ବିଜେଡିରେ ଚାଲିଛି କ’ଣ? ଆଲୋଚନାରେ…

ଭୁବନେଶ୍ୱର,୩୧ା୮(ସୁନିତ୍‌ ମିଶ୍ର): ବିଜେଡି ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂରହେବାର ନାଁ ଧରୁନାହିଁ। ଏନେଇ ଉଭୟ ଛାତ୍ର ଓ ଯୁବ ଜନତା ଦଳର ବହୁ ଅସନ୍ତୁଷ୍ଟ ନେତା ମେଳି ବାନ୍ଧିଛନ୍ତି। କେଉଁ ଆଧାରରେ ଚିନ୍ମୟ ସାହୁ ଓ ଈସ୍ପିତା ସାହୁଙ୍କୁ ଦାୟିତ୍ୱ ଦିଆଗଲା ବୋଲି ଅସନ୍ତୁଷ୍ଟ ନେତା ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଦଳର ତଥାକଥିତ ବରିଷ୍ଠ ନେତାମାନଙ୍କୁ ଏନେଇ ଜବାବ ମାଗୁଥିବାବେଳେ ସେମାନେ କିନ୍ତୁ ଏବେ ଲୁଚୁଥିବା ଯୁବ ଓ ଛାତ୍ରର ବହୁ ନେତା ଚର୍ଚ୍ଚା କରୁଛନ୍ତି।

ଯୁବ ଜନତା ଦଳର ବହୁ ନେତା ଓ କର୍ମୀ ଏକାଠି ହୋଇ ଶୁକ୍ରବାର ଶଙ୍ଖଭବନରେ ପ୍ରାୟ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଘେରିଥିଲେ। ସେମାନଙ୍କ ପ୍ରଶ୍ନର ଉତ୍ତର ନ ଦେବା ଯାଏ ଦେବୀଙ୍କୁ ଛଡ଼ାଯିବ ନାହିଁ ବୋଲି ଯୁବ ଜନତା ଦଳ ନେତାମାନେ ସିଧାସିଧା ଶୁଣାଇଥିଲେ। ହେଲେ ଦେବୀ ସେଠାରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ(ବବି), ପ୍ରଣବ ବଳବନ୍ତରାୟ, ଅତନୁ ସବ୍ୟସଚୀ ନାୟକ, ପ୍ରତାପ ଜେନା ପ୍ରମୁଖଙ୍କୁ ଶନିବାର ସା ସାଢ଼େ ୭ଟାରେ ଶଙ୍ଖଭବନକୁ ଆସି ଏ ବିଷୟରେ ଆଲୋଚନା କରିବାକୁ କହିଥିଲେ। ସମସ୍ତେ ଆସିବେ ବୋଲି କହିବା ପରେ ଶନିବାର ସାରେ ଆଉ ଥରେ ଏନେଇ ଆଲୋଚନା ହେବ ବୋଲି ଚୂଡ଼ାନ୍ତ ହେଲା। ତା’ପରେ ଯୁବନେତାମାନେ ଦେବୀ ମିଶ୍ରଙ୍କୁ ଛାଡ଼ିଥିଲେ। ଜଣେ ଯୁବନେତାଙ୍କ ସୂଚନା ମୁତାବକ, ସଭାପତି ନିଯୁକ୍ତିକୁ ନେଇ ଅରୁଣ ସାହୁଙ୍କ ସହ କେତେଜଣ ଯୁବ ଓ ଛାତ୍ର ନେତା ଭେଟିବାକୁ ଚାହିଁଥିଲେ। ତାଙ୍କୁ ମଧ୍ୟ ଫୋନ୍‌ କରାଯାଇଥିଲା। ହେଲେ ଏହି ନିଯୁକ୍ତି ନେଇ ତାଙ୍କ ସହ ଆଲୋଚନା କରାଯାଇ ନ ଥିବାରୁ ସେ ଏଥିରେ ମୁଣ୍ଡ ପୂରାଇବେନାହିଁ ବୋଲି କହିଥିବା ଜଣାପଡ଼ିଛି। ଅନ୍ୟପଟେ ଶନିବାର ଯୁବନେତାମାନେ ଯେତେବେଳେ ସାରେ ଆସିବାକୁ ଥିବା ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବାକୁ ବାହାରୁଥିଲେ କେହି କୁଆଡ଼େ ଆସିଲେନି ବୋଲି ଦଳରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଆଲୋଚନାର ସମୟକୁ ସୋମବାର ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଥିବା ଯୁବ ଜନତା ଆଗଧାଡ଼ିର ଜଣେ ନେତା ସୂଚନା ଦେଇଛନ୍ତି। ଛାତ୍ର ଜନତା ଦଳର ଅସନ୍ତୁଷ୍ଟ ନେତାମାନେ ବବି ଙ୍କୁ ଭେଟିବା ପାଇଁ ଶୁକ୍ରବାରଠାରୁ ସମୟ ମାଗିଥିବାବେଳେ ସେ ମଧ୍ୟ ହଁ କରିଥିଲେ। ହେଲେ ଶନିବାର ବବି ମଧ୍ୟ ଆଉ ଅସନ୍ତୁଷ୍ଟ ଛାତ୍ର ନେତାମାନଙ୍କୁ ଭେଟିଲେ ନାହିଁ। ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କୌଣସି ବରିଷ୍ଠ ନେତାଙ୍କ ସହ ଆଲୋଚନା ନ କରି ଯୁବ ଓ ଛାତ୍ର ସଭାପତି ଘୋଷଣା କରିଦିଆଯାଇଛି, ଯେଉଁକଥା କହିବାକୁ ତଥାକଥିତ ବରିଷ୍ଠମାନଙ୍କୁ ଖରାପ ଲାଗୁଛି। ଦଳରେ ସେମାନଙ୍କ ଗୁରୁତ୍ୱ କେତେ ସେକଥା ପଦାରେ ପଡ଼ିଯିବା ଭୟରେ ସେମାନେ ଲୁଚିବା ଛଡ଼ା ଆଉ କିଛି ବାଟ ତିଆରି କରିବାକୁ ସକ୍ଷମ ହେଇପାରୁ ନ ଥିବା ସେ କହିଛନ୍ତି। ଅନ୍ୟପଟେ ଅସନ୍ତୁଷ୍ଟ ଛାତ୍ରନେତାମାନଙ୍କୁ ଭେଟିବାକୁ ବବି ରବିବାରକୁ ସମୟ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri