କିଏ ଗ୍ରାଜୁଏଟ ତ କିଏ ଅଧାରୁ ଛାଡିଛନ୍ତି ପାଠ, ଜାଣନ୍ତୁ କେତେ ପଢିଛନ୍ତି ବିଶ୍ୱର ଟପ୍‌ ୧୦ ଧନୀ

ନୂଆଦିଲ୍ଲୀ,୧୧।୨: ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ଜରୁରୀ ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ସମସ୍ତେ ଶିକ୍ଷା ମାଧ୍ୟମରେ ଅମାପ ଧନ ଏବଂ ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି। କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା ସେମାନଙ୍କ ସଫଳତାରେ ବାଧା ସୃଷ୍ଟି କରିନାହିଁ। ତେବେ ବିଶ୍ୱର ଟପ୍‌ ୧୦ ବିଲେନାୟାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଧାରୁ ପାଠ ଛାଡିବା ପରେ ମଧ୍ୟ ବିପୁଳ ଧନ ଅର୍ଜନ କରିଛନ୍ତି।

ଟେସଲା ଓ ସୋସିଆଲ ମିଡିଆ ଏକ୍ସ ମୁଖ୍ୟ ଏଲନ ମସ୍କ ପେନସେଲିଭିଆ ୟୁନିଭରସିଟିରେ ଅର୍ଥନୀତିରେ ବିଏ କରିଛନ୍ତି। ଏଥିସହ ସେ ବିଏସିରେ ଫିଜିକ୍ସରେ ଡିଗ୍ରୀ କରିଛନ୍ତି। ମସ୍କ ଷ୍ଟାନଫୋର୍ଡ ୟୁନିଭରସିଟିରେ ପିଚଡି ବଡୁଥିବାବେଳେ ପାଠ ଛାଡିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୨୧୭ବିଲିୟନ।

ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ ପ୍ରିନ୍ସଟନ ୟୁନିଭରସିଟିରେ ବିଏସି ଯାଏଁ ପଢିଛନ୍ତି। ସେ ବିଜ୍ଞାନରେ ଇଲେକ୍ଟ୍ରିକାଲ ଇନଞ୍ଜିନିୟରିଂ ଓ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ ହୋଇଛନ୍ତି। ୧୯୯୪ରେ ଆମାଜନ ସ୍ଥାପନ କରିବା ପୂର୍ବରୁ ସେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ତାଙ୍କର ନେଟ୍‌ ଓ୍ବର୍ଥ ୧୮୧ ବିଲିଅନ।

ବେର୍ନାଡ ଅରନଲ୍ଟ LVMH Moet Hennessy Louis Vuitton SE, ଦୁନିଆର ସବୁଠାରୁ ବଡ ଲକ୍ସରୀ ଗୁଡ୍ସ କମ୍ପାନୀର ଅଧ୍ୟକ୍ଷ ଅଟନ୍ତି। ଫ୍ରାନ୍ସର ଇକୋଲ ପଲିଟେକ୍ନିକରେ ଇନଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୬୨ ବିଲିୟନ।

ମାଇକ୍ରୋସଫ୍ଟର ଫାଉଣ୍ଡର ବିଲ୍‌ ଗେଟସ୍‌ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ଅଟନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏତେବଡ କମ୍ପାନୀର ମାଲିକ ଅଧାରୁ ପାଠ ଛାଡିଛନ୍ତି। ସେ ହାଓ୍ବାର୍ଡ ୟୁନିଭରସିଟିରେ ପଢୁଥିବା ସମୟରେ ଡ୍ରପଆଉଟ୍‌ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୪୨ ବିଲିଅନ।

ଅହମ୍ମଦବାଦର ଏକ ସାମାନ୍ୟ ପରିବାରରୁ ଆସିଥିବା ଦୁନିଆର ୫ମ ଧନୀ ବ୍ୟକ୍ତି ଗୌତମ ଆଦାନୀ କେବଳ ଦ୍ୱାଦଶ ଯାଏଁ ପଢିଛନ୍ତି। ାସ ଗୁଜୁରାଟ ୟୁନିଭରସିଟିରେ କର୍ମସରେ ବ୍ୟାଚଲର ଡିଗ୍ରୀରେ ଆଡମିଶନ ନେଇଥିଲେ ହେଲେ ମଝିରେ ହିଁ ପାଠ ଛାଡି ଦେଇଥିଲେ। ପାଠ ଛାଡି ମୁମ୍ବାଇ ଆସିଥିଲେ। ସେଠାରେ ସେ ତାଙ୍କ ଭା୍‌sଙ୍କ ସହ ବିଜନେସ ଆରମ୍ଭ କରିଥିଲେ। ୧୯୮୮ରେ ସେ ଆଦାବୀ ଗ୍ରୁପ୍‌ ସ୍ଥାପନ କରିଥିଲେ। ତାଙ୍କର ନେଟଓ୍ବର୍ଥ ୧୨୩୭୦ କୋଟି ଡଲାର।

ଫେସବୁକ୍‌ ସିଇଓ ମାର୍କ କୁକୁରବର୍ଗ ମଧ୍ୟ ଅଧାରୁ ପାଠ ଛାଡିଛନ୍ତି। ସେ ହାଓ୍ବାର୍ଡରେ ପଢୁଥିବାବେଳେ ଡ୍ରପଆଉଟ୍‌ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୩୯ବିଲିୟନ।

ଗୁଗୁଲ ସିଇଓ ଲ୍ୟାରି ପେଜ ଷ୍ଟାନଫୋର୍ଡ ୟୁନିଭରସିଟିରେ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୩୨ ବିଲିୟନ।

ଲ୍ୟାରୀ ଇନିସନ ଇଲିନୋଇସ ୟୁନିଭରସିଟି ଓ ଶିକାଗୋ ୟୁନିଭରସିଟିରୁ ଡ୍ରପଆଉଟକ କରିଛନ୍ତି। ତାଙ୍କର ନେଟଓ୍ବର୍ଥ ୧୨୭ବିଲିୟନ।

ପୂର୍ବତନ ଗୁଗୁଲର ଅଧ୍ୟକ୍ଷ ସେର୍ଜେ ବିନ୍‌ ମ୍ୟାରିଲାଣ୍ଡ ୟୁନିଭରସିଟିରେ ନିଜର ଗ୍ରାଜୁଏସନ ସମାପ୍ତ କରିଛନ୍ତି। ସେଠାରେ ସେ ବିଜ୍ଞାନରେ ଗଣିତ ଓ କମ୍ପ୍ୟୁଟର ଅନର୍ସ ରଖିଥିଲେ। ତାଙ୍କର ନେଟଓ୍ବର୍ଥ ୧୨୬ ବିଲିୟନ।

ଆମେରିକୀୟ ବିଜନେସମ୍ୟାନ ଓ୍ବାରେନ ବଫେଟ ନେବ୍ରାସ୍କୋ ୟୁନିଭରସିଟିରେ ଗ୍ରାଜୁଏଶନ ଶେଷ କରିଛନ୍ତି। ସେ ବଏସସି ରେ ବିଜନେସ ଆଡମିନିଷ୍ଟ୍ରେଶନ ଅନର୍ସ ରଖିଥିଲେ। କଲମ୍ବିଆ ୟୁନିଭରସିଟିରେ ସେ ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୨୫ ବିଲିୟନ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…

ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri