଚର୍ଚ୍ଚା କରୁଛନ୍ତି।

ଯୁବ ଜନତା ଦଳର ବହୁ ନେତା ଓ କର୍ମୀ ଏକାଠି ହୋଇ ଶୁକ୍ରବାର ଶଙ୍ଖଭବନରେ ପ୍ରାୟ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଘେରିଥିଲେ। ସେମାନଙ୍କ ପ୍ରଶ୍ନର ଉତ୍ତର ନ ଦେବା ଯାଏ ଦେବୀଙ୍କୁ ଛଡ଼ାଯିବ ନାହିଁ ବୋଲି ଯୁବ ଜନତା ଦଳ ନେତାମାନେ ସିଧାସିଧା ଶୁଣାଇଥିଲେ। ହେଲେ ଦେବୀ ସେଠାରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ(ବବି), ପ୍ରଣବ ବଳବନ୍ତରାୟ, ଅତନୁ ସବ୍ୟସଚୀ ନାୟକ, ପ୍ରତାପ ଜେନା ପ୍ରମୁଖଙ୍କୁ ଶନିବାର ସା ସାଢ଼େ ୭ଟାରେ ଶଙ୍ଖଭବନକୁ ଆସି ଏ ବିଷୟରେ ଆଲୋଚନା କରିବାକୁ କହିଥିଲେ। ସମସ୍ତେ ଆସିବେ ବୋଲି କହିବା ପରେ ଶନିବାର ସାରେ ଆଉ ଥରେ ଏନେଇ ଆଲୋଚନା ହେବ ବୋଲି ଚୂଡ଼ାନ୍ତ ହେଲା। ତା’ପରେ ଯୁବନେତାମାନେ ଦେବୀ ମିଶ୍ରଙ୍କୁ ଛାଡ଼ିଥିଲେ। ଜଣେ ଯୁବନେତାଙ୍କ ସୂଚନା ମୁତାବକ, ସଭାପତି ନିଯୁକ୍ତିକୁ ନେଇ ଅରୁଣ ସାହୁଙ୍କ ସହ କେତେଜଣ ଯୁବ ଓ ଛାତ୍ର ନେତା ଭେଟିବାକୁ ଚାହିଁଥିଲେ। ତାଙ୍କୁ ମଧ୍ୟ ଫୋନ୍‌ କରାଯାଇଥିଲା। ହେଲେ ଏହି ନିଯୁକ୍ତି ନେଇ ତାଙ୍କ ସହ ଆଲୋଚନା କରାଯାଇ ନ ଥିବାରୁ ସେ ଏଥିରେ ମୁଣ୍ଡ ପୂରାଇବେନାହିଁ ବୋଲି କହିଥିବା ଜଣାପଡ଼ିଛି। ଅନ୍ୟପଟେ ଶନିବାର ଯୁବନେତାମାନେ ଯେତେବେଳେ ସାରେ ଆସିବାକୁ ଥିବା ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବାକୁ ବାହାରୁଥିଲେ କେହି କୁଆଡ଼େ ଆସିଲେନି ବୋଲି ଦଳରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଆଲୋଚନାର ସମୟକୁ ସୋମବାର ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଥିବା ଯୁବ ଜନତା ଆଗଧାଡ଼ିର ଜଣେ ନେତା ସୂଚନା ଦେଇଛନ୍ତି। ଛାତ୍ର ଜନତା ଦଳର ଅସନ୍ତୁଷ୍ଟ ନେତାମାନେ ବବି ଙ୍କୁ ଭେଟିବା ପାଇଁ ଶୁକ୍ରବାରଠାରୁ ସମୟ ମାଗିଥିବାବେଳେ ସେ ମଧ୍ୟ ହଁ କରିଥିଲେ। ହେଲେ ଶନିବାର ବବି ମଧ୍ୟ ଆଉ ଅସନ୍ତୁଷ୍ଟ ଛାତ୍ର ନେତାମାନଙ୍କୁ ଭେଟିଲେ ନାହିଁ। ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କୌଣସି ବରିଷ୍ଠ ନେତାଙ୍କ ସହ ଆଲୋଚନା ନ କରି ଯୁବ ଓ ଛାତ୍ର ସଭାପତି ଘୋଷଣା କରିଦିଆଯାଇଛି, ଯେଉଁକଥା କହିବାକୁ ତଥାକଥିତ ବରିଷ୍ଠମାନଙ୍କୁ ଖରାପ ଲାଗୁଛି। ଦଳରେ ସେମାନଙ୍କ ଗୁରୁତ୍ୱ କେତେ ସେକଥା ପଦାରେ ପଡ଼ିଯିବା ଭୟରେ ସେମାନେ ଲୁଚିବା ଛଡ଼ା ଆଉ କିଛି ବାଟ ତିଆରି କରିବାକୁ ସକ୍ଷମ ହେଇପାରୁ ନ ଥିବା ସେ କହିଛନ୍ତି। ଅନ୍ୟପଟେ ଅସନ୍ତୁଷ୍ଟ ଛାତ୍ରନେତାମାନଙ୍କୁ ଭେଟିବାକୁ ବବି ରବିବାରକୁ ସମୟ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri